ଆସାମର ଦରାଙ୍ଗରେ ପ୍ରାୟ ୬୫୦୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ଆସାମର ଦରାଙ୍ଗରେ ପ୍ରାୟ ୬୫୦୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତ ଏବେ ବିଶ୍ବର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଦେଶ ଏବଂ ଆସାମ ମଧ୍ୟ ଦେଶର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ରାଜ୍ୟ ମଧ୍ୟରୁ ଗୋଟିଏ ଭାବରେ ଉଭା ହୋଇଛି: ପ୍ରଧାନମନ୍ତ୍ରୀ ଆଜି, ସମଗ୍ର ଦେଶ ଏକ ବିକଶିତ ଭାରତ ନିର୍ମାଣ ପାଇଁ ଏକତ୍ରିତ ଭାବରେ ଆଗକୁ ବଢ଼ୁଛି; ବିଶେଷକରି ଆମର ଯୁବ ନାଗରିକମାନଙ୍କ ପାଇଁ, ଏକ ବିକଶିତ ଭାରତ ଏକ ସ୍ବପ୍ନ ଏବଂ ଏକ ସଂକଳ୍ପ, ଏହି ସଂକଳ୍ପ ପୂରଣ କରିବାରେ ଉତ୍ତର-ପୂର୍ବର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି: ପ୍ରଧାନମନ୍ତ୍ରୀ ଏକବିଂଶ ଶତାବ୍ଦୀର ୨୫ ବର୍ଷ ବିତିଗଲାଣି ଏବଂ ଏହି ଶତାବ୍ଦୀର ପରବର୍ତ୍ତୀ ଅଧ୍ୟାୟ ପୂର୍ବ ଏବଂ ଉତ୍ତର-ପୂର୍ବର: ପ୍ରଧାନମନ୍ତ୍ରୀ ଯେକୌଣସି ଅଞ୍ଚଳରେ ଦ୍ରୁତ ବିକାଶ ପାଇଁ ଦୃଢ଼ ସଂଯୋଗୀକରଣ ଆବଶ୍ୟକ, ତେଣୁ ଆମର ସରକାର ଉତ୍ତର-ପୂର୍ବରେ ସଂଯୋଗୀକରଣ ବୃଦ୍ଧି ଉପରେ ଗୁରୁତ୍ବାରୋପ କରିଛି: ପ୍ରଧାନମନ୍ତ୍ରୀ ଆମେ ଦେଶର ପ୍ରତ୍ୟେକ କୋଣରେ ଏମ୍ଭ ଏବଂ ମେଡିକାଲ କଲେଜର ନେଟୱାର୍କ ବିସ୍ତାର କରିଛୁ, ବିଶେଷକରି ଆସାମରେ, କର୍କଟ ହସ୍ପିଟାଲ ମଧ୍ଯ ପ୍ରତିଷ୍ଠିତ ହୋଇଛି: ପ୍ରଧାନମନ୍ତ୍ରୀ ଅନୁପ୍ରବେଶ ମାଧ୍ଯମରେ ସୀମାନୁ ଅଞ୍ଚଳର ଜନସଂଖ୍ୟା ପରିବର୍ତ୍ତନ କରିବାର ଷଡ଼ଯନ୍ତ୍ର ଚାଲିଛି ଏବଂ ଏହା ଜାତୀୟ ସୁରକ୍ଷା ପାଇଁ ଏକ ଗମ୍ଭୀର ବିପଦ, ତେଣୁ ଏବେ ଏକ ଦେଶବ୍ୟାପୀ ଜନସଂଖ୍ୟା ଅଭିଯାନ ଆରମ୍ଭ କରାଯାଉଛି: ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଦରାଙ୍ଗରେ ପ୍ରାୟ ୬୫୦୦ କୋଟି ଟଙ୍କାର ବିକାଶ କାର୍ଯ୍ୟର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧୂତ କରି ପ୍ରଧାନମନ୍ତ୍ରୀ ଆସାମର ବିକାଶ ଯାତ୍ରାର ଏହି ଐତିହାସିକ ଦିନରେ ଦରାଙ୍ଗର ଜନସାଧାରଣ ଏବଂ ଆସାମର ସମସ୍ତ ନାଗରିକଙ୍କୁ ତାଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅପରେସନ ସିନ୍ଦୂରର ସଫଳତା ପରେ, ସେ ଗତକାଲି ପ୍ରଥମ ଥର ପାଇଁ ଆସାମ ଗସ୍ତ କରିଥିଲେ। ସେ ମା କାମାକ୍ଷାଙ୍କ ଆଶୀର୍ବାଦକୁ ଅପରେସନର ଚମତ୍କାର ସଫଳତାର ଶ୍ରେୟ ଦେଇଥିଲେ ଏବଂ ତାଙ୍କ ପବିତ୍ର ଭୂମିରେ ପାଦ ଦେବା ସମୟରେ ଆଧ୍ୟାତ୍ମିକ ସନ୍ତୋଷର ଗଭୀର ଭାବନା ପ୍ରକାଶ କରିଥିଲେ। ସେ ଆସାମରେ ପାଳିତ ହେଉଥ‌ିବା ଜନ୍ମାଷ୍ଟମୀ ଅବସରରେ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଲାଲକିଲ୍ଲାର ପ୍ରାଚୀରରୁ ତାଙ୍କ କଥାକୁ ପ୍ରତିଫଳିତ କରି ଶ୍ରୀ ମୋଦୀ କହିଛନ୍ତି ଯେ ସେ ଭାରତର ସୁରକ୍ଷା ରଣନୀତିରେ 'ସୁଦର୍ଶନ-ଚକ୍ର'ର ଧାରଣା ପ୍ରଚଳନ କରିଛନ୍ତି। ଶ୍ରୀ ମୋଦୀ ମଙ୍ଗଳଦୋଇକୁ ଏପରି ଏକ ସ୍ଥାନ ଭାବରେ ବର୍ଣ୍ଣନା କରିଛନ୍ତି ଯେଉଁଠାରେ ସଂସ୍କୃତି, ଐତିହାସିକ ଗୌରବ ଏବଂ ଭବିଷ୍ୟତ ପାଇଁ ଆଶା ମିଳିତ ହୁଏ। ସେ କହିଛନ୍ତି ଯେ ଏହି ଅଞ୍ଚଳ ଆସାମର ପରିଚୟର ଏକ କେନ୍ଦ୍ରୀୟ ପ୍ରତୀକ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରେରଣା ଏବଂ ସାହସରେ ପରିପୂର୍ଣ୍ଣ ଏହି ଭୂମିର ଲୋକଙ୍କୁ ଭେଟିବା ଏବଂ ସେମାନଙ୍କ ସହିତ ଭାବ ବିନିମୟ କରିବାର ସୁଯୋଗ ପାଇ ସେ ନିଜକୁ ସୌଭାଗ୍ୟବାନ ମନେ ପକାଇଛନ୍ତି।

Sep 15, 2025 - 12:05
 3
ଆସାମର ଦରାଙ୍ଗରେ ପ୍ରାୟ ୬୫୦୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ଭାରତ ଏବେ ବିଶ୍ବର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଦେଶ ଏବଂ ଆସାମ ମଧ୍ୟ ଦେଶର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ରାଜ୍ୟ ମଧ୍ୟରୁ ଗୋଟିଏ ଭାବରେ ଉଭା ହୋଇଛି: ପ୍ରଧାନମନ୍ତ୍ରୀ

ଆଜି, ସମଗ୍ର ଦେଶ ଏକ ବିକଶିତ ଭାରତ ନିର୍ମାଣ ପାଇଁ ଏକତ୍ରିତ ଭାବରେ ଆଗକୁ ବଢ଼ୁଛି; ବିଶେଷକରି ଆମର ଯୁବ ନାଗରିକମାନଙ୍କ ପାଇଁ, ଏକ ବିକଶିତ ଭାରତ ଏକ ସ୍ବପ୍ନ ଏବଂ ଏକ ସଂକଳ୍ପ, ଏହି ସଂକଳ୍ପ ପୂରଣ କରିବାରେ ଉତ୍ତର-ପୂର୍ବର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି: ପ୍ରଧାନମନ୍ତ୍ରୀ

ଏକବିଂଶ ଶତାବ୍ଦୀର ୨୫ ବର୍ଷ ବିତିଗଲାଣି ଏବଂ ଏହି ଶତାବ୍ଦୀର ପରବର୍ତ୍ତୀ ଅଧ୍ୟାୟ ପୂର୍ବ ଏବଂ ଉତ୍ତର-ପୂର୍ବର: ପ୍ରଧାନମନ୍ତ୍ରୀ

ଯେକୌଣସି ଅଞ୍ଚଳରେ ଦ୍ରୁତ ବିକାଶ ପାଇଁ ଦୃଢ଼ ସଂଯୋଗୀକରଣ ଆବଶ୍ୟକ, ତେଣୁ ଆମର ସରକାର ଉତ୍ତର-ପୂର୍ବରେ ସଂଯୋଗୀକରଣ ବୃଦ୍ଧି ଉପରେ ଗୁରୁତ୍ବାରୋପ କରିଛି: ପ୍ରଧାନମନ୍ତ୍ରୀ

