ଇଣ୍ଡିଆ ଏଆଇ ଇମ୍ପାକୃ ସମିଟ୍ ୨୦୨୬: ପଞ୍ଜୀକରଣ ସଂଖ୍ୟା ୩୫,୦୦୦ ଟପିଲା
ଇଣ୍ଡିଆ ଏଆଇ ଇମ୍ପାକୃ ସମିଟ୍ ୨୦୨୬: ପଞ୍ଜୀକରଣ ସଂଖ୍ୟା ୩୫,୦୦୦ ଟପିଲା
ଯୋଗ ଦେବେ ୧୦୦ରୁ ଅଧୂକ ଦେଶ, ୫୦୦ରୁ ଅଧୂକ ଷ୍ଟାର୍ଟଅପ୍
ଶିଖର ସମ୍ମିଳନୀ ପାଇଁ ଗଣମାଧ୍ଯମ ପଞ୍ଜୀକରଣ ଖୋଲା ଅଛି, ୮ ଫେବ୍ରୁଆରୀ ଆବେଦନର ଶେଷ ତାରିଖ
ନୂଆଦିଲ୍ଲୀରେ ୧୬ରୁ ୨୦ ଫେବ୍ରୁଆରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ଏପର୍ଯ୍ୟନ୍ତ ହୋଇଥିବା ଚାରିଟି ବିଶ୍ବ ଏଆଇ ସମିଟ୍ ମଧ୍ୟରେ ବୃହତ୍ତମ। ଏହା ଦାୟିତ୍ବବାନ, ସମାବେଶୀ ଏବଂ ପ୍ରଭାବ ଭିତ୍ତିକ କୃତ୍ରିମ ବୁଦ୍ଧିମତ୍ତାକୁ ନେଇ ବୃଦ୍ଧି ପାଉଥିବା ଅନ୍ତର୍ଜାତୀୟ ସହମତିକୁ ପ୍ରତିଫଳିତ କରେ ।
ଏହି ସମ୍ମିଳନୀକୁ ନେଇ ବିଶ୍ବ ସମୁଦାୟ ପକ୍ଷରୁ ଅଭୁତପୂର୍ବ ଉତ୍ସାହ ଦେଖୁବାକୁ ମିଳିଛି। ଏଥିପାଇଁ ଏପର୍ଯ୍ୟନ୍ତ ୩୫ ହଜାର ପଞ୍ଜୀକରଣ ହୋଇଛି। ଏହା ଦୃଷ୍ଟିକୋଣକୁ କାର୍ଯ୍ୟକାରୀ କରିବା ଉପରେ ପ୍ରାଥମିକତା ଦେବା ସହ ଉପଯୋଗୀ ଫଳାଫଳ ଉପରେ ଗୁରୁତ୍ବ ଦେବ।
ଏହି ଶିଖର ସମ୍ମିଳନୀରେ ସରକାର, ବ୍ୟବସାୟ ନେତା, ଗବେଷକ, ନାଗରିକ ସମାଜ ସଂଗଠନ ଏବଂ ଅନ୍ତର୍ଜାତୀୟ ପ୍ରତିଷ୍ଠାନଗୁଡ଼ିକ ଯୋଗଦେବେ ଏବଂ ସମ୍ମିଳନୀର ଏଜେଣ୍ଡା ଗଢିବାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବେ। ଏଥିରେ ୧୫ ରୁ ୨୦ ରାଷ୍ଟ୍ରମୁଖ୍ୟ, ବିଭିନ୍ନ ଦେଶର ୫୦ରୁ ଅଧୂକ ମନ୍ତ୍ରୀ ଏବଂ ବିଶ୍ବ ତଥା ଭାରତୀୟ କମ୍ପାନୀର ୪୦ରୁ ଅଧୂକ ସିଇଓ ସମେତ ୧୦୦ରୁ ଅଧିକ ଦେଶ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି । ଆହୁରି ମଧ୍ୟ ଏଥିରେ ଉଦ୍ଭାବକ, ଗବେଷକ ଏବଂ ମୁଖ୍ୟ ପ୍ରଯୁକ୍ତିବିଦ୍ୟା ଅଧୂକାରୀ ସମେତ ବିଶ୍ବ ଏଆଇ ଇକୋସିଷ୍ଟମର ପ୍ରାୟ ୫୦୦ ପ୍ରମୁଖ ବ୍ୟକ୍ତିବିଶେଷ ମଧ୍ୟ ଯୋଗଦେବେ ବୋଲି ଆଶା କରାଯାଉଛି।
