୨୦୪୭ ମସିହା ସୁଦ୍ଧା ଭାରତକୁ ବିଶ୍ବର । ପ୍ରତ୍ୟେକ କ୍ଷେତ୍ରରେ ସର୍ବଶ୍ରେଷ୍ଠ କରିବାର ମାର୍ଗ ସ୍ବଦେଶୀ ସଂକଳ୍ପ ମଧ୍ୟ ଦେଇ ଗତି କରିବ
କେନ୍ଦ୍ର ଗୃହ ଏବଂ ବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ହରିୟାଣାର କୁରୁକ୍ଷେତ୍ରରେ ନୂତନ ଅପରାଧିକ ଆଇନ ଉପରେ ଏକ ରାଜ୍ଯସ୍ବରୀ ରୀୟ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ ଏବଂ ହରିୟାଣା ସରକାରଙ୍କ ବିଭିନ୍ନ ବିକାଶ ପ୍ରକଳ୍ପ ପାଇଁ ଉତ୍ସର୍ଗ ତଥା ଭିତ୍ତିପ୍ରସ୍ତର ସ୍ତର ସ୍ଥାପନ କରିଥିଲେ। ଏହି ଅବସରରେ ହରିୟାଣାର ମୁଖ୍ୟମନ୍ତ୍ରୀ ଶ୍ରୀ ନାଏବ ସିଂ ସାଇନି, କେନ୍ଦ୍ର ଗୃହ ସଚିବ ଶ୍ରୀ ଗାବିନ୍ଦ ମୋହନ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ଶ୍ରୀ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ନାଏବ ସିଂହ ସାଇନି ସରକାର ଆଜି ପାଖାପାଖୂ ୯୦୦ କୋଟି ନାଟି ଟଙ୍କା ମୂଲ୍ୟର ୪ଟି ବିକାଶ ପ୍ରକଳ୍ପର ଉଦଘାଟନ କରି ୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେ କହିଥିଲେ ହିଥିଲେ ଯେ କ୍ରମାଗତ ତୃତୀୟ ଥର ପାଇଁ ହରିୟାଣାର ଲୋକମାନେ ଆମକୁ ସଂଖ୍ୟାଗରିଷ୍ଠତା ଦେଇଛନ୍ତି ଏବଂ ଆମ ସରକାର ହରି ହରିୟାଣାର ବିକାଶରେ କୌଣସି ପ୍ରୟାସ ଛାଡ଼ିନାହାନ୍ତି । ହରିୟାଣା ଇତିହାସରେ ପ୍ରଥମ ଥର ପାଇଁ, ଆମ ସରକାର ସଂକୀର୍ଣ ଦୃଷ୍ଟିକୋ କୋଣରୁ ମୁକ୍ତ ହୋଇ, ପ୍ରତ୍ୟେକ ଜିଲ୍ଲା ଏବଂ ସମ୍ପ୍ରଦାୟ ପାଇଁ ଶାସନ ପ୍ରଦାନ କରିବା ପାଇଁ ଏକ ବ୍ୟାପକ ଦୃଷ୍ଟିକୋଣ ସହିତ କାର୍ଯ୍ୟ କରିଛନ୍ତି। ଶ୍ରୀ ଶାହ କହିଥିଲେ ଯେ ହରିୟାଣା ଭଳି ରାଜ୍ୟ, ଯେଉଁ ରାଜ୍ୟ ଏକଦା ପକ୍ଷପାତିତା ମାଧ୍ୟମରେ ଚାକିରି ଚାକିରି ଆବଣ୍ଟନ ପାଇଁ କୁଖ୍ୟାତ ଥୁଲା, ଆଜି କେବଳ ଯୋଗ୍ୟତା ଆଧାରରେ ଚାକିରି ପ୍ରଦାନ କରାଯାଉଛି, 'ଖର୍ଚି' (ଲାଞ୍ଚ) କିମ୍ବା 'ପର୍ଚି' (ପରିବାରବାଦ) ବିନା, ଏହା ଆମ ସରକାରଙ୍କ ପ୍ରମୁଖ ସଫଳତା । ଏକ
ଶ୍ରୀ ଶାହ କହିଥିଲେ ଯେ, ମୋଦୀ ସରକାରଙ୍କ ଦ୍ବାରା ପ୍ରବର୍ତ୍ତିତ ତିନୋଟି ନୂତନ ଅପରାଧୂକ ଆଇନ ବିଷୟରେ ସୂଚନା ନା ସେୟାର କରିବା ପାଇଁ ଆଜି ଏଠାରେ ଏକ ଭବ୍ୟ ପ୍ରଦର୍ଶନୀ ଆୟୋଜନ କରାଯାଇଛି, ଯାହା ବ୍ରିଟିଶମାନଙ୍କ ଦ୍ବାରା ପ୍ରଣୀତ ତିନୋଟି ଅପରାଧୂକ ଆଇନକୁ ବଦଳାଇ ଦେଇଛି। ଗୃହ ମନ୍ତ୍ରୀ ଆତ୍ମବିଶ୍ବାସ ବ୍ୟକ୍ତି କରିଥିଲେ ଯେ ୨୦୨ ୦୨୬ ମସିହା ପରେ ପ୍ରତ୍ୟେକ ଏଫ୍. ଆଇ, ଆର୍, ପାଖାପାଖୂ ତିନି ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ସମାଧାନ ହୋଇଯିବ। ସେ ଉଲ୍ଲେଖ କରିଥ କରିଥିଲେ ଯେ, ପୁରୁଣା ଆଇନଗୁଡ଼ିକ ବ୍ରିଟିଶମାନଙ୍କ ଦ୍ବାରା ସେମାନଙ୍କ ଔପନିବେଶିକ ଶାସନକୁ ବଜାୟ ରଖୁବା ଉଦ୍ଦେ ଦ୍ଦେଶ୍ଯରେ ରେ ପ୍ରସ୍ତୁତ କରାଯାଇଥିଲ । ଶ୍ରୀ ଶାହ କହିଥିଲେ, ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଆମେ ସ୍ବାଧୀନତା ହାସଲ କରିଥିଲୁ, କିନ୍ତୁ ବ୍ରିଟିଶ ସଂସଦ ଦ୍ବା ଦ୍ବାରା ପ୍ରଣୀତ ଆଇନରୁ ଆମେ ମୁକ୍ତ ହୋଇନଥୂଲୁ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ୧ ଜୁଲାଇ ୨୦୨୪ ମସିହାରେ ବ୍ରିଟିଶ ଯୁଗର ତିନୋଟି ଆଇନକୁ ଉଚ୍ଛେଦ କରି ଭାରତୀୟ ନ୍ୟାୟ ସଂହିତାର ଏକ ନୂତନ ଯୁଗ ଆରମ୍ଭ ହୋଇଥିଲା। ସେ ଗୁରୁତ୍ବାରୋପ କରିଥିଲେ ଯେ, ଏହି ନୂତନ ଆଇନଗୁଡ଼ିକ ଦଣ୍ଡ ଦେବା ପରିବର୍ତ୍ତେ ନ୍ୟାୟ ସୁନିଶ୍ଚିତ କରିବା ଏବଂ ଆମ ସମ୍ବିଧାନ ଦ୍ବାରା ଦେଶର ଦରିଦ୍ରତମ ନାଗରିକଙ୍କ ପାଇଁ ଗ୍ୟାରେଣ୍ଟି ଦିଆଯାଇଥିବା ଅଧୂକାରର ସୁରକ୍ଷା ଉପରେ ଆଧାରିତ ।
କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ପୂର୍ବରୁ, ଜାମିନ ପାଇବାରେ ଅସମର୍ଥତା କାରଣରୁ ଅପରାଧୀମାନେ ଦୋଷୀ ସାବ୍ୟସ୍ତ ନହୋଇ ବର୍ଷ ବର୍ଷ ଧରି ଜେଲରେ ରହୁଥିଲେ। ତେବେ, ଏବେ ସେମାନଙ୍କ ଦଣ୍ଡାଦେଶର ଏକ ତୃତୀୟାଂଶ ପୂରଣ କରିବା ପରେ ପୋଲିସ ନିଜେ ସେମାନଙ୍କ ମୁକ୍ତି ପାଇଁ ଆବେଦନ କରୁଛି। ଶ୍ରୀ ଶାହ କହିଥିଲେ ଯେ, ପୂର୍ବରୁ ହରିୟାଣାରେ ଦଣ୍ଡବିଧାନ ହାର ପାଖାପାଖୂ ୪୦ ପ୍ରତିଶତ ଥୂଲା, କିନ୍ତୁ ନୂଆ ଆଇନ ଲାଗୁ ହେବା ପରେ ଦଣ୍ଡବିଧାନ ହାର ଦ୍ବିଗୁଣିତ ହୋଇ ୮୦ ପ୍ରତିଶତକୁ ଅତିକ୍ରମ କରିଛି।
