NHI ବୃଦ୍ଧି କରିଛି ବାର୍ଷିକ Fast Tag ଦେୟ...

Mar 20, 2026 - 17:35
 2
NHI ବୃଦ୍ଧି କରିଛି ବାର୍ଷିକ Fast Tag ଦେୟ...

NHI ବୃଦ୍ଧି କରିଛି ବାର୍ଷିକ Fast Tag ଦେୟ...

ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ(ଏନଏଚଏଆଇ) ଜାତୀୟ ରାଜପଥ ପାଇଁ FasTag ବାର୍ଷିକ ପାସ୍ ଆରମ୍ଭ କରିଥିଲା

୬ ମାସ ଭିତରେ ୫୦ ଲକ୍ଷରୁ ଅଧିକ ୟୁଜର୍ସ ଆକ୍ଟିଭ କରିଛନ୍ତି

ଏହି ସମୟରେ ୨୬.୫୫ କୋଟିରୁ ଅଧିକ ନେଣଦେଣ ହୋଇଥିବା ପ୍ରାଧୀକରଣ ପକ୍ଷରୁ କୁହାଯାଇଥିଲା । 

ଗାଡିଚାଳକଙ୍କୁ ଏବେ ବାର୍ଷିକ ପାସ୍ ପାଇଁ ଅଧିକ ଟଙ୍କା ଗଣିବାକୁ ପଡିବ ।

ଏନଏଚଆଇ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଏହି ପାସର ମୂଲ୍ୟ ବଢାଇ ୩ ହଜାର ୭୫ ଟଙ୍କା କରିବାକୁ ନିଷ୍ପତ୍ତି ନେଇଛି । 

ଏହି ନିଷ୍ପତ୍ତି ୨୦୨୬ ଏପ୍ରିଲ ୧ରୁ ଲାଗୁ ହେବ । 

ବର୍ତ୍ତମାନ ଏହି ପାସର ମୂଲ୍ୟ ୩ ହଜାର ଟଙ୍କା ରହିଛି । 

ଟୋଲ୍ ଟ୍ୟାକ୍ସ ନିୟମ ରାଷ୍ଟ୍ରୀୟ ରାଜମାର୍ଗ ଉପରେ ଟୋଲ୍ ଶୁଳ୍କ ନିୟନ୍ତ୍ରିତ କରିଥାଏ । 

FasTag ବାର୍ଷିକ ପାସ୍ ଅଣ କମର୍ସିଆଲ ବାହନ ପାଇଁ ଉଦ୍ଦିଷ୍ଟ । 

ଏହାର ବ୍ୟବହାର ଭାରତର ଜାତୀୟ ରାଜପଥ ଏବଂ ଏକ୍ସପ୍ରେସୱେରେ ପ୍ରାୟ ୧୧୫୦ ଟୋଲ୍ ପ୍ଲାଜାରେ ବ୍ୟବହାର କରାଯାଉଛି । 

ଗାଡିରେ ଏକ ଭାଲିଡ ଫାଷ୍ଟ୍ୟାଗ ଲାଗିବା ଜରୁରୀ

ସରକାରୀ ତଥ୍ୟ ଅନୁସାରେ, ୫୬ ଲକ୍ଷରୁ ଅଧିକ ଗାଡି ଚାଳକ ହିଁ ବାର୍ଷିକ ପାସ୍ ପାଇଁ ପଞ୍ଜିକରଣ କରି ସାରିଛନ୍ତି