ଆଇନଗତ ସହାୟତା ପ୍ରଦାନ ବ୍ୟବସ୍ଥାର ଜାତୀୟ ସମିଳନୀ...

Nov 9, 2025 - 10:11
 6
ଆଇନଗତ ସହାୟତା ପ୍ରଦାନ ବ୍ୟବସ୍ଥାର ଜାତୀୟ ସମିଳନୀ...

ଯେତେବେଳେ ନ୍ୟାୟ ସମସ୍ତଙ୍କ ପାଇଁ ଉପଲବ୍ଧ ହୁଏ, ସମୟାନୁସାରେ ପ୍ରଦାନ କରାଯାଏ ଏବଂ ପ୍ରତ୍ୟେକ ବ୍ୟକ୍ତି ପାଖରେ ସେମାନଙ୍କର ସାମାଜିକ କିମ୍ବା ଆର୍ଥିକ ପୃଷ୍ଠଭୂମି ନିର୍ବିଶେଷରେ ଏହା ପହଞ୍ଚିଥାଏ, ସେତେବେଳେ ଏହା ପ୍ରକୃତରେ ସାମାଜିକ ନ୍ୟାୟର ମୂଳଦୁଆ ହୋଇଯାଏ : ପ୍ରଧାନମନ୍ତ୍ରୀ

ବ୍ୟବସାୟ କରିବାର ସହଜତା ଏବଂ ଜୀବନଯାପନର ସୁଗମତା ପ୍ରକୃତରେ ସେତେବେଳେ ସମ୍ଭବ ହୋଇଥାଏ, ଯେତେବେଳେ ନ୍ୟାୟର ସହଜତା ମଧ୍ଯ ସୁନିଶ୍ଚିତ ହୁଏ ; ସାମ୍ପ୍ରତିକ ବର୍ଷ ଗୁଡ଼ିକରେ, ନ୍ୟାୟର ସହଜତାକୁ ବୃଦ୍ଧି କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି ଏବଂ ଆଗକୁ ବଢ଼ିବା ସହିତ, ଆମେ ଏହି ଦିଗରେ ପ୍ରୟାସକୁ ତ୍ବରାନ୍ବିତ କରିବୁ : ପ୍ରଧାନମନ୍ତ୍ରୀ

ମଧ୍ଯସୁତା ସର୍ବଦା ଆମର ସଭ୍ୟତାର ଏକ ଅବିଚ୍ଛେଦ୍ୟ ଅଂଶ ହୋଇ ରହିଆସିଛି ; ନୂତନ ମଧ୍ୟସୁତା ଆଇନ ଏହି ପରମ୍ପରାକୁ ଆଗକୁ ବଢ଼ାଉଛି, ଏହାକୁ ଏକ ଆଧୁନିକ ରୂପ ଦେଉଛି : ପ୍ରଧାନମନ୍ତ୍ରୀ

ଆଜି ପ୍ରଯୁକ୍ତି ପୁକ୍ତି ବିଦ୍ୟା ଅନୁର୍ଭୁକ୍ତି ଏବଂ ସଶକ୍ତିକରଣ ପାଇଁ ଏକ ଶ ଶକ୍ତିଶାଳୀ ମାଧ୍ଯମ ଧମ ଭାବରେ ମୁଣ୍ଡ ଟେକିଛି କିଛି ; ନ୍ୟାୟ ପ୍ରଦାନରେ ଇ-କୋର୍ଟସ୍ ପ୍ରକଳ୍ପ ଏହି ପରିବର୍ତ୍ତନର ଏକ ଉଲ୍ଲେଖନୀୟ ଉଦାହରଣ ଭାବରେ ପ୍ରତୀୟମାନ ହୋଇଛି : ପ୍ରଧାନମନ୍ତ୍ରୀ