ଶ୍ରୀ ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ଦିଆଯାଇଥୁବା ତିନୋଟି ନୀତି: ନାଗରିକ ପ୍ରଥମେ, ମର୍ଯ୍ୟାଦା ପ୍ରଥମେ ଏବଂ ନ୍ୟାୟ ପ୍ରଥମେ ଆଧାରରେ ନୂତନ ଆଇନ ପ୍ରସ୍ତୁତ କରାଯାଇଛି। ସେ ଏହା ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଭାରତରେ ଅନେକ କ୍ଷେତ୍ରରେ ସଂସ୍କାର ଆଣିଥିଲେ ମଧ୍ୟ ଏକବିଂଶ ଶତାବ୍ଦୀର ସବୁଠାରୁ ଗୁରୁତ୍ବପୂର୍ଣ ସଂସ୍କାର ହେଉଛି ଆମର ଅପରାଧୂକ
ନ୍ୟାୟ ବ୍ୟବସ୍ଥାର ତିନୋଟି ନୂତନ ଆଇନ। ସେ ଗୁରୁତ୍ବାରୋପ କରିଥିଲେ, ଆଜି ଆମର ପୋଲିସ ଥାର୍ଡ-ଡିଗ୍ରୀ ପଦ୍ଧତି ପରିବର୍ତ୍ତେ ବୈଜ୍ଞାନିକ ପ୍ରମାଣ ଏବଂ ଲାଠି ପରିବର୍ତ୍ତେ ତଥ୍ୟର ସହିତ କାର୍ଯ୍ୟ କରୁଛି। ଏହି ଆଇନ ମାଧ୍ୟମରେ, ଅପରାଧୂକ ନ୍ୟାୟ ବ୍ୟବସ୍ଥାର ପାଞ୍ଚଟି ସ୍ତମ୍ଭ-ପୋଲିସ୍, ଜେଲ୍, ନ୍ୟାୟପାଳିକା, ଅଭିଯୋଜନ ଏବଂ ଫରେନସିକ୍-ଅନଲାଇନରେ ପରସ୍ପର ସହିତ ସଂଯୁକ୍ତ ହୋଇଛି। ଶ୍ରୀ ଶାହ କହିଥିଲେ ଯେ, ନୂଆ ଆଇନରେ ମହିଳା ଏବଂ ପିଲାମାନଙ୍କ ପାଇଁ ଏକ ଅଲଗା ଅଧ୍ୟାୟ ରହିଛି। ଇ-ଏଫ୍. ଆଇ, ଆର୍. ଏବଂ ଜିରୋ ଏଫ୍. ଆଇ, ଆର୍. ପ୍ରଚଳନ ହେବା ପରେ ମହିଳାମାନଙ୍କୁ ଆଉ ଥାନାକୁ ଯିବାର ଆବଶ୍ୟକତା ନାହିଁ। ସମସ୍ତ ଜବତ ସାମଗ୍ରୀର ଭିଡିଓଗ୍ରାଫି ବାଧ୍ୟତାମୂଳକ କରାଯାଇଛି ଏବଂ ପ୍ରମାଣ ପାଇଁ ହେପାଜତ ଶୃଙ୍ଖଳାକୁ ସୁନିଶ୍ଚିତ କରାଯାଇଛି। ଅଧୂକନ୍ତୁ, ସାତ ବର୍ଷ କିମ୍ବା ତା'ଠାରୁ ଅଧୂକ ଦଣ୍ଡବିଧାନ ଥିବା ସମସ୍ତ ଅପରାଧ ପାଇଁ ଫରେନସିକ୍ ତଦନୁ ବାଧ୍ୟତାମୂଳକ କରାଯାଇଛି।
କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ, ପ୍ରଥମ ଥର ପାଇଁ ନୂତନ ଅପରାଧୂକ ଆଇନରେ ଆତଙ୍କବାଦ, ସଙ୍ଗଠିତ ଅପରାଧ ଏବଂ ଗଣଦୁଷ୍କର୍ମ ଭଳି ଅପରାଧକୁ ପରିଭାଷିତ କରାଯାଇଛି। ଏହାବ୍ୟତୀତ, ପ୍ରଥମ ଥର ପାଇଁ ପୋଲିସ, ନ୍ୟାୟପାଳିକା ଏବଂ ଅଭିଯୋଜନ ପକ୍ଷ ପାଇଁ ସମୟସୀମା ନିର୍ଦ୍ଧାରଣ କରାଯାଇଛି। ସେ କହିଛନ୍ତି ଯେ ଦେଶ ଛାଡ଼ି ପଳାୟନ କରୁଥିବା ଅପରାଧୀମାନଙ୍କ ପାଇଁ ଅନୁପସ୍ଥିତିରେ ବିଚାର ପାଇଁ ଏକ ବ୍ୟବସ୍ଥା ପ୍ରବର୍ତ୍ତନ କରାଯାଇଛି। ଶ୍ରୀ ଶାହ ଉଲ୍ଲେଖ କରିଥିଲେ ଯେ, ନୂତନ ଅପରାଧୂକ ଆଇନ ଲାଗୁ ହେବାର ଏକ ବର୍ଷ ମଧ୍ୟରେ, ପ୍ରାୟ ୫୩ ପ୍ରତିଶତ ଏଫ୍. ଆଇ, ଆର୍. ରେ ୬୦ ଦିନ ମଧ୍ୟରେ ଏବଂ ୬୫ ପ୍ରତିଶତ ୯୦ ଦିନ ମଧ୍ଯରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ହରିୟାଣାରେ ୬୦ ଦିନ ମଧ୍ୟରେ ୭୧ ପ୍ରତିଶତ ଏବଂ ୯୦ ଦିନ ମଧ୍ୟରେ ୮୩ ପ୍ରତିଶତ ଚାର୍ଜସିଟ୍ ଦାଖଲ କରାଯାଇଥିଲା, ଯାହା ପ୍ରାରମ୍ଭିକ ସଫଳତାର ସଙ୍କେତ ଦେଉଛି।
ଶ୍ରୀ ଅମିତ ଶାହ କହିଥିଲେ ଯେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ଭାରତ ସରକାର ଏକ ବ୍ୟାପକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜରିଆରେ ୧୪,୮ ଲକ୍ଷ ପୋଲିସ କର୍ମଚାରୀ, ୪୨,୦୦୦ ଜେଲ୍ ଅଧୂକାରୀ, ୧୯,୦୦୦ ଅଦାଲତି କର୍ମଚାରୀ ଏବଂ ୧୧,୦୦୦ ସରକାରୀ ଓକିଲଙ୍କୁ ତାଲିମ ଦେଇଛନ୍ତି।
କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଦିଆଯାଇଥିବା ଆତ୍ମନିର୍ଭରଶୀଳତା ଆହ୍ବାନ ୨୦୪୭ମସିହା ସୁଦ୍ଧା ଏକ ମହାନ ଭାରତ ଗଠନ ପାଇଁ ପଥ ପରିଷ୍କାର କରିବ। ସେ କହିଥିଲେ ଯେ, ଯଦି ୧୪୦ କୋଟି ଭାରତୀୟ ଆମ ଦେଶରେ ନିର୍ମିତ ଉତ୍ପାଦ କିଣନ୍ତି, ତେବେ ଭାରତ ବିଶ୍ବର ସର୍ବବୃହତ ବଜାରରେ ପରିଣତ ହେବ ଏବଂ ଆମର ଅର୍ଥବ୍ୟବସ୍ଥା ପ୍ରଗତି କରିବ। ଶ୍ରୀ ଶାହ ଗୁରୁତ୍ବାରୋପ କରିଥିଲେ, ୨୦୪୭ ମସିହା ସୁଦ୍ଧା ଭାରତ ବିଶ୍ବର ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଭାଗରେ ରହିବା ସହ ଆତ୍ମନିର୍ଭରଶୀଳତା ଏବଂ ସ୍ଵଦେଶୀକରଣ ମାଧ୍ୟମରେ ଏହି ଲକ୍ଷ୍ୟ ହାସଲ କରିବାର ମାର୍ଗ ରହିଛି। ଦେଶ ଭିତରେ ଉତ୍ପାଦନ, ଉତ୍ପାଦନ ବୃଦ୍ଧି ଏବଂ ପ୍ରତ୍ୟେକ ଭାରତୀୟ ଘରୋଇ ସାମଗ୍ରୀ କ୍ରୟ କରିବା ଭାରତକୁ ବିଶ୍ବର ଶୀର୍ଷ ସ୍ଥାନକୁ ଉନ୍ନୀତ କରିବାର ଚାବିକାଠି। ଶ୍ରୀ ଶାହ ହରିୟାଣାର ଜନସାଧାରଣଙ୍କୁ ଦୀପାବଳି ପାବଳି ଅବସରରେ ରେ କେବଳ ଭାରତରେ ନିର୍ମିତ ଉତ୍ପାଦ ବ୍ୟବହାର କରିବାପାଇଁ ଶପଥ ନେବାକୁ ଅନୁରୋଧ କରିଥିଲେ, କାରଣ ଏହା ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭରଶୀଳତାର ଲକ୍ଷ୍ୟକୁ ପୂରଣ କରିବ।