ଅବୈଧ ସମ୍ପର୍କ ଅଭିଯୋଗରେ ବିଧବାଙ୍କ ଆଇନଗତ ଅଧିକାର ଛଡ଼ାଯିବ ନାହିଁ: ଆହ୍ଲାବାଦ ହାଇକୋର୍ଟ...

Oct 9, 2026 - 17:52
 21
ଅବୈଧ ସମ୍ପର୍କ ଅଭିଯୋଗରେ ବିଧବାଙ୍କ ଆଇନଗତ ଅଧିକାର ଛଡ଼ାଯିବ ନାହିଁ: ଆହ୍ଲାବାଦ ହାଇକୋର୍ଟ...

ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ବିଧବା ଭାବରେ ଥିବା ଆଇନଗତ ସ୍ଥିତିକୁ କେବଳ ଅନ୍ୟ ପୁରୁଷଙ୍କ ସହ ଅବୈଧ ସମ୍ପର୍କର ଅଭିଯୋଗ ଆଧାରରେ ଅମାନ୍ୟ କରାଯାଇପାରିବ ନାହିଁ । 

ପାରିବାରିକ ସମ୍ପତ୍ତି ଓ ଉତ୍ତରାଧିକାର ସମ୍ପର୍କିତ ଏକ ମାମଲାରେ ଆହ୍ଲାବାଦ ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ।

କୋର୍ଟ କହିଛନ୍ତି, କେବଳ ମୌଖିକ ଅଭିଯୋଗ କିମ୍ବା ଦାବି ଆଧାରରେ ଜଣେ ମହିଳାଙ୍କୁ ବିଧବା ଭାବରେ ମିଳୁଥିବା ଆଇନଗତ ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ । 

ସେହିପରି ଜଣେ ସନ୍ତାନଙ୍କ ବୈଧତା କିମ୍ବା ଆଇନଗତ ଉତ୍ତରାଧିକାରୀ ଅଧିକାରକୁ ମଧ୍ୟ କେବଳ ଅଭିଯୋଗ ଆଧାରରେ ଖାରଜ କରାଯାଇପାରିବ ନାହିଁ । 

ଏଥିପାଇଁ ଦୃଢ଼, ସ୍ୱାଧୀନ ଓ ବିଶ୍ୱସନୀୟ ପ୍ରମାଣ ଆବଶ୍ୟକ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।