ସିବିଏସଇ ଦଶମ ବୋର୍ଡ଼ ପରୀକ୍ଷାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଫଳତା...

Apr 16, 2026 - 19:10
 10
ସିବିଏସଇ ଦଶମ ବୋର୍ଡ଼ ପରୀକ୍ଷାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଫଳତା...

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପୁଣିଥରେ (OAVs)ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି ।

ଶିକ୍ଷା ବର୍ଷ ୨୦୨୫-୨୬ ରେ, ଓଏଭି ସଂଗଠନରୁ ମୋଟ ୧୬,୯୬୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ, ଯେଉଁଥିରୁ ୧୫,୯୯୦ ଜଣ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । 

ଚଳିତ ବର୍ଷ ଓଏଭିରେ ପାସ୍ ହାର *94.25%* ରହିଛି ।  

ମୋଟ ୮ ଜଣ ଛାତ୍ର ୯୯% ରୁ ଅଧିକ ମାର୍କ ରଖିଛନ୍ତି ।  

ଏହା ଏକବ୍ୟତୀତ, ୧୫୯୮ ଜଣ ଛାତ୍ର ୯୦% ରୁ ଅଧିକ ନମ୍ବର ପାଇଛନ୍ତି । 

ରାଜ୍ୟରେ ସର୍ବାଧିକ ନମ୍ବର ରଖିଛନ୍ତି

 ଓଏଭି, ପଥରଚେପା, ବଲାଙ୍ଗୀରର ଶ୍ରେୟାଂସ ନନ୍ଦ ଏବଂ

ଓଏଭି, ସତ୍ୟବାଦୀର ଆଶୀର୍ବାଦ ମିଶ୍ର ହାସଲ କରିଛନ୍ତି ।

 ଉଭୟେ ୯୯.୬% ମାର୍କ ରଖିଛନ୍ତି।

ଅନ୍ୟାନ୍ୟ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଅଛନ୍ତି:

ସୋନାକ୍ଷୀ ପାଢ଼ୀ (ଓଏଭି, ପଥରଚେପା) - ୯୯.୪%

ପ୍ରୟାଗ ନାୟକ (ଓଏଭି, ପଥରଚେପା) - ୯୯.୨%

ଅଂଶୁମାନ ପଣ୍ଡା (ଓଏଭି, ସୋରଡା) - ୯୯.୨%

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛି ଏବଂ ସେମାନଙ୍କର ଭବିଷ୍ୟତ ଶିକ୍ଷାଗତ ପ୍ରୟାସରେ ସେମାନଙ୍କର ସଫଳତା କାମନା କରିଛି ।