ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ ଓ ଜଳବାୟୁର ପରିବର୍ତ୍ତନକୁ ନେଇ ପାଣିପାଗ ବିଶେଷଜ୍ଞଙ୍କ ମତାମତ...
ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ ଓ ଜଳବାୟୁର ପରିବର୍ତ୍ତନକୁ ନେଇ ପାଣିପାଗ ବିଶେଷଜ୍ଞଙ୍କ ମତାମତ...
ଚଳିତ ବର୍ଷ ଏପ୍ରିଲ ମାସରେ ଓଡ଼ିଶାରେ ଅନୁଭୂତ ହେଉଥିବା ଅସମ୍ଭାଳ ଗ୍ରୀଷ୍ମପ୍ରବାହ ଏବଂ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଖ୍ୟାତନାମା ପାଣିପାଗ ବିଶେଷଜ୍ଞ ଡ. ଶରତ ଚନ୍ଦ୍ର ସାହୁ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ବିସ୍ତୃତ ସୂଚନା ଦେଇଛନ୍ତି।
ଅସମ୍ଭାଳ ଗରମର ମୁଖ୍ୟ କାରଣ:
ଡ. ସାହୁଙ୍କ ମତରେ, ଚଳିତ ବର୍ଷ କାଳବୈଶାଖୀର ଅଭାବ, ଆକାଶ ମେଘମୁକ୍ତ ରହିବା ଏବଂ ଉତ୍ତର-ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ତଥା ଉତ୍ତପ୍ର ପବନ ଯୋଗୁଁ ତାପମାତ୍ରା ବୃଦ୍ଧି ପାଉଛି। ବିଶେଷକରି ଉପକୂଳ ଓଡ଼ିଶାରେ ଆର୍ଦ୍ରତା (Humidity) ଅଧିକ ରହୁଥିବାରୁ ୩୭ ଡିଗ୍ରୀ ତାପମାତ୍ରା ମଧ୍ୟ ଦେହକୁ ୪୭ ଡିଗ୍ରୀ ଭଳି ଅନୁଭୁତ ହେଉଛି।
ଏହା ବ୍ୟତୀତ ବ୍ୟାପକ ଜଙ୍ଗଲ କ୍ଷୟ ଦ୍ରୁତ ସହରୀକରଣ, କଂକ୍ରିଟ୍ ଜଙ୍ଗଲ ବୃଦ୍ଧି ଏବଂ ଜଳାଶୟଗୁଡ଼ିକ ନଷ୍ଟ ହେବା ମଧ୍ୟ ତାପମାତ୍ରା ବୃଦ୍ଧିର ପ୍ରମୁଖ କାରଣ ପାଲଟିଛି।
ଏଲ୍-ନିନୋ (El Nino) ର ପ୍ରଭାବ: ସାଧାରଣ ଲୋକଙ୍କ ବୁଝିବା ପାଇଁ ଡ. ସାହୁ 'ଏଲ୍-ନିନୋ' ଓ 'ଲା-ନିନା' ବିଷୟରେ ସ୍ପଷ୍ଟ କରିଛନ୍ତି ।
ପ୍ରଶାନ୍ତ ମହାସାଗରରେ ଜଜପତନର ତାପମାତ୍ରା ସ୍ବାଭାବିକଠାରୁ ଅଧୁକ ବୃଦ୍ଧି ପାଇବାକୁ ଏଲ୍-ନିନୋ' କୁହାଯାଏ । ଏହା ଫଳରେ ମୌସୁମୀ ଦୁର୍ବକ ହେବା ସହ ଗରମ ବଢ଼ିଥାଏ ଏବଂ ବର୍ଷା କମି ମରୁଡ଼ି ପ୍ରିତି ସୃଷ୍ଟି ହୁଏ ।
ଚଳିତ ବର୍ଷ ଏଲ୍-ନିନୋର ପ୍ରଭାବ ରହିଥିବାରୁ ଏତେ ମାତ୍ରାରେ ତାତି ଅନୁଭୂତ ହେଉଛି।
????ମେ' ମାସରେ ବାତ୍ୟା ଆଶଙ୍କା:
ମେ' ମାସରେ ସାଧାରଣତଃ ଦାତ୍ୟା ହେବାର ଆଶଙ୍କା ଥାଏ। ବର୍ତମାନ ସମୁଦ୍ରର ତାପମାତ୍ରା ୨୯-୩୧ ଡିଗ୍ରୀ ସେଲସିୟସ ମଧ୍ୟରେ ଅଛି, ଯାହା ବାତ୍ୟା ସୃଷ୍ଟି ପାଇଁ ଅନୁକୂଳ । ତେବେ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ କୌଣସି ବାତ୍ୟାର ସୂଚନା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
????ଜନସାଧାରଣଙ୍କ ପାଇଁ ପରାମର୍ଶ ଓ ସତର୍କତା:
ଅଂଶୁଘାତରୁ ବର୍ତିବା ପାଇଁ ସେ ନିମ୍ନଲିତ ପରାମର୍ଶ ଦେଇଛନ୍ତି: ଦିନ ୧୦:୩୦ ରୁ ଅପରାହ୍ନ ୩:୩୦ ପର୍ଯ୍ୟନ୍ତ ଖରାରେ ପଦାକୁ ବାହାରନ୍ତୁ ନାହିଁ। ପ୍ରଚର ପରିମାଣରେ ପାଣି ପିଅନ୍ତୁ ଏବଂ ବାହାରକୁ ଗଲେ ଓଦା କପଡ଼ା ବ୍ୟବହାର କରନ୍ତୁ । ଦିନ ସମୟରେ ଘରର କବାଟ ଝରକା ବନ୍ଦ ରଖନ୍ତୁ, ଯାହାଦ୍ବାରା ବାହାରର ଗରମ ପବନ ଭିତରକୁ ପ୍ରବେଶ କରିପାରିବ ନାହିଁ I
ଆଗାମୀ ପିଢ଼ି ପାଇଁ ବାର୍ତ୍ତା:
ଭବିଷ୍ୟତରେ ଏହି ଗ୍ଲୋବାଲ ୱାର୍ମି ବା ବିଶ୍ବ ତାପାୟନରୁ ବର୍ଷିବାକୁ ହେଲେ ବ୍ୟାପକ ବୃକ୍ଷରୋପଣ ନିହାତି ଆବଶ୍ୟକ।
ବ୍ୟକ୍ତିଗତ ଗାଡ଼ି ବଦଳରେ ପବ୍ଲିକ୍ ଟ୍ରାନ୍ସପୋର୍ଟ ବ୍ୟବହାର କରିବା, ଅଯଥା ବିଦ୍ୟୁତ୍ ଖର୍ଚ୍ଚ ନ କରିବା ଏବଂ ସୌରଶକ୍ତି ଭଳି ନବୀକରଣଯୋଗ୍ୟ ଶକ୍ତି (Renewable Energy) ର ବ୍ୟବହାର କରିବା ଉପରେ ଡ. ସାହୁ ଗୁରୁତ୍ୱାରୋପ କରିଛନ୍ତି।