ଶିଖର ସମ୍ମିଳନୀର କାର୍ଯ୍ୟସୂଚୀ ଗଠନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ପାଇଁ ସରକାର, ବ୍ୟବସାୟ ନେତା, ଗବେଷକ, ନାଗରିକ ସମାଜ ସଂଗଠନ ଏବଂ ଅନ୍ତର୍ଜାତୀୟ ପ୍ରତିଷ୍ଠାନ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ୧୫ ରୁ ୨୦ ରାଷ୍ଟ୍ରମୁଖ୍ୟ, ବିଭିନ୍ନ ଦେଶର ୫୦ ରୁ ଅଧୂକ ମନ୍ତ୍ରୀ ଏବଂ ବିଶ୍ବ ଏବଂ ଭାରତୀୟ କମ୍ପାନୀର ୪୦ ରୁ ଅଧୂକ ସିଇଓ ସମେତ ୧୦୦ ରୁ ଅଧୂକ ଦେଶ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି । ଉଦ୍ଭାବକ, ଗବେଷକ ଏବଂ ମୁଖ୍ୟ ପ୍ରଯୁକ୍ତିବିଦ୍ୟା ଅଧିକାରୀ ସମେତ ବିଶ୍ବ ଏଆଇ ଇକୋସିଷ୍ଟମର ପ୍ରାୟ ୫୦୦ ପ୍ରମୁଖ ବ୍ୟକ୍ତିବିଶେଷ ମଧ୍ଯ ଯୋଗଦେବାର ଆଶା ରହିଛି।
ଏହି ଶିଖର ସମ୍ମିଳନୀରେ ୫୦୦ରୁ ଅଧୂକ ଏଆଇ ଷ୍ଟାର୍ଟଅପ ଯୋଗଦେବେ ଏବଂ ମୁଖ୍ୟ କାର୍ଯ୍ୟକ୍ରମ ସହିତ ପ୍ରାୟ ୫୦୦ ଅଧୂବେଶନ ଅନୁଷ୍ଠିତ ହେବ। ଫଳରେ ଏହା ଏଆଇ ଉପରେ ପର୍ଯ୍ୟବେଶିତ ସବୁଠାରୁ ବ୍ୟାପକ ବିଶ୍ବସ୍ତରୀୟ କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ ହେବ।
ଶିଖର ସମ୍ମିଳନୀ ପୂର୍ବରୁ ହେଉଥିବା କାର୍ଯ୍ୟକ୍ରମଗୁଡ଼ିକରେ ଅଂଶଗ୍ରହଣର ସ୍ମର ସମାନ ଭାବରେ ଉତ୍ସାହଜନକ ରହିଛି। ଶିଖର ସମ୍ମିଳନୀ ପୂର୍ବରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୧୩୦୦ ରୁ ଅଧୂକ ପ୍ରସ୍ତାବ ଗ୍ରହଣ କରାଯାଇଛି ଏବଂ ଏପର୍ଯ୍ୟନ୍ତ ଭାରତ ଓ ବିଶ୍ବବ୍ୟାପୀ ୫୦୦ରୁ ଅଧିକ ପ୍ରାକ୍-ସମ୍ମିଳନୀ କାର୍ଯ୍ୟକ୍ରମ ଆୟୋଜନ ହୋଇଛି।
