ଆଧାର ନମ୍ବର ନିଷ୍କ୍ରିୟତା ଦିଗରେ ସହଯୋଗ ର ସୂଚନା...

Feb 8, 2026 - 12:20
 13
ଆଧାର ନମ୍ବର ନିଷ୍କ୍ରିୟତା ଦିଗରେ ସହଯୋଗ ର ସୂଚନା...

ଆଧାର ନମ୍ବର ନିଷ୍କ୍ରିୟତା ଦିଗରେ ସହଯୋଗ ର ସୂଚନା...

ଓଡ଼ିଶାର ଅଳ୍ପ କିଛି ବାସିନ୍ଦାଙ୍କ ଆଧାର ନମ୍ବର ନିଷ୍କ୍ରିୟ କରିବା ସମ୍ପର୍କରେ ସ୍ପଷ୍ଟୀକରଣ

ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (ୟୁ. ଆଇ. ଡି. ଏ. ଆଇ.) ଆଧାର ଡାଟାବେସର ସଠିକତା ବଜାୟ ରଖୁବା ପାଇଁ ଦେଶବ୍ୟାପୀ ସଂଶୋଧନ ପ୍ରୟାସର ଅଂଶବିଶେଷ ସ୍ବରୂପ ମୃତ ବ୍ୟକ୍ତିଙ୍କ 2 କୋଟିରୁ ଅଧିକ ଆଧାର ନମ୍ବରକୁ ନିଷ୍କ୍ରିୟ କରିଦେଇଛି। 

ନିକଟରେ, କିଛି ଖବରକାଗଜ ରିପୋର୍ଟ ଏବଂ ସୋସିଆଲ ମିଡିଆ ପୋଷ୍ଟରେ କୁହାଯାଇଛି ଯେ ଓଡ଼ିଶାର କିଛି ବାସିନ୍ଦାଙ୍କ ଆଧାର ନମ୍ବରକୁ ନିଷ୍କ୍ରିୟ କରି ଦିଆଯାଇଛି, ଯେଉଁଥିରେ ଆଧାର ଧାରକ ମୃତ ବୋଲି ଦର୍ଶାଯାଇଛି |

ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (ଯୁ. ଆଇ. ଡି. ଏ. ଆଇ) ବିଭିନ୍ନ ସରକାରୀ ତଥ୍ୟର ସଂରହଣରୁ ମୃତ ବ୍ୟକ୍ତିମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିଥାଏ | ଏହି ମୃତ ବ୍ୟକ୍ତିଙ୍କ ଡାଟାବେସ୍ ଆଧାରରେ, ସମ୍ଭାବ୍ୟ ପରିଚୟ ଜାଲିଆତି କିମ୍ବା କଲ୍ୟାଣମୂଳକ ଯୋଜନରୁ ଲାଭ ପାଇବା ପାଇଁ ଏପରି ଆଧାର ନମ୍ବରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଆଧାର ନମ୍ବରଗୁଡ଼ିକୁ ନିଷ୍କ୍ରିୟ କରାଯାଇଥାଏ 

????କିଛି ନିର୍ଦ୍ଦିଷ୍ଟ କ୍ଷେତ୍ରରେ, ଡାଟାବେସ୍‌ରେ ଅସଙ୍ଗତି କିମ୍ବା ଅଜାଣତରେ ଜାରି କରାଯାଇଥିବା ଭୁଲ ତଥ୍ୟ, ଜୀବିତ ବ୍ୟକ୍ତିଙ୍କ ଆଧାର ନମ୍ବରକୁ ଭୁଲ ଭାବରେ ନିଷ୍କ୍ରିୟ କରିଥାଇପାରେ।

ୟୁ. ଆଇ. ଡି. ଏ. ଆଇ. ପାଖରେ ଏହି ଅଭିଯୋଗ ସମାଧାନ ପାଇଁ ବ୍ୟବସ୍ଥା ରହିଛି ଏବଂ ଏହି ପ୍ରକାରର ମାମଲାଗୁଡ଼ିକର ତ୍ଵରିତ ସମାଧାନ କରାଯାଉଛି।

????ଯେକୌଣସି ଆଧାର ନମ୍ବର ଧାରକ (ଏ. ଏନ୍. ଏଚ୍.) ଯାହାର ଆଧାର ଉପରୋକ୍ତ ପରିସ୍ଥିତିରେ ନିଷ୍କ୍ରିୟ ହୋଇଯାଇଛି ସେ ୟୁ. ଆଇ. ଡି. ଏ. ଆଇ. ରାଜ୍ୟ କାର୍ଯ୍ୟାଳୟ, ଭୁବନେଶ୍ଵର ସହିତ ଯୋଗାଯୋଗ କରିପାରିବେ। 

ଯୋଗାଯୋଗ ବିବରଣୀ ନିମ୍ନରେ ପ୍ରଦାନ କରାଯାଇଛି:

ୟୁ. ଆଇ. ଡି. ଏ. ଆର, ରାଜ୍ୟ କାର୍ଯ୍ୟାଳୟ, ଭୁବନେଶ୍ବର

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ, ଭାରତ ସରକାର

ତୃତୀୟ ମହଲା, ଓ. ସି. ଏ. ସି. ଟାୱାର, ଆଚାର୍ଯ୍ୟ ବିହାର,

ଆର. ଆର. ଏଲ. ଡାକଘର, ଭୁବନେଶ୍ୱର, ଖୋରଧା,

ଓଡ଼ିଶା-751013

ଇ-ମେଲ: helpodisha-rohyd@uidai.net.in