ଯେତେବେଳେ ଲୋକମାନେ ନିଜ ଭାଷାରେ ଆଇନକୁ ବୁଝନ୍ତି, ଏହା ଉତ୍ତମ ଅନୁପାଳନ ଆଡ଼କୁ ନେଇଯାଏ ଏବଂ ମାମଲାକୁ ହ୍ରାସ କରେ ; ସ୍ଥାନୀୟ ଭାଷାରେ ବିଚାର ଏବଂ ଆଇନଗତ ଦଲିଲ ଉପଲବ୍ଧ ହେବା ସମାନ ଭାବରେ ଜରୁରୀ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ସୁପ୍ରିମକୋର୍ଟରେ "ଆଇନଗତ ସହାୟତା ପ୍ରଦାନ ବ ବ୍ୟବସ୍ଥାର ସୁଦୃଢ଼ୀକରଣ" ଶୀର୍ଷକ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧୂତ କରି ଶ୍ରୀ ମୋଦୀ କହି କହିଥିଲେ ଯେ, ଏହି ଗୁରୁତ୍ଵପୂର୍ଣ୍ଣ ଅବସରରେ ଏଠାରେ ସମସ୍ତ ଉ ଉପସ୍ଥିତ ଲୋକଙ୍କ ମଧ୍ୟରେ ରହିବା ପ୍ରକୃତରେ ବହୁତ ସ୍ବତନ୍ତ୍ର । ସେ କହିଥିଲେ ଯେ, ଆଇନଗତ ସହାୟତା ପ୍ରଦାନ ବ୍ୟବସ୍ଥା ଏବଂ ଆଇନ ନଗତ ସେବା ଦିବସ ସହିତ ଜଡିତ କାର୍ଯ୍ୟକ୍ରମକୁ ମକୁ ସୁଦୃଢ଼ କରିବା ଦ୍ବାରା ଭାରତର ନ୍ୟାୟିକ ବ୍ୟବସ୍ଥାକୁ ନୂତନ ଶକ୍ତି ମିଳିବ। ପ୍ରଧାନମଃ ଧାନମନ୍ତ୍ରୀ ୨୦ତମ ଜାତୀୟ ସମ୍ମିଳନୀ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ନ୍ୟାୟପାଳିକାର ସଦସ୍ୟ ଏବଂ ଆଇନଗତ ସେବା କର୍ତ୍ତୃପକ୍ଷଙ୍କ ପ୍ରତିନିଧୂମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ ।

"ଯେତେବେଳେ ନ୍ୟାୟ ସମସ୍ତଙ୍କ ପାଇଁ ଉପଲବ୍ଧ ହୁଏ, ସମୟାନୁସାରେ ପ୍ରଦାନ କରାଯାଏ ଏ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ

