ଆଉ ଦରକାର ପଡ଼ିବନି ଅଂଶୀଦାରଙ୍କ ଦସ୍ତଖତ

Sep 6, 2025 - 23:54
 40
ଆଉ ଦରକାର ପଡ଼ିବନି ଅଂଶୀଦାରଙ୍କ ଦସ୍ତଖତ

ଓଡ଼ିଶା ହାଇକୋର୍ଟଙ୍କ ରାୟ ଅନୁସାରେ ଅଂଶୀଦାରଙ୍କ ବିନା ଦସ୍ତଖତରେ ସମ୍ପତି ବିକ୍ରୀବଟା କରାଯାଇ ପାରିବ

ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ଵପୂର୍ଣ୍ଣ ରାୟରେ କହିଛନ୍ତି ଯେ, ମିଳିତ ସମ୍ପତ୍ତିରେ ଜଣେ ଅଂଶୀଦାର ଅନ୍ୟ ଅଂଶୀଦାରଙ୍କ ଅନୁମତି ବିନା ନିଜର ଅଂଶ ବିକ୍ରି କରିପାରିବେ। 

ବିଚାରପତି ଆନନ୍ଦ ଚନ୍ଦ୍ର ବେହେରା ଅଗଷ୍ଟ ୨୫ରେ ଦେଇଥିବା ରାୟରେ କହିଛନ୍ତି, ସମ୍ପତ୍ତି ହସ୍ତାନ୍ତର ଆଇନ, ୧୮୮୨ର ଧାରା ୪୪ ଅନୁସାରେ ଜଣେ ଅଂଶୀଦାର ଅନ୍ୟମାନଙ୍କ ଅନୁମତି ବିନା ନିଜର ଅଂଶ ବିକ୍ରି କରିପାରିବେ। ସବ-ରେଜିଷ୍ଟ୍ରାର ମୌଖିକ ଭାବେ ଦଲିଲ ଗ୍ରହଣ କରିବାକୁ ମନା କରିବା ଆଇନସଙ୍ଗତ ନୁହେଁ। ଯଦି ଦଲିଲ ନୋଟାରୀ ଅନୁଯାୟୀ ପଞ୍ଜୀକରଣ ପାଇଁ ଅଯୋଗ୍ୟ, ତେବେ ତା'ର କାରଣ ଲିଖିତ ଭାବେ ଦିଆଯିବା ଉଚିତ। ଏହା ଭାରତୀୟ ପଞ୍ଜୀକରଣ ଆଇନ, ୧୯୦୮ ଓ ଓଡ଼ିଶା ପଞ୍ଜୀକରଣ ନିୟମ, ୧୯୮୮ ଅନୁସାରେ ହେବା ଦରକାର।