ଆମେ ଦେଶର ପ୍ରତ୍ୟେକ କୋଣରେ ଏମ୍ଭ ଏବଂ ମେଡିକାଲ କଲେଜର ନେଟୱାର୍କ ବିସ୍ତାର କରିଛୁ, ବିଶେଷକରି ଆସାମରେ, କର୍କଟ ହସ୍ପିଟାଲ ମଧ୍ଯ ପ୍ରତିଷ୍ଠିତ ହୋଇଛି: ପ୍ରଧାନମନ୍ତ୍ରୀ

ଅନୁପ୍ରବେଶ ମାଧ୍ଯମରେ ସୀମାନୁ ଅଞ୍ଚଳର ଜନସଂଖ୍ୟା ପରିବର୍ତ୍ତନ କରିବାର ଷଡ଼ଯନ୍ତ୍ର ଚାଲିଛି ଏବଂ ଏହା ଜାତୀୟ ସୁରକ୍ଷା ପାଇଁ ଏକ ଗମ୍ଭୀର ବିପଦ, ତେଣୁ ଏବେ ଏକ ଦେଶବ୍ୟାପୀ ଜନସଂଖ୍ୟା ଅଭିଯାନ ଆରମ୍ଭ କରାଯାଉଛି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଦରାଙ୍ଗରେ ପ୍ରାୟ ୬୫୦୦ କୋଟି ଟଙ୍କାର ବିକାଶ କାର୍ଯ୍ୟର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧୂତ କରି ପ୍ରଧାନମନ୍ତ୍ରୀ ଆସାମର ବିକାଶ ଯାତ୍ରାର ଏହି ଐତିହାସିକ ଦିନରେ ଦରାଙ୍ଗର ଜନସାଧାରଣ ଏବଂ ଆସାମର ସମସ୍ତ ନାଗରିକଙ୍କୁ ତାଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅପରେସନ ସିନ୍ଦୂରର ସଫଳତା ପରେ, ସେ ଗତକାଲି ପ୍ରଥମ ଥର ପାଇଁ ଆସାମ ଗସ୍ତ କରିଥିଲେ। ସେ ମା କାମାକ୍ଷାଙ୍କ ଆଶୀର୍ବାଦକୁ ଅପରେସନର ଚମତ୍କାର ସଫଳତାର ଶ୍ରେୟ ଦେଇଥିଲେ ଏବଂ ତାଙ୍କ ପବିତ୍ର ଭୂମିରେ ପାଦ ଦେବା ସମୟରେ ଆଧ୍ୟାତ୍ମିକ ସନ୍ତୋଷର ଗଭୀର ଭାବନା ପ୍ରକାଶ କରିଥିଲେ। ସେ ଆସାମରେ ପାଳିତ ହେଉଥ‌ିବା ଜନ୍ମାଷ୍ଟମୀ ଅବସରରେ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଲାଲକିଲ୍ଲାର ପ୍ରାଚୀରରୁ ତାଙ୍କ କଥାକୁ ପ୍ରତିଫଳିତ କରି ଶ୍ରୀ ମୋଦୀ କହିଛନ୍ତି ଯେ ସେ ଭାରତର ସୁରକ୍ଷା ରଣନୀତିରେ 'ସୁଦର୍ଶନ-ଚକ୍ର'ର ଧାରଣା ପ୍ରଚଳନ କରିଛନ୍ତି। ଶ୍ରୀ ମୋଦୀ ମଙ୍ଗଳଦୋଇକୁ ଏପରି ଏକ ସ୍ଥାନ ଭାବରେ ବର୍ଣ୍ଣନା କରିଛନ୍ତି ଯେଉଁଠାରେ ସଂସ୍କୃତି, ଐତିହାସିକ ଗୌରବ ଏବଂ ଭବିଷ୍ୟତ ପାଇଁ ଆଶା ମିଳିତ ହୁଏ। ସେ କହିଛନ୍ତି ଯେ ଏହି ଅଞ୍ଚଳ ଆସାମର ପରିଚୟର ଏକ କେନ୍ଦ୍ରୀୟ ପ୍ରତୀକ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରେରଣା ଏବଂ ସାହସରେ ପରିପୂର୍ଣ୍ଣ ଏହି ଭୂମିର ଲୋକଙ୍କୁ ଭେଟିବା ଏବଂ ସେମାନଙ୍କ ସହିତ ଭାବ ବିନିମୟ କରିବାର ସୁଯୋଗ ପାଇ ସେ ନିଜକୁ ସୌଭାଗ୍ୟବାନ ମନେ ପକାଇଛନ୍ତି।