ଶିଖର ସମ୍ମିଳନୀ ଢାଞ୍ଚାରେ ସାତୋଟି ପ୍ରମୁଖ କାର୍ଯ୍ୟକ୍ରମ ଅନୁର୍ଭୁକ୍ତ ରହିଛି, ଯାହା ସାମୂହିକ ଭାବରେ ୩ ଲକ୍ଷରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ଆକର୍ଷିତ କରିଛି, ଯାହା ଗ୍ଲୋବାଲ ଏଆଇ ଇମ୍ପାକ୍ଟ ସମିଟ୍ ପ୍ରକ୍ରିୟା ପ୍ରତି ବ୍ୟାପକ ଜାତୀୟ ଏବଂ ଅନ୍ତର୍ଜାତୀୟ ଆଗ୍ରହକୁ ଦର୍ଶାଉଛି।
ସମୟ ସହିତ ଗ୍ଲୋବାଲ ଏଆଇ ଇମ୍ପାକ୍ଟ ସମିଟ ପ୍ରକ୍ରିୟାରେ ପରିବର୍ତ୍ତନ ଆସିଛି। ବ୍ଲେଚଲି ପାର୍କରେ ଏଆଇର ବିପଦ ଉପରେ ପ୍ରାଥମିକତା ଦିଆଯାଇଥିଲା, ତା'ପରେ ସିଓଲରେ ନୈତିକତା ଏବଂ ଅନୁର୍ଭୁକ୍ତି ଉପରେ ଆଲୋଚନା ହେଲା ଏବଂ ପରେ ପ୍ୟାରିସରେ ସହଭାଗୀ ନୀତିଗୁଡ଼ିକର କାର୍ଯ୍ୟାନ୍ଵୟନ ଉପରେ ଗୁରୁତ୍ବ ଦିଆଯାଇଥିଲା। ଏହି ସମ୍ମିଳନୀ ବିଶ୍ବ ଏଆଇ ଆଲୋଚନାରେ ଭାରତର ବର୍ଶିତ ଭୂମିକାକୁ ପ୍ରତିଫଳିତ କରେ।
ଏହି କାର୍ଯ୍ୟକ୍ରମ, ଫୋକସ୍ କ୍ଷେତ୍ର ଏବଂ ଅଂଶଗ୍ରହଣର ପଦ୍ଧତି ସମେତ ଗ୍ଲୋବାଲ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ ବିଷୟରେ ଅଧିକ ସୂଚନା ଏହାର ଅଫିସିଆଲ୍ ୱେବସାଇଟ୍ - https://impact.indiaai.gov.in/ ରେ ଉପଲବ୍ଧ। ଆଗ୍ରହୀ ଅଂଶୀଦାରମାନଙ୍କୁ ୱେବସାଇଟ୍ ପରିଦର୍ଶନ କରିବାକୁ ଏବଂ ଏହି ବିଶ୍ବ ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରାଯାଉଛି, ଯାହାର ଲକ୍ଷ୍ୟ ହେଉଛି ଏଆଇର ଦାୟିତ୍ଵପୂର୍ଣ୍ଣ ଏବଂ ପ୍ରଭାବଶାଳୀ ବ୍ୟବହାରକୁ ପ୍ରୋତ୍ସାହିତ କରିବା।
ସମ୍ମିଳନୀ ପାଇଁ ଗଣମାଧ୍ଯମ ମାନ୍ୟତା ପ୍ରକ୍ରିୟା ଆରମ୍ଭ ହୋଇଛି। କେବଳ ସ୍ବୀକୃତିପ୍ରାପ୍ତ ଗଣମାଧ୍ୟମ ପ୍ରତିନିଧୂମାନଙ୍କୁ ସମ୍ମିଳନୀ ସମ୍ପର୍କରେ ରିପୋଟିଂ କରିବାକୁ ଅନୁମତି ଦିଆଯିବ। ଗଣମାଧ୍ୟମ ପ୍ରତିନିଧୂମାନେ ସମ୍ମିଳନୀର ଅଫିସିଆଲ ପୋର୍ଟାଲ https://impact.indiaai.gov.in/media-accreditation ମାଧ୍ୟମରେ ଅନଲାଇନ ଆବେଦନ ଦାଖଲ କରିପାରିବେ । ଗଣମାଧ୍ୟମ ମାନ୍ୟତା ୱିଣ୍ଡୋ ଫେବୃଆରୀ ୮, ୨୦୨୬ରେ ବନ୍ଦ ହେବ।