ସେମାନଙ୍କର ସାମାଜିକ କିମ୍ବା ଆର୍ଥକ ପୃଷ୍ଠଭୂମି ନିର୍ବିଶେଷରେ ଏଡା ପହଞ୍ଚିଥାଏ - ସେତେବେ ବେଳେ ଏହା ପ୍ରକୃତରେ ସାମାଜିକ ନ୍ୟାୟର ମୂଳଦୁଆ ହୋଇଯାଏ", ବୋଲି ପ୍ରଧାନମନ୍ତ୍ରୀ ଉଦ‌ବୋଧନ ଦେଇ କହିଥିଲେ। ସେ ଗୁରୁତ୍ବାରୋପ କରିଥିଲେ ଯେ, ଆଇନଗତ ସହାୟତ ଏହିପରି ସୁବିଧା ସୁନିଶ୍ଚିତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଜାତୀୟ ସ୍ତରରୁ ତାଲୁକ ସ୍ତର ପର୍ଯ୍ୟନ୍ତ, ଆଇନଗତ ସେବା କର୍ତ୍ତୃପକ୍ଷ ନ୍ୟାୟପାଳିକା ଏବଂ ସାଧାରଣ ନାଗରିକଙ୍କ ମଧ୍ୟରେ ଏକ ସେତୁ ଭାବରେ କାର୍ଯ୍ୟ କରନ୍ତି ବୋଲି ସେ ଉଲ୍ଲେଖ କରିଥିଲେ। ଲୋକ ଅଦାଲତ ଏବଂ ପ୍ରାକ-ମକଦ୍ଦମା ସମାଧାନ ମାଧ୍ଯମରେ ଲକ୍ଷ ଲକ୍ଷ ବିବାଦ ଶୀଘ୍ର, ସୌହାର୍ଦ୍ଦପୂର୍ଣ୍ଣ ଏବଂ କମ ମୂଲ୍ୟରେ ସମାଧାନ କରାଯାଉଥ‌ିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଭାରତ ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଆଇନଗତ ସହାୟତା ପ୍ରତିରକ୍ଷା ପରାମର୍ଶ ବ୍ୟବସ୍ଥା ଅଧୀନରେ ମାତ୍ର ତିନି ବର୍ଷ ମଧ୍ୟରେ ପ୍ରାୟ ୮ ଲକ୍ଷ ଫୌଜଦାରୀ ମାମଲା ସମାଧାନ କରାଯାଇଛି। ଏହି ପ୍ରୟାସଗୁଡ଼ିକ ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ ଯେ, ଏହା ସାରା ଦେଶରେ ଗରିବ, ଦଳିତ, ବଞ୍ଚିତ ଏବଂ ଅବହେଳିତଙ୍କ ପାଇଁ ନ୍ୟାୟ ପ୍ରଦାନର ସହଜତା ସୁନିଶ୍ଚିତ କରିଛି।

"ବ୍ୟବସାୟିକ ସୁଗମତା ଏଚ୍ ଏବଂ ଜୀବନଧାରଣର ସହଜତା ପ୍ରକୃତରେ ସେତେବେଳେ ସମ୍ଭବ ହୋଇଥା Iଏ, ଯେତେବେଳେ ନ୍ୟାୟର ସହଜତା ମଧ୍ଯ ସୁନିଶ୍ଚିତ କରାଯାଏ। ଗତ କିଛି ବର୍ଷ ମଧ୍ୟରେ, ନ୍ୟାୟର ସହଜତା ବୃଦ୍ଧି ପାଇଁ ଅନେକ ପଦକ୍ଷେପ ନିଆଯା ନିଆଯାଇଛି ৩০° ଆଗକୁ ବଢ଼ିବ ଢ଼ିବା ସ‌ହିତ ଆମେ ଏହି ଦିଗରେ ପ୍ରୟାସକୁ ତ୍ବରାନ୍ବିତ କରିବୁ" ବୋଲି ପ୍ରଧାନମନ୍ତ୍ରୀ ପୁଣି ଥରେ କହିଥିଲେ।

