ଇରାନକୁ ଭାରତର ସାହାଯ୍ୟ
ଇରାନକୁ ଭାରତର ସାହାଯ୍ୟ
ପଶ୍ଚିମ ଏସିଆରେ ବଢୁଥିବା ବିବାଦ ଓ ଯୁଦ୍ଧର ଗମ୍ଭୀର ସ୍ଥିତି ଭିତରେ ଭାରତ ପୁଣିଥରେ ନିଜର ମାନବୀୟ ସମ୍ବେଦନତାର ପରିଚୟ ଦେଇଛନ୍ତି। ଭାରତ ସରକାର ଯୁଦ୍ଧରେ ଘେରି ରହିଥିବା ଇରାନର ସାହାଯ୍ୟ ପାଇଁ ଆଗକୁ ହାତ ବଢାଇ ଚିକିତ୍ସା ସହାୟତା ତେହରାନ ପଠାଇଛି। ଭାରତ ପକ୍ଷରