SIR କାର୍ଯ୍ୟରେ ଅବହେଳା ଯୋଗୁଁ କାର୍ଯ୍ୟାନୁଷ୍ଠାନ...

Feb 18, 2026 - 17:22
 3
SIR କାର୍ଯ୍ୟରେ ଅବହେଳା ଯୋଗୁଁ କାର୍ଯ୍ୟାନୁଷ୍ଠାନ...

SIR କାର୍ଯ୍ୟରେ ଅବହେଳା ଯୋଗୁଁ କାର୍ଯ୍ୟାନୁଷ୍ଠାନ...

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ ପଶ୍ଚିମବଙ୍ଗର ସାତ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ଏହି ଅଧୂକାରୀଙ୍କ ବିରୁଦ୍ଧରେ ଏସଆଇଆରରେ ଗୁରୁତର ଅବହେଳା, କର୍ତ୍ତବ୍ୟରେ ଅବହେଳା ଏବଂ କ୍ଷମତାର ଅପବ୍ୟବହାର ଅଭିଯୋଗ ହୋଇଥିଲା । ନିର୍ବାଚନ କମିଶନ ପଶ୍ଚିମବଙ୍ଗର ମୁଖ୍ୟ ସଚିବଙ୍କୁ ନିଲମ୍ବିତ ଅଧୂକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ନିର୍ବାଚନ କମିଶନ କହିଛନ୍ତି ଯେ ଭୋଟର ତାଲିକା କାର୍ଯ୍ୟ ଅତ୍ୟନ୍ତ ସମ୍ବେଦନଶୀଳ। ଯେକୌଣସି ଅବହେଳା କିମ୍ବା କ୍ଷମତାର ଅପବ୍ୟବହାରକୁ ବରଦାସ୍ତ କରାଯିବ ନାହିଁ। ଭବିଷ୍ୟତରେ ଏପରି ଅବହେଳା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ନିଲମ୍ବିତ ଅଧୂକାରୀମାନେ ହେଲେ ସହାୟକ ନିର୍ଦ୍ଦେଶକ ଡକ୍ଟର ସେଫୌର ରହମାନ, ଯିଏକି ମୁର୍ଶିଦାବାଦ ଜିଲାର କୃଷି ବିଭାଗରେ କାର୍ଯ୍ୟ କରନ୍ତି । ନୀତିଶ ଦାସ-ରାଜସ୍ବ ଅଧୂକାରୀ, ଡାଲିଆ ରାୟ ଚୌଧୁରୀ- ମହିଳା ବିକାଶ ଅଧୂକାରୀ, ସ୍କଟ.ମୁର୍ଶିଦ ଆଲମ- ସହାୟକ କୃଷି ନିର୍ଦ୍ଦେଶକ, ସତ୍ୟଜିତ ଦାସ- ଯୁଗ୍ମ ବିଡ଼ିଓ,କ୍ୟାନିଂ ପୂର୍ବ ବିଧାନସଭା ନିର୍ବାଚନମଣ୍ଡଳୀ, ଜୟଦୀପ କୁଣ୍ଡୁ-ଏଫଇଓ ଏବଂ ଏଇଆରଓ, ଦେବାଶିଷ ବିଶ୍ବାସ- ଯୁଗ୍ମ ବିଡ଼ିଓ ଡେବ୍ରା ବିଧାନସଭା ନିର୍ବାଚନମଣ୍ଡଳୀ ।