ଅରାଜକତାରେ ସୀମା ଟପୁଛି ଓଡିଶା ସରକାର, ନବୀନ ପଟନାୟକଙ୍କ କ୍ଷୋଭ...

Oct 15, 2026 - 10:29
 18
ଅରାଜକତାରେ ସୀମା ଟପୁଛି ଓଡିଶା ସରକାର, ନବୀନ ପଟନାୟକଙ୍କ କ୍ଷୋଭ...

ଅରାଜକତା ସୀମା ଟପୁଛି, #ସତ୍ୟବାଦୀ ବ୍ଲକ ସରକାରୀ କାର୍ଯ୍ୟାଳୟ ଭିତରେ ପଶି ବିଜେପିର କର୍ମୀମାନେ ଘଟାଇଥ‌ିବା ହିଂସାକାଣ୍ଡ ଓଡ଼ିଶାବାସୀଙ୍କୁ ବିଚଳିତ କରିଛି। ଏହାକୁ ଦୃଢ଼ତାର ସହ ନିନ୍ଦା କରୁଛି।

ଏପରି ଅରାଜକତାକୁ ସରକାର କାହିଁକି ବାରମ୍ବାର ପ୍ରଶ୍ରୟ ଦେଉଛନ୍ତି? ସରକାରରେ ଅଛନ୍ତି ବୋଲି କ'ଣ ବିଜେପିର କର୍ମୀମାନେ ସରକାରୀ କାର୍ଯ୍ୟାଳୟ ଭିତରେ ପଶି ହିଂସା ଘଟାଇବେ? ଲୋକଙ୍କ ସମ୍ପତ୍ତ ଭଙ୍ଗାରୁଜା କରିବେ?

ଅରାଜକତା ପାଇଁ #ଓଡ଼ିଶା ଏବେ ବିଶ୍ବ ଦରବାରରେ ନିନ୍ଦିତ ହେଉଛି। ସରକାର ନିଦାବିଷ୍ଣୁ ସାଜି କାହିଁକି ଏହାକୁ ପ୍ରୋତ୍ସାହିତ କରୁଛନ୍ତି?

ବିଜେପି ସରକାରକୁ ଆସିବା ପରେ ଭୁବନେଶ୍ବରର ବିଏମସି କାର୍ଯ୍ୟାଳୟଠୁ ନେଇ କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ, ଆଠଗଡ଼ ଓ ଜଟଣୀରେ ସରକାରୀ କାର୍ଯ୍ୟାଳୟ ଭିତରେ ପଶି ବିଜେପି କର୍ମୀମାନେ ଘଟାଇଥିବା କାଣ୍ଡକୁ ଓଡ଼ିଶାବାସୀ ଭୁଲି ନାହାନ୍ତି। ହେଲେ ସରକାର କ'ଣ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଲେ?

ଶାନ୍ତିପ୍ରିୟ ଓଡ଼ିଶାରେ ଅରାଜକତା ଓ ହିଂସାର କୌଣସି ସ୍ଥାନ ନାହିଁ। ଓଡ଼ିଶାବାସୀ ନିଶ୍ଚୟ ଏହାର ଉଚିତ୍ ଜବାବ ଦେବେ।