Expired ବିସ୍କୁଟ ନୂଆ ଖୋଳରେ !!!
"କିଣିବ ଦଶ ବିକିବ ଦଶ,
ଲାଭ ବାହାରିବ ଫସ ଫସ"
ଏହି କଥାର ଏହା ଏକ ପ୍ରମାଣ ଅଟେ
ବାଲିପାଟଣା ଅଞ୍ଚଳରେ ବର୍ଷ ବର୍ଷ ହେବ ଅବଧି ସରିଯାଇଥିବା ବିଭିନ୍ନ ନାମୀ କମ୍ପାନୀର ବିସ୍କୁଟକୁ ନୂଆ ପ୍ୟାକିଂ କରି ବଜାରକୁ ଛାଡୁଥିଲେ ଅସାଧୁ ବ୍ୟବସାୟୀ।
ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ଯୋଗୁଁ ଏହି ଚାଞ୍ଚଲ୍ୟକର ଘଟଣାର ପର୍ଦ୍ଦାଫାଶ ହୋଇଛି।
ବାଲିପାଟଣା ପୋଲିସ ଏହି ମାମଲାରେ ଘଟଣାର ମୁଖ୍ୟ ଅଭିଯୁକ୍ତ କୃଷ୍ଣ ଚନ୍ଦ୍ର ସାହୁଙ୍କ ସମେତ ଟ୍ରକ ଡ୍ରାଇଭର ଓ ହେଲପରକୁ ଅଟକ ରଖି ପଚରାଉଚରା କରୁଛି।
ସୂଚନା ଅନୁସାରେ ବାଲିପାଟଣା ଛକ ଠାରେ ରହୁଥିବା କୃଷ୍ଣ ଚନ୍ଦ୍ର ସାହୁ ଦୀର୍ଘ ଦିନ ହେଲା ଏହି ଅବୈଧ କାରବାର ଚଳାଇ ଆସୁଥିଲେ।
ସକାଳେ ଏକ ଆଇଚର ଗାଡିରେ ବିପୁଳ ପରିମାଣର ବିସ୍କୁଟ କୃଷ୍ଣଙ୍କ ଘରେ ଖାଲି କରାଯାଉଥିଲା ।
କିଛି ଗଣମାଧ୍ୟମ ପ୍ରତିନିଧି ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସନ୍ଦେହ ଉପୁଜିବାରୁ ସେମାନେ ଏହାକୁ ବିରୋଧ କରିବା ସହ ପୋଲିସକୁ ଜଣାଇଥିଲେ।
ପୋଲିସ ଆସୁଥିବା ଖବର ପାଇ ଅଭିଯୁକ୍ତମାନେ ତତ୍କ୍ଷଣାତ୍ ବିସ୍କୁଟ ବୋଝେଇ ଟ୍ରକକୁ ନେଇ ଗାରେଡିପାଞ୍ଚଣ ନିକଟସ୍ଥ ଏକ ଜଙ୍ଗଲିଆ ଅଞ୍ଚଳରେ ଥିବା ଇଟା ଭାଟି ରାସ୍ତା ଆଡ଼କୁ ଫେରାର ହୋଇଯାଇଥିଲେ।
କିନ୍ତୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ପୁଲିସ ପିଛା କରି ଉକ୍ତ ଟ୍ରକକୁ ଜବତ କରିବା ସହ ତିନି ଜଣଙ୍କୁ କାବୁ କରିଛି।
ଉପଭୋକ୍ତାଙ୍କ ସ୍ୱାସ୍ଥ୍ୟ ସହ ସିଧାସଳଖ ଖେଳ ଖେଳୁଥିବା ଏହି ରାକେଟର ଜାଲ କେତେ ଦୂର ବ୍ୟାପିଛି, ତାହାକୁ ନେଇ ସାଧାରଣରେ ଆତଙ୍କ ଖେଳିଯାଇଛି।
ଏହିଭଳି ସବୁ କାରବାର ମୁଖ୍ୟତଃ ବନମାଳୀପୁର, ବାଳକାଟୀ... ଅଂଚଳରେ ଦୀର୍ଘବର୍ଷ ଧରି ଚାଲୁଅଛି ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ପ୍ରକାଶ