ମାତିଲେ ଲାଲବାହିନୀ, ଯବାନଙ୍କ ଗଳା କାଟି କଲେ ହତ୍ୟା

ପୁଣି ମାତିଲେ ଲାଲବାହିନୀ । ଭିଆଇଲେ ଲଙ୍କାକାଣ୍ଡ

ମାତିଲେ ଲାଲବାହିନୀ, ଯବାନଙ୍କ ଗଳା କାଟି କଲେ ହତ୍ୟା

ପୁଣି ମାତିଲେ ଲାଲବାହିନୀ । ଭିଆଇଲେ ଲଙ୍କାକାଣ୍ଡ । ଜଣେ ସିଏଏଫ୍‌ ଯବାନଙ୍କ ଗଳାକାଟି ହତ୍ୟା କରିଛନ୍ତି ଲାଲ୍‌ ବାହିନୀ । ପ୍ରାଣ ହରାଇଥିବା ଯବାନ ଜଣକ ହେଲେ କମାଣ୍ଡର ତିଜାଓ ରାମ ଭୁଆର୍ଯ୍ୟ । ସେ ବିଜାପୁର ଜିଲ୍ଲା କୁଟୁରୁ ଥାନା ଅନ୍ତର୍ଗତ ସିଏଏଫର ଚତୁର୍ଥ ବାଟାଲିୟନରେ କମାଣ୍ଡର ଭାବେ କାର୍ଯ୍ୟରତ ଥିଲେ ।

ମାଲକାନଗିରି-ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଛତିଶଗଡ ଆର୍ମ ଫୋର୍ସ କଂପାନୀ କମାଣ୍ଡରଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ସେ କୋଣସି କାମରେ ବାହାରକୁ ଯାଇଥିବାବେଳେ, ଏହି ସମୟରେ ଯବାନଙ୍କୁ ଟାଙ୍ଗିଆରେ ଅତର୍କିତ ଆକ୍ରମଣ କରି ମାଓବାଦୀ ହତ୍ୟା କରିଥିଲେ । ମାଓବାଦୀଙ୍କ ସ୍ମଲ ଆକ୍ସନ ଟିମ ଏହି ବିଭତ୍ସହତ୍ୟା କରିଥିବା ସୂଚନା ମିଳିଛି । ଘଟଣା ପରେ ପୋସ ପକ୍ଷରୁ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିବା ନେଇ ସୂଚନା ରହିଛି । ସାପ୍ତାହିକ ହାଟକୁ ଯାଇଥିବା ବେଳେ ସିଏଏଫ୍‌ ଯବାନଙ୍କୁ ଗଳାକାଟି ହତ୍ୟା କରିଛନ୍ତି ଲାଲ୍‌ ବାହିନୀ । ରବିବାର ସକାଳେ କ୍ୟାମ୍ପ ପାଇଁ ହାଟକୁ ସୌଦା କିଣିବାକୁ ଯାଇଥିଲେ । ଘଟଣା ପରେ ସାପ୍ତାହିକ ହାଟ ବନ୍ଦ ହୋଇଯାଇ ଥିବା ବେଳେ ପୋଲିସ ପକ୍ଷରୁ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି ବିଜାପୁର ଏସପି ଜିତେନ୍ଦ୍ର ଯାଦବ ।