ଚଳିତ ବର୍ଷ । ଜାତୀୟ ଆଇନ ସେବା ପ୍ରାଧୂକରଣ (ଏନଏଏଲଏସଏ)ର ୩୦ ବର୍ଷ ପୂରଣ ହେଉଛି ବୋଲି ଉଲ୍ଲେଖ ଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ ତିନି ଦଶନ୍ଧି ଧରି, ଏନଏଏଲଏସଏ ଦେଶର ଅବହେଳିତ ନାଗରିକଙ୍କ ସହିତ ନ ନ୍ୟାୟପାଳିକାକୁ ସଂଯୋଗ କରିବା ଉଦ୍ଦେଶ୍ୟ ନେଇ କାର୍ଯ୍ୟ କରିଆସିଛି। ସେ କହିଥିଲେ ଯେ, ସେ ଏହା ମଧ୍ୟ ଲକ୍ଷ୍ୟ କରିଥିଲେ ଯେ ଯେଉଁମାନେ ଆଇନ ସେବା ପ୍ରାଧୂକରଣ ସହିତ ତ ଯୋଗାଯୋଗ କରନ୍ତି ସେମାନଙ୍କ ପାଖରେ ପ୍ରାୟତଃ ସମ୍ବଳ, ପ୍ରତିନିଧୂତ୍ଵ ଏବଂ କେତେକ ସମୟରେ ଆଶାର ଅ ଅଭାବ পাত্র। ସେମାନଙ୍କୁ ଆଶା ଏବଂ ସହାୟତା ଯୋଗାଇବା ହେଉଛି "ସେବା" ଶବ୍ଦର ପ୍ରକୃତ ଅର୍ଥ, ଯାହା ଏନଏଏ ନଏଏଲଏସଏର ନାମ ମଧ୍ୟରେ ନିହିତ ରହିଛି। ଶ୍ରୀ ମୋଦୀ ବିଶ୍ବାସ ପ୍ରକାଶ କରିଥିଲେ ଯେ, ଏନଏଏଲଏସଏର ପ୍ରତ୍ୟେକ ସଦସ୍ୟ ଧୈର୍ଯ୍ୟ ଏବଂ ପେଶାଦାର ମନୋଭାବ ସହିତ ସବା ଜାରି ରଖିବେ । ସେବ

ଏନଏଏଲଏସଏର ସମୁଦାୟ ମଧ୍ଯସୁତା ତାଲିମ ମଡ୍ୟୁଲ୍ ଆରମ୍ଭ କରିବା ସମ୍ପର୍କରେ ଘୋଷଣା କରି ଶ୍ରୀ ମୋଦୀ କହିଛନ୍ତି ଯେ, ଏହା ଆଲୋଚନା ଏବଂ ସହ‌ମତି ମାଧ୍ୟମରେ ବିବାଦ ସମାଧାନ କରିବାର ପ୍ରାଚୀନ ଭାରତୀୟ ପରମ୍ପରାକୁ ପୁନର୍ଜୀବିତ କରେ। ଗ୍ରାମ ପଞ୍ଚାୟତରୁ ଗ୍ରାମର ବୟସ୍କଙ୍କ ପର୍ଯ୍ୟନ୍ତ, ମଧ୍ୟସୁତା ସର୍ବଦା ଭାରତୀୟ ସଭ୍ୟତାର ଏକ ଅଂଶ ହୋଇ ରହିଆସିଛି। ଛି । ସେ ମନୃବ୍ୟ ଦେଇନେ ଯେ, ନୂତନ ମଧ୍ୟସୁତା ଆଇନ ଏହି ପରମ୍ପରାକୁ ଆଧୁନିକ ରୂପରେ ଆଗକୁ ବଢ଼ା ବଢ଼ାଉଛି । ପ୍ରଧାନମନ୍ତ୍ରୀ ବିଶ୍ବାସ ପ୍ରକାଶ କରିଥିଲେ ଯେ, ଏହି ତାଲିମ ମଡ୍ୟୁଲ୍ ସମୁଦାୟ ମଧ୍ଯରେ ମଧ୍ୟସୁତା ପାଇଁ ସମ୍ବଳ ପ୍ରସ୍ତୁତ କରିବାରେ କଚ୍ ସାହାଯ୍ୟ କରିବ ଯାହା ବିବାଦ ସମାଧାନ, ସଦଭାବନ ବଜାୟ ରଖୁବ ରଖିବା ଏବଂ ମାମଲା ହ୍ରାସ କରିବାରେ ସହାୟତା ପ୍ରଦାନ କରିବ।

