ପୂର୍ବି ଭାରତର ବାର୍ଷିକ ଉତ୍ସବ ଓ ଲୁମିନାରୀ ଆୱାର୍ଡ ସମାରୋହ...

Feb 3, 2026 - 09:09
 7
ପୂର୍ବି ଭାରତର ବାର୍ଷିକ ଉତ୍ସବ ଓ ଲୁମିନାରୀ ଆୱାର୍ଡ ସମାରୋହ...

ପୂର୍ବି ଭାରତର ବାର୍ଷିକ ଉତ୍ସବ ଓ ଲୁମିନାରୀ ଆୱାର୍ଡ ସମାରୋହ...

ରାଜ୍ୟର ଏକ ପ୍ରମୁଖ ଗଣମାଧ୍ୟମ ସଂସ୍ଥା ପୂର୍ବି ଭାରତ ନ୍ୟୁଜ୍ ଲାଇଭ୍‌ର ବାର୍ଷିକ ଉତ୍ସବ ଅବସରରେ ଉପସ୍ଥିତ ହୋଇ ସଂସ୍ଥାର ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅତିଥିବୃନ୍ଦ। 

ଏହି ଅବସରରେ ବକ୍ତାମାନେ କହିଥିଲେ ଯେ ଗଣମାଧ୍ୟମ ହେଉଛି ସମାଜର ଚତୁର୍ଥ ସ୍ତମ୍ଭ ଏବଂ ଜାଗ୍ରତ ପ୍ରହରୀ। ଗୋଟିଏ ଜାତିର ଭାଷା, ସାହିତ୍ୟ, କଳା, ସଂସ୍କୃତି, ରାଜନୀତି, ଅର୍ଥନୀତି, ସାମାଜିକ ଜୀବନ, କୃଷି ଓ ସ୍ୱାସ୍ଥ୍ୟ କ୍ଷେତ୍ରକୁ ପରିପ୍ରକାଶ କରିବା ସହ ସମାଜକୁ ସଚେତନ ଓ ଶକ୍ତିଶାଳୀ କରିବାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ସଶକ୍ତ ଗଣତନ୍ତ୍ର ପାଇଁ ଯେପରି ସରକାରଙ୍କର ଦାୟିତ୍ୱ ରହିଛି, ସେହିପରି ଗଣମାଧ୍ୟମର ଉତ୍ତରଦାୟିତ୍ୱ ମଧ୍ୟ ସମାନ ଭାବେ ଗୁରୁତ୍ୱବାହୀ ବୋଲି ମତ ପ୍ରକାଶ ପାଇଥିଲା।

ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ରାଜ୍ୟ ସରକାର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗ୍ରାମୀଣ ବିକାଶ, ସହରୀକରଣ, ଦ୍ରୁତ ଶିଳ୍ପାୟନ, କ୍ରୀଡ଼ା ଓ ପର୍ଯ୍ୟଟନକୁ ପ୍ରାଥମିକତା ଦେଇ ମହିଳା, ଯୁବବର୍ଗ, ପଛୁଆବର୍ଗ, ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସର୍ବାଙ୍ଗୀନ ଉନ୍ନତିକୁ ଗୁରୁତ୍ୱ ଦେଉଛନ୍ତି ବୋଲି ଅତିଥିମାନେ ଉଲ୍ଲେଖ କରିଥିଲେ।

ଶ୍ରୀଜଗନ୍ନାଥଙ୍କ ଅପାର କୃପାରୁ ପୂର୍ବି ଭାରତ ନ୍ୟୁଜ୍ ତାହାର ସ୍ୱନକ୍ଷତ୍ର ଦିବସ ଓ ଲୁମିନାରୀ ଆୱାର୍ଡ କାର୍ଯ୍ୟକ୍ରମକୁ ଗର୍ବ ଓ ଗୌରବ ସହ ପାଳନ କରିଛି। 

