_ଅନୁସୂଚିତ ଜାତି ମୋର୍ଚ୍ଚା ସମୀକ୍ଷା ବୈଠକ_

Sep 29, 2026 - 20:47
 3
_ଅନୁସୂଚିତ ଜାତି ମୋର୍ଚ୍ଚା ସମୀକ୍ଷା ବୈଠକ_

ଆତ୍ମବିଶ୍ୱାସ, ପ୍ରତିବଦ୍ଧତା ଓ ଧୈର୍ଯ୍ୟ ବଳରେ ସାମାଜିକ ସମରସତାକୁ ଲୋକଙ୍କ ପାଖରେ ପହଂଚାଇଥିଲେ ସନ୍ଥଗୁରୁ ଶ୍ରୀ ରବି ଦାସ : ମନମୋହନ ସାମଲ...

ସନ୍ଥଗୁରୁ ଶ୍ରୀ ରବି ଦାସଙ୍କ ଜନ୍ମସ୍ଥାନରୁ ଆସିଥିବା ମୃତିକା ଓ ବାର୍ତା ସବୁ ଗାଁରେ ପହଁଚାଯାଉଛି : ବାଇଧର ମଲ୍ଲିକ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ‘ସବ୍‌କା ସାଥ୍‌, ସବ୍‌କା ବିକାଶ୍‌, ସବ୍‌କା ବିଶ୍ୱାସ୍‌, ସବ୍‌କା ପ୍ରୟାସ୍‌’ ମନ୍ତ୍ରକୁ ଆଧାର କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡିକୁ ଗାଁ ଗାଁରେ ପହଂଚାଇବା ପାଇଁ ଅଗ୍ରଣୀ ଭୁମିକା ଗ୍ରହଣ କରିବାକୁ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁସୁଚିତ ଜାତି ମୋର୍ଚ୍ଚାର ଜୋନସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ କାର୍ଯ୍ୟକର୍ତାମାନଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆହ୍ୱାନ ଦେଇଛନ୍ତି । 

ଆତ୍ମବିଶ୍ୱାସ, ପ୍ରତିବଦ୍ଧତା ଓ ଧୈର୍ଯ୍ୟ ବଳରେ ସାମାଜିକ ସମରସତାକୁ ଲୋକଙ୍କ ପାଖରେ ପହଂଚାଇଥିଲେ ସନ୍ଥଗୁରୁ ଶ୍ରୀ ରବି ଦାସ ବୋଲି କହିବା ସହିତ ଅନୂସୂଚିତ ଜାତିର ବିକାଶ ପାଇଁ ବିଜେପି ସରକାର କରିଥିବା ବିଭିନ୍ନ ଯୋଜନାକୁ ତଳସ୍ତରରେ ପହଂଚାଇବାକୁ ଆହ୍ୱାନ କରିଛନ୍ତି ।

ଅନୁସୁଚିତ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ବାଇଧର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୋନସ୍ତରୀୟ ସମୀକ୍ଷା ବୈଠକରେ ଗତ ୨୯ ଜୁଲାଇ ୨୦୨୬ (ଗୁରୁପୂର୍ଣ୍ଣିମା) ଠାରୁ ୨୦ ଫେବୃଆରୀ ୨୦୨୭ ପର୍ଯ୍ୟନ୍ତ ହେବାକୁ ଥିବା ସନ୍ଥ ଶିରୋମଣି ଶ୍ରୀ ଗୁରୁ ରବିଦାସ ମହାରାଜଙ୍କ ୬୫୦ତମ ଜନ୍ମ ଜୟନ୍ତୀ ବର୍ଷ ଉପଲକ୍ଷେ \"ସମରସ ସଂକଳ୍ପ ଅଭିଯାନ’ ପାଳନର ସମୀକ୍ଷା କରାଯାଇଥିଲା । ସନ୍ଥ ଗୁରୁ ଶ୍ରୀ ରବି ଦାସଜୀ କେବଳ ଜଣେ ସନ୍ଥ ନ ଥିଲେ । 

ସେ ଥିଲେ ସାମାଜିକ ପରିବର୍ତନର ବିପ୍ଲବୀ ଚେତନା । ଯେତେବେଳେ ସମାଜ ଅସ୍ପୃଶ୍ୟତା ଓ ଜାତିଭେଦ ଶୃଙ୍ଖଳାରେ ବନ୍ଧା ଥିଲା ସେତେବେଳେ ସନ୍ଥ ରବି ଦାସ ଜନ୍ମ ନେଇଥିଲେ । ନିଜର ଜ୍ଞାନ, ଭକ୍ତି ଓ କର୍ମ ମାଧ୍ୟମରେ ସେ ସମାଜକୁ ନୂତନ ଦିଗ ଦେଖାଇଥିଲେ । ସେ ୧୫ରୁ ୧୬ତମ ଶତାଦ୍ଦୀର ଜାତିଭେଦ ଭାବ ମୁକ୍ତ ସମାଜର ପ୍ରତୀକ ଥିଲେ । 

ସମାଜରେ ସଂସ୍କାର ଆଣି ଠିକ୍‌ଭାବେ ଗଢ଼ିବା ପାଇଁ ସଂକଳ୍ପ ନେବା ସହ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା ପାଇଁ ଅନେକ ଯୁଗପୋଯୋଗୀ ନିଷ୍ପତି ନେଇଥିଲେ । 

ଏଭଳି ସମାଜ ସଂସ୍କାର କାର୍ଯ୍ୟ ଯୋଗୁ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ସନ୍ଥ ରବି ଦାସଜୀଙ୍କୁ ଲୋକେ ମନେପକାଇବା ସହ ତାଙ୍କ ରାସ୍ତାକୁ ଅନୁସରଣ କରିବେ ଏବଂ ଆମ ସମସ୍ତଙ୍କ ପ୍ରେରଣା ହୋଇରହିବେ । 

ତାଙ୍କ ଜନ୍ମସ୍ଥାନ ବାରଣାସୀ କାଶୀରୁ ପବିତ୍ର ମୃତିକାକୁ କଳସରେ ସଂଗ୍ରହ କରାଯାଇ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ପଠାଯାଇଛି । 

ଏହି ମୃତିକା ଓ ସନ୍ଥ ରବିଦାସଜୀଙ୍କ ବାର୍ତାକୁ ସବୁ ଜିଲ୍ଲାରୁ ମଣ୍ଡଳ ଓ ସେଠାରୁ ସବୁ ଗାଁକୁ ପହଁଚାଇବା ପାଇଁ ଅନୁସୂଚିତ ଜାତି ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି । 

ଏହି ସମୀକ୍ଷା ବୈଠକରେ ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା, ବିଧାୟକ ଶ୍ରୀ ଦୁର୍ଗାଚରଣ ତନ୍ତୀ, ବିଧାୟକ ଶ୍ରୀ ରଘୁନାଥ ଜଗ୍‌ଦଲ୍ଲା, ଅନୁସୂଚିତ ଜାତି ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସୁଶାନ୍ତ କୁମାର ମଲ୍ଲିକ, ରାଜ୍ୟ ସମ୍ପାଦିକା ଶ୍ରୀମତୀ ସ୍ମିତା ପ୍ରଧାନ, ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ ଶ୍ରୀ ଚନ୍ଦନ ସ୍ୱରାଜଙ୍କ ସମେତ ମୋର୍ଚ୍ଚାର ସମସ୍ତ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।