ପ୍ରଯୁକ୍ତି ବିଦ୍ୟା ନିଃସନ୍ଦେହରେ ଏକ ବିପର୍ଯ୍ୟସ୍ତ ଶକ୍ତି, କିନ୍ତୁ ଯେତେବେଳେ ଏହା ଏକ ଜନହିତକର କାର୍ଯ୍ୟ ଉପରେ ଧ୍ୟାନ ଦେଇଥାଏ ସେତେବେଳେ ଏହା ଗଣତନ୍ତ୍ରିକରଣ ପାଇଁ ଏକ ଶକ୍ତିଶାଳୀ ଉପକରଣ ହୋଇଯାଏ ବୋଲି ଶ୍ରୀ ମୋଦୀ ବୁଝାଇ କହିଥୂଳେ ଥୂଲେ। କିପରି ୟୁପିଆଇ ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ବିପ୍ଳବ ବିପ୍ଳବ ଆଣିଛି, ଛୋଟ ବିକ୍ରେତାଙ୍କୁ ମଧ୍ୟ ଡିଜିଟାଲ୍ ଅର୍ଥନୀତିର ଅଂଶ ହେବାକୁ ସକ୍ଷମ କରିଛି, ତାହା ଉପରେ ସେ ଆଲୋକପାତ କରିଥିଲେ। ସେ ଉଲ୍ଲେଖ କରିଥିଳେ ଥୂଲେ ଯେ, ଗ୍ରାମଗୁଡ଼ିକୁ ଲକ୍ଷ ଲକ୍ଷ କିଲୋମିଟର ଅପ୍ଟିକ ପ୍ଟିକାଲ୍ ଫାଇବର ସହିତ ସଂଯୋଗ କରାଯାଇଛି ଏବଂ କିଛି ସପ୍ତାହ ପୂର୍ବରୁ, ଗ୍ରାମାଞ୍ଚଳରେ ପ୍ରାୟ ଏକ ଲକ୍ଷ ମୋବାଇଲ୍ ଟାୱାର କାର୍ଯ୍ୟ ଏକ ଏକକାଳୀନ ଆରମ୍ଭକରାଯାଇଥିଲା । ସେ ମନ୍ଧବ୍ୟ ଦେଇଥିଲେ ଯେ ପ୍ରଯୁକ୍ତି ବିଦ୍ୟା ବର୍ତ୍ତମାନ ଅନ୍ତର୍ଭୁକ୍ତିକରଣ ଏବଂ ସଶକ୍ତିକରଣ ପାଇଁ ଏକ ମାଧ୍ୟମ ଭାବରେ କାର୍ଯ୍ୟ କରୁଛି। ପ୍ରଧାନମନ୍ତ୍ରୀ ଇ-କୋର୍ଟସ୍ ପ୍ରକଳ୍ପକୁ ପ୍ରଯୁକ୍ତି ବିଦ୍ୟା କିପରି ନ୍ୟାୟିକ ପ୍ରକ୍ରିୟାକୁ ଆଧୁନିକୀକରଣ ଏବଂ ମାନବୀୟ କରିପାରିବ ତାହାର ଏକ ଉଲ୍ଲେଖନୀୟ ଉଦାହରଣ ଭାବରେ ଉଲ୍ଲେଖ କରିଥିଲେ। ଇ-ଫାଇଲିଂ ଠାରୁ ଇଲେକ୍ଟ୍ରୋନିକ୍ ସମନ୍ ସେବା, ଆଭାଷୀ ରୂପରେ ଶୁଣାଣି ଠାରୁ ଭିଡିଓ କନଫରେନିଂ ପର୍ଯ୍ୟନ୍ତ ପ୍ରସଙ୍ଗ ଉପରେ ସେ କହିଥିଲେ ଯେ ପ୍ରଯୁକ୍ତି ବିଦ୍ୟା ସବୁକିଛି ସରଳ କରିଛି ଏବଂ ନ୍ୟାୟ ପାଇବାକୁ ସହଜ କରିଛି। ସେ ସୂଚନା ଦେଇଥିଲେ ଯେ ଇ-କୋର୍ଟସ୍ ପ୍ରକଳ୍ପର ତୃତୀୟ ପର୍ଯ ପର୍ଯ୍ୟାୟ ପାଇଁ ବଜେଟ୍ ୭,୦୦୦ କୋଟି ଟଙ୍କାରୁ ଅଧିକ ବୃଦ୍ଧି କରାଯାଇଛି, ଯାହା ଏହି ପଦକ୍ଷେପ ପ୍ରତି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିପ ପ୍ରତିଫଳିତ କରେ ।

