ବିରୋଧୀ ଦଳ ନେତାଙ୍କ କାର୍ଯ୍ୟାଳୟରେ ମହାନଦୀ ଜଳ ବଣ୍ଟନ ସମସ୍ୟା ନେଇ ବିରୋଧୀ ଦଳ ନେତାଙ୍କୁ ଭେଟିଲେ ବିଶିଷ୍ଟ ପରିବେଶବିତ୍‌ ଡ. ରାଜେନ୍ଦ୍ର ସିଂ ।

May 31, 2026 - 11:19
 11
ବିରୋଧୀ ଦଳ ନେତାଙ୍କ କାର୍ଯ୍ୟାଳୟରେ ମହାନଦୀ ଜଳ ବଣ୍ଟନ ସମସ୍ୟା ନେଇ  ବିରୋଧୀ ଦଳ ନେତାଙ୍କୁ ଭେଟିଲେ   ବିଶିଷ୍ଟ ପରିବେଶବିତ୍‌ ଡ. ରାଜେନ୍ଦ୍ର ସିଂ ।

ବିରୋଧୀ ଦଳ ନେତାଙ୍କ କାର୍ଯ୍ୟାଳୟରେ ମହାନଦୀ ଜଳ ବଣ୍ଟନ ସମସ୍ୟା ନେଇ 

ବିରୋଧୀ ଦଳ ନେତାଙ୍କୁ ଭେଟିଲେ ବିଶିଷ୍ଟ ପରିବେଶବିତ୍‌ ଡ. ରାଜେନ୍ଦ୍ର ସିଂ ।

ବିଜୁ ଜନତା ଦଳ ମହାନଦୀ ଜଳ ବଣ୍ଟନରେ ଓଡିଶାରେ ସ୍ୱାର୍ଥ ହାନୀ ହେବାକୁ ଦେବ ନାହିଁ ।

ଲଢେଇ ଜାରୀ ରହିବ – ନବୀନ ପଟ୍ଟନାୟକ ।

 

ବିଶିଷ୍ଟ ପରିବେଶବିତ୍‌ ଡ. ରାଜେନ୍ଦ୍ର ସିଂ ସନ୍ଧ୍ୟାରେ ନବୀନ ନିବାସରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ମହାନଦୀ ଜଳ ବଣ୍ଟନ ସମସ୍ୟା ସମ୍ପର୍କ ରେ ଆଲୋଚନା କରିଥିଲେ।  

ବିଜୁ ଜନତା ଦଳ କୌଣସି ପରିସ୍ଥିତିରେ ମହାନଦୀ ଜଳ ବଣ୍ଟନରେ ଓଡିଶାରେ ସ୍ୱାର୍ଥ ହାନୀ ହେବାକୁ ଦେବ ନାହିଁ ଏବଂ ଲଢେଇ ଜାରୀ ରହିବ ବୋଲି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ।

ଏହି ଆଲୋଚନାରେ ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ମହନଦୀ କମିଟିର ସଦସ୍ୟ ଶ୍ରୀ ନିରଞ୍ଜନ ପୂଜାରୀ ଓ ମହାନଦୀ ବଚାଓ ଆନ୍ଦୋଳନର ଆବାହକ ଶ୍ରୀ ସୁଦର୍ଶନ ଦାସ ପ୍ରମୁଖ ଭାଗ ନେଇଥିଲେ ।