୬୯ତମ SGFI ରଗବୀ ଚାମ୍ପିଅନସିପ୍ରେ ୧୪ ବର୍ଷରୁ କମ୍ ବର୍ଗର ପ୍ରତିଯୋଗିତା...
୬୯ତମ SGFI ରଗବୀ ଚାମ୍ପିଅନସିପ୍ରେ ୧୪ ବର୍ଷରୁ କମ୍ ବର୍ଗର ପ୍ରତିଯୋଗିତା...
କଳିଙ୍ଗ ଷ୍ଟାଡିୟମରେ ୧୪ଟି ରାଜ୍ୟରୁ ୩୦୦ରୁ ଅଧିକ ଖେଳାଳୀ*
ଓଡ଼ିଶାରେ ଆୟୋଜିତ ୬୯ତମ ଜାତୀୟ ବିଦ୍ୟାଳୟ ସମୂହ (SGFI) ରଗବୀ ଚାମ୍ପିଅନସିପ୍ ୨୦୨୫-୨୬ ରେ ଠାରୁ ୧୪ ବର୍ଷରୁ କମ୍ ବାଳକ ଓ ବାଳିକା ବର୍ଗର ପ୍ରତିଯୋଗିତା ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ।
ଏହି ଚାମ୍ପିଅନସିପ୍ରେ ଦେଶର ୧୪ଟି ରାଜ୍ୟରୁ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଉଭୟ ବାଳକ ଓ ବାଳିକା ବର୍ଗର ଅଂଶଗ୍ରହଣ କରିଛନ୍ତି ।
ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଡ଼ା. ଏନ୍. ତିରୁମାଲା ନାୟକ କାର୍ଯକ୍ରମରେ ଉପସ୍ଥିତ ରହି ଯୁବ ଖେଳାଳୀମାନଙ୍କୁ ସ୍ୱାଗତ କରିଥିଲେ ।
ସେ ଖେଳାଳୀମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ଉତ୍ତମ ପ୍ରଦର୍ଶନ କରିବାକୁ ଶୁଭକାମନା ଜଣାଇବା ସହ ଖେଳୁଆଡ ମନୋଭାବ ନେଇ ଖେଳିବାକୁ ଅନୁପ୍ରେରିତ କରିଥିଲେ ।
ସେ ଯୁବ ଖେଳାଳୀମାନଙ୍କର ଉତ୍ସାହ ଓ ନିଷ୍ଠାକୁ ପ୍ରଶଂସା କରିବା ସହ ଏପରି ଚାମ୍ପିଅନସିପ୍ ମାଧ୍ୟମରେ ତୃଣମୂଳସ୍ତରରେ ଖେଳକୁ ପହଞ୍ଚାଯାଇପାରିବ ବୋଲି ମତ ପ୍ରକାଶ କରିଥିଲେ ।
ଏହି ଅବସରରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ବିରେନ୍ଦ୍ର କରକରା ଓ ସହକାରୀ ନିର୍ଦ୍ଦେଶକ (ପି.ଇ.ଟି) ଶ୍ରୀ ଜ୍ୟୋତି ପ୍ରସାଦ ପରିଡା ମଧ୍ୟ ଉପସ୍ଥିତ ଥିଲେ । ସେମାନେ ଖେଳାଳୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।