ଘନକୁହୁଡ଼ି ପାଇଁ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାତିରେ ପାରଦ ଖସି ଶୀତ ଅଳ୍ପ ମାତ୍ରାରେ ଅନୁଭବ ହେଉଥିଲେ ମଧ୍ୟ ଦିନରେ ଗ୍ରୀଷ୍ମ ଋତୁ ଆସିଲା ଭଳି ଲାଗୁଛି । ସୂଚନା ଅନୁସାରେ, ଆସନ୍ତା କାଲି ରାଜ୍ୟରେ ଘନ କୁହୁଡି ହେବ ବୋଲି ସଚେତନ କରାଯାଇଛି । ୧୨ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯିବା ସହିତ ସତର୍କତାର ସହିତ ରହିବା ପାଇଁ ମଧ୍ୟ ସୂଚନା ଦିଆଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ,ଖୋର୍ଦ୍ଧା, ପୁରୀ, ନୟାଗଡ ଓ କନ୍ଧମାଳର ଅଧିକାଂଶ ଅଂଚଳରେ ଘନ କୁହୁଡି ଦୃଶ୍ୟମାନ ହେବ ବୋଲି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଘନ କୁହୁଡି ଫଳରେ ମଧ୍ୟ ଦୁର୍ଘଟଣା ବଢ଼ିବାରେ ଲାଗୁଛି ।

ଘନକୁହୁଡ଼ି ପାଇଁ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି