ନୂଆ ବର୍ଷ ପାଇଁ ବାଣିଜ୍ୟ ଓ ପରିବହନ ର ମାର୍ଗଦର୍ଶିକା..

Dec 30, 2025 - 22:46
 10
ନୂଆ ବର୍ଷ ପାଇଁ ବାଣିଜ୍ୟ ଓ ପରିବହନ ର ମାର୍ଗଦର୍ଶିକା..

ନୂଆ ବର୍ଷ ପାଇଁ ବାଣିଜ୍ୟ ଓ ପରିବହନ ର ମାର୍ଗଦର୍ଶିକା..

ନୂଆବର୍ଷ ଆସୁଥିବାରୁ ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ଓଡ଼ିଶା ବାଣିଜ୍ୟ ଓ ପରିବହନ ବିଭାଗ। ଏନ୍‌ଫୋର୍ସମେଣ୍ଟକୁ କଡ଼ାକଡ଼ି କରିବାକୁ ମାର୍ଗଦର୍ଶିକାରେ ଗୁରୁତ୍ବ ଦିଆଯାଇଛି।

ମଦ୍ୟପାନଜନିତ ଦୁର୍ଘଟଣା ରୋକିବାକୁ ପର୍ଯ୍ୟଟକଙ୍କ ବ୍ରେଥ୍ ଆନାଲାଇଜର ଟେଷ୍ଟ ହେବ।

ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। 

ଓଭରଲୋଡିଂ, ଅସୁରକ୍ଷିତ ପରିବହନ ଓ ଯାନର ବେଆଇନ୍ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ହେବ। 

ପ୍ରମୁଖ ବଣଭୋଜି ସ୍ଥଳରେ ମୁତୟନ ହେବେ ସ୍ବତନ୍ତ୍ର ଏନ୍‌ଫୋର୍ସମେଣ୍ଟ ଟିମ୍। 

ପିକନିକ୍‌ ସ୍ପଟ୍‌ର ପ୍ରବେଶ ଓ ପ୍ରସ୍ଥାନ ପଥରେ ଯାଞ୍ଚ କରାଯିବ 

ପିକନିକ୍ ବାହାରୁଥିବା ଗାଡ଼ିଗୁଡ଼ିକ ଆଂଚଳିକ ପରିବହନ ଅଧିକାରୀଙ୍କ ଠାରୁ ପରମିଟ୍ ନେବା ଆବଶ୍ୟକ।

ପିକନିକ୍ ଯାଉଥିବା ଗାଡ଼ିରେ ସମସ୍ତ ଡକ୍ୟୁମେଣ୍ଟ ରହିବା ଜରୁରୀ 

କୁହୁଡ଼ିକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ସଚେତନତା ଗ୍ରହଣ କରାଯିବ।