ଆଇଆଇଏମସି, ଢେଙ୍କାନାଳରେ ଓଡ଼ିଶା ସୂଚନା ସେବା ଅଧୂକାରୀଙ୍କୁ ପିଆଇବି ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ସମ୍ବୋଧନ

Jan 30, 2026 - 12:31
 4
ଆଇଆଇଏମସି, ଢେଙ୍କାନାଳରେ ଓଡ଼ିଶା ସୂଚନା ସେବା ଅଧୂକାରୀଙ୍କୁ ପିଆଇବି ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ସମ୍ବୋଧନ

ଆଇଆଇଏମସି, ଢେଙ୍କାନାଳରେ ଓଡ଼ିଶା ସୂଚନା ସେବା ଅଧୂକାରୀଙ୍କୁ ପିଆଇବି ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ସମ୍ବୋଧନ

ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି ଆଇବି) ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଓଡ଼ିଶାର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖୂଳ କୁମାର ମିଶ୍ର ଆଜି ଢେଙ୍କାନାଳ ନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମସି) ପରିଦର୍ଶନ କରି ପ୍ରଶିକ୍ଷଣରତ ଓଡ଼ିଶା ସୂଚନା ସେବା (ଓଆଇଏସ) ଅଧୂକ ଧୂକାରୀମାନଙ୍କୁ ସମ୍ବୋଧୂତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ 'ପରିବର୍ତ୍ତନଶୀଳ ସମୟରେ ସରକାରୀ ଯୋଗାଯୋଗ' ଶୀର୍ଷକ ବିଷୟବସ୍ତୁ ଉପରେ ପ୍ରଶିକ୍ଷାର୍ଥୀମାନଙ୍କୁ ଏକ ବିସ୍ତୃତ ବକ୍ତବ୍ୟ ପ୍ରଦାନ କରିଥିଲେ।

ଶ୍ରୀ ମିଶ୍ର ନିଜ ଅଭିଭାଷଣରେ ଉଲ୍ଲେଖ କରିଥିଲେ ଯେ ଡିଜିଟାଲ୍ ମିଡିଆ ଏବଂ ସୋସିଆଲ୍ ନେଟୱର୍କି ପ୍ଲାଟଫର୍ମର ଦ୍ରୁତ ବିକାଶ ସରକାରୀ ଯୋଗାଯୋଗ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ସୂଚନା ପ୍ରସାରଣର ରଣର ଏହି ଏ ଦ୍ରୁତ ଯୁଗରେ ଭ୍ରାନୁ ସୂଚନା ବା ଗୁଜବର ମୁକାବିଲା କରି ସରକାରଙ୍କ ପ୍ରତି ଜନସାଧାରଣଙ୍କ ବିଶ୍ବାସ ବଜାୟ ରଖୁବା ସୂଚନା ଅଧିକାରୀମାନଙ୍କର ପ୍ରମୁଖ ଦାୟିତ୍ଵ। ସରକାରୀ ସୂଚନାକୁ ସମୟୋଚିତ, ସଠିକ୍ ଏବଂ ପାରଦର୍ଶୀ ଭାବେ ଲୋକଙ୍କ ପାଖରେ ପହଞ୍ଚାଇବା ହେଉଛି ସୂଚନା ଅଧୂକାରୀଙ୍କ ମୌଳିକ କର୍ତ୍ତବ୍ୟ। ସେ ଆହୁରି ମଧ୍ୟ କହିଥିଲେ ଯେ ଆଧୁନିକ ଯୋଗାଯୋଗ ଶୈଳୀ ସହ ସମାଜର ସବୁ ବର୍ଗର ଲୋକଙ୍କ ଦଙ୍କ ପାଖରେ ପା ପହଞ୍ଚିବା ପାଇଁ ଆଞ୍ଚଳିକ ଭାଷା ଓ ବିଭିନ୍ନ ଡିଜିଟାଲ୍ ମାଧ୍ଯମର ସମନ୍ବିତ ବ୍ୟବହାର ଅତ୍ୟନ୍ତ ଅପରିହାର୍ଯ୍ୟ। ସରକାରୀ ନୀତି ଓ ଜନକଲ୍ୟାଣକାରୀ ଜନକଲ୍ୟାଣ ଯୋଜନାଗୁଡ଼ିକର ସଫଳ ରୂପାୟନ ପାଇଁ ସୂଚନା ଅଧୂକାରୀମାନେ ନିଜର ପେଶାଦାର ନୈତିକତା ବଜାୟ ରଖୁବା ସହ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ।

ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ୨୮ ତାରିଖରୁ ଆରମ୍ଭ ହୋଇଥିବା ଏହି ୧୦ ଦିନିଆ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୨୦୨୫ ବ୍ୟାଚ୍‌ର ମୋଟ ୧୯ ଜଣ ଓଡ଼ିଶା ସୂଚନା ସେବା ଅଧୂକାରୀ ଅଂଶଗ୍ରହଣ କରିଛନ୍ତି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ଗଣମାଧ୍ଯମ ବିଶେଷଜ୍ଞମାନେ ସରକାରୀ ଲୋକସମ୍ପର୍କ ଓ ଯୋଗାଯୋଗର ବିଭିନ୍ନ ଦିଗ ଉପରେ ଶିକ୍ଷା ପ୍ରଦାନ କରୁଛନ୍ତି।