ଏହି କାର୍ଯ୍ୟକ୍ରମଟି ପ୍ରତୀକ ଓର୍ଗାନାଇଜେସନ୍ ଫର ସୋସିଆଲ୍ ଡିଭେଲପମେଣ୍ଟ (POSD) ଦ୍ୱାରା ଆୟୋଜିତ ହୋଇଥିବା ବେଳେ ପୂର୍ବି ଭାରତ ନ୍ୟୁଜ୍‌ର ସମ୍ପାଦକ ଓ ସାମ୍ବାଦିକା ପ୍ରତିମା ବାରିକ ଏବଂ ପ୍ରକାଶକ-ନିର୍ଦ୍ଦେଶକ ଶ୍ରୀ ପ୍ରବୀର କୁମାର ବାରିକଙ୍କ ସକ୍ରିୟ ଭୂମିକା କାର୍ଯ୍ୟକ୍ରମକୁ ଏକ ଐତିହାସିକ ଓ ଅବିସ୍ମରଣୀୟ ରୂପରେଖ ପ୍ରଦାନ କରିଛି।ଏହି ଅବସରରେ ସମାଜ ପ୍ରତି ନିଷ୍ଠା, ତ୍ୟାଗ ଓ ସେବାଭାବ ପାଇଁ ୮୦ ଜଣ ଲୁମିନାରୀଙ୍କୁ ବିଭିନ୍ନ ବର୍ଗରେ ସମ୍ମାନିତ କରାଯାଇଛି, ଯାହା ସମସ୍ତଙ୍କ ପାଇଁ ଗର୍ବର କ୍ଷଣ ହୋଇଥିଲା।

ଶୋଭାମଞ୍ଚକୁ ଗରିମାମଣ୍ଡିତ କରିଥିଲେ ମୁଖ୍ୟ ଅତିଥି ଡ଼. କୃଷ୍ଣ ଚନ୍ଦ୍ର ମହାପାତ୍ର, ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ, ଓଡ଼ିଶା ସରକାର, ଏବଂ ମୁଖ୍ୟ ବକ୍ତା ଡ଼. ଦୟାସିନ୍ଧୁ ପରିଡ଼ା, ସବ୍-କଲେକ୍ଟର (ଦେବେତ୍ତର), ବାରିପଦା, ମୟୂରଭଞ୍ଜ।ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତପନ ପାଣ୍ଡା, ବରିଷ୍ଠ ଆଇନଜୀବୀ ବିଜୟ ପାଣିଗ୍ରାହୀ, ଶିକ୍ଷାବିଦ୍ ବିପ୍ଲବ ଭଞ୍ଜନ ବୁଗୁଡ଼ାଇ, ପୂର୍ବତନ ଉପାଧ୍ୟକ୍ଷ ଜିତେନ୍ଦ୍ର ମହାନ୍ତି, ୨୭ ନଂ ୱାର୍ଡ କାଉନସିଲର ଦେବାଶିଷ ପାତ୍ର, ୨୫ ନଂ ୱାର୍ଡ କାଉନସିଲର ଶିବଶଙ୍କର ପାତ୍ର ଏବଂ ଆଦର୍ଶ ଶିକ୍ଷକ ସୋମନାଥ ସିଂହ ଉପସ୍ଥିତ ରହି କାର୍ଯ୍ୟକ୍ରମର ଗରିମା ବଢ଼ାଇଥିଲେ।

କାର୍ଯ୍ୟକ୍ରମର ସୁନ୍ଦର ଓ ସ୍ମରଣୀୟ ସଂଚାଳନା ମୌସୁମୀ ପାଣ୍ଡାଙ୍କ ଦ୍ୱାରା ହୋଇଥିବା ବେଳେ ରାଜ୍ୟ ସଙ୍ଗୀତ ମାନ୍ୟତା ପାଣ୍ଡାଙ୍କ କଣ୍ଠରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। 

ସୂକ୍ଷ୍ମ ବ୍ୟବସ୍ଥାପନା ଚନ୍ଦନ କୁମାର ପାଲ ଓ ସୁସଂଯମିତ କାର୍ଯ୍ୟକ୍ରମ ପରିଚାଳନା ବିଶ୍ୱଜୀବନ ରଣାଙ୍କ ସହ ପୂର୍ବି ଭାରତ ନ୍ୟୁଜ୍ ଓ POSDର ସମସ୍ତ ସଦସ୍ୟଙ୍କ ଏକାଗ୍ର ପ୍ରୟାସରେ ଏହି ସମାରୋହ ଏକ ଅବିସ୍ମରଣୀୟ ସଫଳତା ଅର୍ଜନ କରିଛି।ସତ୍ୟ, ସେବା ଓ ସାମାଜିକ ଦାୟିତ୍ୱର ଏହି ଉତ୍ସବ ସଦା ସମସ୍ତଙ୍କ ସ୍ମୃତିରେ ଅଲିଭା ହୋଇ ରହିବ ବୋଲି ମତବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବୀ ମାନେ।