ଆସନ୍ତା ଗୁରୁବାର ବିଜେପିର ୧୦୦ ପ୍ରାର୍ଥୀ ଘୋଷଣା !
ନୂଆଦିଲ୍ଲୀ : ଆସନ୍ତା ଗୁରୁୁବାର ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିବ । ବୈଠକ ପରେ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେପି । ପ୍ରଥମ ଦଫାରେ ଶହେ ଲୋକସଭା ସିଟ୍ ପାଇଁ ପ୍ରର୍ଥୀ ଘୋଷଣା ସମ୍ଭାବନା । ଏଥିରେ ବିଜେପିର ଟାର୍ଗେଟ୍ ୫୪୩ରୁ ୩୭୦ ସିଟ୍ । ୨୯ ତାରିଖ ଗୁରୁବାର ହେବ ବିଜେପିର ଗୁରୁତ୍ୱପୂର୍ଣ୍ଣ ସିଇସି ମିଟିଂ ।ଉକ୍ତ ମିଟିଂ ପରେ ଶହେ ଜଣିଆ ପ୍ରର୍ଥୀ ତାଲିକା ଘୋଷଣା ସମ୍ଭାବନା । ପ୍ରଥମ ଦଫା ପ୍ରର୍ଥୀ ତାଲିକାରେ ରହିପାରେ ପ୍ରଧାନମନ୍ତ୍ରୀଙ୍କ ନାମ । ପ୍ରଧଦନମନ୍ତ୍ରୀଙ୍କ ସହ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ନାମ ବି ରହିପାରେ । ତେବେ ପ୍ରଥମ ତାଲିକା ଗୁରୁତ୍ୱପୂର୍ଣ୍ଣ ହେବ କାରଣ ଶାସକ ଦଳ ନିଜକୁ ୫୪୩ ଲୋକସଭା ଆସନ ମଧ୍ୟରୁ ୩୭୦ ଜିତିବାର ଲକ୍ଷ୍ୟ ରଖିଛି ଏବଂ ଏନଡିଏ ପାଇଁ ୪୦୦ ଟି ଆସନ ପାଇବା ଦିଗରେ କାର୍ଯ୍ୟ କରୁଛି। ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ବିଜେପି ନେତା ଓ କର୍ମୀଙ୍କୁ ଅନୁରୋଧ କରିଥିଲେ ଯେ ଦଳର ୩୭୦ ଟି ଆସନ ହାସଲ କରିବାର ଲକ୍ଷ୍ୟ ପୂରଣ କରିବା ପାଇଁ ଯତ୍ନବାନ ହେବା ଏବଂ ଆଗାମୀ ୧୦୦ ଦିନ ଗୁରୁତ୍ୱପୂର୍ଣ୍ଣ ହେବ । "ଆସନ୍ତା ୧୦୦ ଦିନ ମଧ୍ୟରେ ଆମ ସମସ୍ତଙ୍କୁ ପ୍ରତ୍ୟେକ ନୂତନ ଭୋଟର, ପ୍ରତ୍ୟେକ ହିତାଧିକାରୀ, ପ୍ରତ୍ୟେକ ସମ୍ପ୍ରଦାୟର ଲୋକଙ୍କ ନିକଟରେ ପହଞ୍ଚିବାକୁ ପଡିବ। ଆମକୁ ସମସ୍ତଙ୍କ ବିଶ୍ୱାସ ଜିତିବାକୁ ପଡିବ। ଏନଡିଏକୁ ୪୦୦ କୁ ନେବାକୁ ହେଲେ ବିଜେପିକୁ ୩୭୦ ସିଟ୍ ଅତିକ୍ରମ କରିବାକୁ ପଡିବ ବୋଲି ଦଳର ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ କହିଛନ୍ତି। ଗୁରୁବାର ପ୍ରର୍ଥୀ ତାଲିକା ଘୋଷଣା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।