ଘୋଷଣା ହେଲା ଆଇପିଏ ମ୍ୟାଚ୍‌ ସୂଚୀ

Feb 23, 2024 - 12:36
 8
ଘୋଷଣା ହେଲା ଆଇପିଏ ମ୍ୟାଚ୍‌ ସୂଚୀ

ଆଇପିଏଲର ୧୭ତମ ସଂସ୍କରଣର ପ୍ରଥମ ୨୧ଟି ମ୍ୟାଚ୍‌ ପାଇଁ ସୂଚୀ ଜାରି କରାଯାଇଛି। ଡିଫେଣ୍ଡିଂ ଚାମ୍ପିୟନ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ଓ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ ପ୍ରଥମ ମ୍ୟାଚ୍‌। ମାର୍ଚ୍ଚ ୨୨ରେ ଏମ ଚଦାମ୍ବରମ ଷ୍ଟାଡିୟମରେ ଆଇପିଏଲ ୨୦୨୪ର ପ୍ରଥମ ମ୍ୟାଚ୍‌ ଅନୁଷ୍ଠିତ ହେବ।

ଚଳିତ ବର୍ଷ ଦେଶରେ ସାଧାରଣ ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ପ୍ରଥମେ କେବଳ ୨୧ଟି ମ୍ୟାଚ ପାଇଁ ସୂଚୀ ଜାରି କରାଯାଇଛି। ନିର୍ବାଚନ ତାରିଖ ଘୋଷଣା ହେବା ପରେ ବାକି ମ୍ୟାଚ୍‌ ଗୁଡ଼ିକର ସ୍ଥାନ ଓ ତାରିଖ ଜାରି କରାଯିବ ବୋଲି ଆଇପିଏଲର ଅଧ୍ୟକ୍ଷ ଅରୁଣ ଧୂମାଲ କହିଛନ୍ତି।