ଜାଡ଼େଜାଙ୍କ ଆଗରେ ଇଂଲଣ୍ଡର ଆତ୍ମ ସମର୍ପଣ
ଜୟସ୍ଵାଲଙ୍କ ଦ୍ଵିଶତକ ପରେ ରବୀନ୍ଦ୍ର ଜାଡ଼େଜାଙ୍କ ବୋଲରଙ୍କ ଘାତକ ବୋଲିଂ ଆଗରେ ଇଂଲଣ୍ଡର ଆତ୍ମ ସମର୍ପଣ। ରାଜକୋଟ୍ରେ ଭାରତର ଐତିହାସିକ ବିଜୟ। ଇଂଲଣ୍ଡକୁ ୪୩୪ ରନରେ ହରାଇ ନିଜ ଟେଷ୍ଟ ଇତିହାସରେ ସବୁଠୁ ବିଶାଳ ବିଜୟ ଲକ୍ଷ୍ୟ ହାସଲ କରିଛି ଭାରତ। ଏହା ପୂର୍ବରୁ ରନ ଦୃଷ୍ଟିରୁ ଭାରତ ୨୦୨୧ ଡିସେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩୭୨ ରନରେ ଜିତିଥିଲା। ରୋହିତ ବାହିନୀଙ୍କ ଦ୍ଵାରା ଧାର୍ଯ୍ୟ ୫୫୭ ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୩ୟ ଟେଷ୍ଟର ଚତୁର୍ଥ ଦିନରେ ଅତ୍ୟନ୍ତ ଦୟନୀୟ ବ୍ୟାଟିଂ କରି ମାତ୍ର ୧୨୨ ରନରେ ଅଲଆଉଟ୍ ହୋଇଛି। ଫଳରେ ଗୋଟିଏ ଦିନ ବାକି ଥାଇ ତୃତୀୟ ଟେଷ୍ଟ ସମାପ୍ତ ହୋଇଛି। ଚତୁର୍ଥ ଦିନରେ ଇଂଲଣ୍ଡ ୪୦ ଓଭର ଖେଳି ଅଲଆଉଟ୍ ହୋଇଛି। ଏଥି ସହ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ୨-୧ରେ ଅଗ୍ରଣୀ ହାସଲ କରିଛି।
ଜୟସ୍ଵାଲଙ୍କ ଦ୍ଵିଶତକ ପରେ ରବୀନ୍ଦ୍ର ଜାଡ଼େଜାଙ୍କ ବୋଲରଙ୍କ ଘାତକ ବୋଲିଂ ଆଗରେ ଇଂଲଣ୍ଡର ଆତ୍ମ ସମର୍ପଣ। ରାଜକୋଟ୍ରେ ଭାରତର ଐତିହାସିକ ବିଜୟ। ଇଂଲଣ୍ଡକୁ ୪୩୪ ରନରେ ହରାଇ ନିଜ ଟେଷ୍ଟ ଇତିହାସରେ ସବୁଠୁ ବିଶାଳ ବିଜୟ ଲକ୍ଷ୍ୟ ହାସଲ କରିଛି ଭାରତ। ଏହା ପୂର୍ବରୁ ରନ ଦୃଷ୍ଟିରୁ ଭାରତ ୨୦୨୧ ଡିସେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩୭୨ ରନରେ ଜିତିଥିଲା।
ଦଳ ପକ୍ଷରୁ ମାର୍କ ଉଡ ସର୍ବାଧିକ ୩୩ ରନ କରିଛନ୍ତି। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡ଼େଜା ୫ ଓ୍ଵିକେଟ୍ ନେଇ ଇଂଲଣ୍ଡକୁ ଧରାଶାୟୀ କରିଛନ୍ତି। ଦ୍ଵିତୀୟ ଇନିଂସରେ ଭାରତ ୪୩୦/୪ରେ ପାଳି ସମାପ୍ତି ଘୋଷଣା କରିଥିଲା। ଦ୍ଵିତୀୟ ଇନିଂସରେ ଭାରତ ପକ୍ଷରୁ ଯଶସ୍ଵୀ ଜୟସ୍ଵାଲ ୨୧୪ ରନ ଓ ସରଫରାଜ ଖାନ ୬୮ ରନର ଅପରାଜିତ ଇନିଂସ ଖେଳିଥିଲେ। ଶୁଭମନ ଗିଲ୍ ୯୧ ରନର ଉଲ୍ଲେଖନୀୟ ଯୋଗଦାନ ଦେଇଥିଲେ।