ଆଜି ବସିବ ରତ୍ନଭଣ୍ଡାର ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
ପୁରୀ ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ଆଜି ବସିବ ରତ୍ନଭଣ୍ଡାର ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଏହି ବୈଠକ ଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି । ଏହି ବୈଠକରେ ରତ୍ନଭଣ୍ଡାର ବାହାର କାନ୍ଥ ଓ ଲେଜର ସ୍କାନିଂ ରିପୋର୍ଟ ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ପାଖରେ ଉପସ୍ଥାପିତ କରାଯିବ। ରତ୍ନ ଭଣ୍ଡାରର ବାହାର ପଟ ଲେଜର ସ୍କାନିଂର କାର୍ଯ୍ୟ କେତେଦୂର ଆଗେଇଛି ତାହା ଜାଣିବାପାଇଁ ଗଜପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ କରାଯିବ । ଏଥିସହ ନୂତନ ଶ୍ରୀମନ୍ଦିର ପ୍ରଶାସନ ଅଫିସ ନିର୍ମାଣ, ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷ ନିର୍ମାଣ , ରଘୁନନ୍ଦନ ଲାଇବ୍ରେରୀ ଓ ସାଂସ୍କୃତିକ କେନ୍ଦ୍ର ନିର୍ମାଣ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯିବ ବୋଲି କୁହାଯାଇଛି । ତେବେ ରତ୍ନଭଣ୍ଡାର ବାହାର କାନ୍ଥ ଓ ଲେଜର ସ୍କାନିଂ ରିପୋର୍ଟ ଏଏସଆଇ ଦ୍ୱାରା ଉପସ୍ଥାପିତ କରାଯିବ ।