ଗଣତନ୍ତ୍ରର ମହାଧର୍ମ ପାଳନ ପାଠ ପଢ଼ାଇବେ ବ୍ୟାଙ୍କ ଓ ଡାକ ବିଭାଗ

ଗଣତନ୍ତ୍ରର ମହାଧର୍ମ ପାଳନ ପାଠ ପଢ଼ାଇବେ ବ୍ୟାଙ୍କ ଓ ଡାକ ବିଭାଗ

ଇଣ୍ଡିଆନ ବ୍ୟାଙ୍କ୍‌ସ ଆସୋସିଏସନ୍‌ (ଆଇବିଏ) ଓ ଡାକ ବିଭାଗ ଉପରେ ଗଭୀର ଆସ୍ଥା ପ୍ରକଟ କରିଛନ୍ତି ଭାରତର ନିର୍ବାଚନ ଆୟୋଗ । ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟ ନିର୍ବାଚନ ଆୟୋଗ ବ୍ୟାଙ୍କ ମହାସଂଘ ଓ ଡାକ ବିଭାଗକୁ ଭୋଟରଙ୍କୁ ସଚେତନତାର ପାଠ ପଢ଼ାଇବା ଦାୟିତ୍ୱ ପ୍ରଦାନ କରିଛି । ଏ ସଂପର୍କୀତ ଏକ ଲିଖିତ ବୁଝାମଣା ସଂପନ୍ନ ହୋଇଯାଇଛି ।

ନିକଟ ଅତୀତରେ ଶିକ୍ଷା ମନ୍ତ୍ରଣାଳୟ ସହିତ ନିର୍ବାଚନ ଆୟୋଗ ଲିଖିତ ବୁଝାମଣା କରିସାରିଛି । ଦେଶର ସବୁ ବିଦ୍ୟାଳୟ ଓ କଲେଜରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ନିର୍ବାଚନର ପାଠ ପଢ଼ାଇବା ପାଇଁ ମୁଖ୍ୟ ନିର୍ବାଚନ ଆୟୋଗ ଆଗ୍ରହ ପୋଷଣ କରିଛନ୍ତି ।

ଦେଶର ଏକାଧିକ ସ୍ୱେଚ୍ଛାସେବୀ ସଂଗଠନକୁ ଭୋଟରଙ୍କୁ ସଚେତନତାର ପାଠ ପଢ଼ାଇବାକୁ ନିର୍ବାଚନ ଆୟୋଗ ପରାମର୍ଶ ଦେଇଛି ।