ଆସନ୍ତା ୨୫ ତାରିଖରେ ଭୁବନେଶ୍ୱରରେ ହେବ ଜିଏସଟି ଟିକସଦାତା ସଚେତନତା କାର୍ଯ୍ୟକ୍ରମ...
ଭୁବନେଶ୍ୱରସ୍ଥିତ ସିଜିଏସଟି ଆୟୁକ୍ତଙ୍କ କାର୍ଯ୍ୟାଳୟ, ଜିଏସଟି ଭବନର ହିନ୍ଦୀ ସଦନରେ ଆସନ୍ତା ୨୫ ତାରିଖ ଅପରାହ୍ଣ ୪ଟାରେ ଏକ ଜିଏସଟି ଟିକସଦାତା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ ।
୫୭ତମ ଜିଏସଟି ପରିଷଦର ବୈଠକରେ ହୋଇଥିବା ନିଷ୍ପତ୍ତି ଅଧୀନରେ ଆରମ୍ଭ କରାଯାଇଥିବା ୧୦୦ ଦିନିଆ ଜିଏସଟି ଟିକସଦାତା ସମ୍ପର୍କ ସ୍ଥାପନ ଏବଂ ହ୍ୟାଣ୍ଡ ହୋଲ୍ଡିଂ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ।
କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଟିକସଦାତା ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ଜିଏସ୍ଟି ବ୍ୟବସ୍ଥାରେ ହୋଇଥିବା ମୁଖ୍ୟ ପରିବର୍ତ୍ତନଗୁଡ଼ିକ ବିଷୟରେ ସଚେତନତା ସୃଷ୍ଟି କରିବା । ଏହାସହିତ ଆଇନଗତ ପାଳନ ପ୍ରକ୍ରିୟାକୁ ସରଳ କରିବା ଏବଂ ଆବଶ୍ୟକ ମାର୍ଗଦର୍ଶନ ତଥା ସହଯୋଗ ଯୋଗାଇ ଦେବା ।
ଏହି ବୈଠକ ଟିକସଦାତା, ବାଣିଜ୍ୟ ସଂଘ, ଟିକସ ବିଶେଷଜ୍ଞ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିବାର ସୁଯୋଗ ମିଳିବ ।
ବୈଠକରେ ବିଭିନ୍ନ ବିଷୟ ଉପରେ ସ୍ପଷ୍ଟୀକରଣ ଦିଆଯିବା ସହ ଏବଂ ସାମ୍ପ୍ରତିକ ଜିଏସ୍ଟି ପରିବର୍ତ୍ତନଗୁଡ଼ିକର କାର୍ଯ୍ୟକାରିତା ବିଷୟଗୁଡ଼ିକ ଉପରେ ଆଲୋଚନା ହେବ ।
ଏଥିରେ ବହୁସଂଖ୍ୟକ ଟିକସଦାତା ଏବଂ ଅନ୍ୟ ଅଂଶୀଦାରମାନେ ଯୋଗ ଦେଇ ସଂଶୋଧିତ ଜିଏସଟି ନିୟମକୁ ନେଇ ରହିଥିବା ପ୍ରଶ୍ନ ଓ ସନ୍ଦେହର ସମାଧାନ କରିବା ଲାଗି ଜିଏସଟି କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି ।