ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୮ ଗୁରୁତର

ସମ୍ବଲପୁର : ସମ୍ବଲପୁରରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଟ୍ରକ-ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାଟି ୫୩ ନମ୍ବର ଜାତୀୟ ରାଜପଥରେ ଘଟିଛି ବୋଲି ସୂଚନା ମିଳିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଖବର ପାଇ, ପୋଲିସ ଘଟଣାସ୍ଥଳରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଘଟଣାସ୍ଥଳରେ ଗାଡ଼ି ଦ୍ବୟ ଭାଙ୍ଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ।

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୮ ଗୁରୁତର