ଆଇନଗତ ସଚେତନତାର ଆବଶ୍ୟକ‌ତା ଉପରେ ଗୁରୁତ୍ବାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜଣେ ଗରିବ ବ୍ୟକ୍ତି ଯେପର୍ଯ୍ୟନ୍ତ ନିଜର ଅଧୂକାର ବିଷୟରେ ସଚେତନ ନହୁଏ, ଆଇନକୁ ବୁଝି ନପାରେ ଏବଂ ବ୍ୟବସ୍ଥାର ଜଟିଳତା ପ୍ରତି ତା'ର ଭୟ ଦୂର ନହୁଏ, ସେପର୍ଯ୍ୟନ୍ତ ନ୍ୟାୟ ପାଇପାରିବ ନାହିଁ। ସେ ଦୃଢୋକ୍ତି ପ୍ରକାଶ କରିଥିଲେ ଯେ, ଦୁର୍ବଳ ଗୋଷ୍ଠୀ, ମହିଳା ଏବଂ ବୟସ୍କଙ୍କ ମଧ୍ୟରେ ଆଇନଗତ ସଚେତନତା ବୃଦ୍ଧି କରିବା ଏକ ପ୍ରାଥମିକତା। ପ୍ରଧାନମନ୍ତ୍ରୀ ଏହି ଦିଗରେ ଆଇନଗତ ପ୍ରତିଷ୍ଠାନ ଏବଂ ନ୍ୟାୟପାଳିକା ଦ୍ବାରା କରାଯାଉଥିବା ନିରନ୍ଧର ପ୍ରୟାସକୁ ସ୍ବୀକାର କରିଛନ୍ତି। ସେ ବିଶ୍ବାସ ପ୍ରକାଶ କରିଛନ୍ତି ଯେ ଯୁବପିଢ଼ି, ବିଶେଷ କରି ଆଇନ ଛାତ୍ରମାନେ ଏକ ପରିବର୍ତ୍ତନକାରୀ ଭୂମିକା ଗ୍ରହଣ କରିପାରିବେ। ଶ୍ରୀ ମୋଦୀ ପରାମର୍ଶ ଦେଇଛନ୍ତି ଯେ, ଯଦି ଆଇନ ଛାତ୍ରମାନଙ୍କୁ ଗରିବ ଏବଂ ଗ୍ରାମୀଣ ସମୁଦାୟ ସହିତ ଜଡିତ ହୋଇ ସେମାନଙ୍କର ଆଇନଗତ ଅଧୂକାର ଏବଂ ପ୍ରକ୍ରିୟା ବୁଝାଇବାକୁ ଉତ୍ସାହିତ କରାଯାଏ, ତେବେ ସେମାନେ ସମାଜର ପ୍ରକୃତ ସମସ୍ୟା ବିଷୟରେ ସିଧାସଳଖ ଅନୁଦୃଷ୍ଟି ପାଇପାରିବେ । ସେ ଆହୁରି ମଧ୍ୟ କ‌ହିଛନ୍ତି ଯେ, ସ୍ବୟଂ ସହାୟକ ଗୋଷ୍ଠୀ, ସମବାୟ, ପଞ୍ଚାୟତିରାଜ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ଦୃଢ଼ ତୃଣମୂଳ ସ୍ତରର ନେଟୱାର୍କ ସହିତ କାମ କରି ପ୍ରତ୍ୟେକ ଲୋକଙ୍କ ନିକଟରେ ଆଇନଗତ ଜ୍ଞାନ ପ‌ହ‌ଞ୍ଚାଯାଇପାରିବ।