ଆଜି ବିଭିନ୍ନ ଦାବିକୁ ନେଇ କେନ୍ଦ୍ର ସରକାରଙ୍କ ସହ କୃଷକଙ୍କ ଆଲୋଚନା

ନୂଆଦିଲ୍ଲୀ: ପ୍ରାୟ ୨୦୦ କୃଷକ ସଂଗଠନ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ନିଶ୍ଚିତ କରୁଥିବା ଆଇନ ଲାଗୁ କରାଯିବା ଓ ଅନ୍ୟ ଦାବି ନେଇ କେନ୍ଦ୍ର ସରକାର ବିରୋଧରେ ରଣହୁଙ୍କାର ଦେଇଛନ୍ତି। ଫେବ୍ରୁଆରି ୧୩, ୨୦୨୪ରେ ‘ଦିଲ୍ଲୀ ଚଲୋ’ ପଦଯାତ୍ରା ଘୋଷଣା ହୋଇଥିବାରୁ ଏହାର ମୁକାବିଲା ପାଇଁ ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଛି। ଚାଷୀ ବିକ୍ଷୋଭକୁ ଦୃଷ୍ଟିରେ ରଖି ଦିଲ୍ଲୀ-ୟୁପି ସୀମା ଏବଂ ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ଏହା ସହିତ ପଞ୍ଜାବ-ହରିଆଣା ସୀମା ସିଲ୍‌ କରାଯାଇଛି । ବଶେଷ କରି ଉତ୍ତରପ୍ରଦେଶ, ହରିଆଣା ଏବଂ ପଞ୍ଜାବର କୃଷକ ସଙ୍ଗଠନମାନେ ଫେବ୍ରୁଆରି ୧୩ ତାରିଖରେ ନୂଆଦିଲ୍ଲୀରେ ଏହି ପଦଯାତ୍ରା ପାଇଁ ଆହ୍ବାନ କରିଛନ୍ତି। ଆଜି କେନ୍ଦ୍ର ସହ କୃଷକମାନଙ୍କର ଏ ସଂକ୍ରାନ୍ତରେ ଆଲୋଚନା ହେବ।ଗଣମାଧ୍ୟମରେ ସୂଚନା ଦେଇ କେନ୍ଦ୍ର କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି, ‘‘ପ୍ରଥମ ରାଉଣ୍ଡ୍‌ ଆଲୋଚନା ହୋଇସାରିଛି। ଏକ ଭଲ ଆଲୋଚନା ‌ହୋଇଛି। ଆଗକୁ ହେବାକୁ ଥିବା ଆଲୋଚନାରେ ସମାଧାନର ବାଟ ଫିଟିବ।’’

ଆଜି ବିଭିନ୍ନ ଦାବିକୁ ନେଇ କେନ୍ଦ୍ର ସରକାରଙ୍କ ସହ କୃଷକଙ୍କ ଆଲୋଚନା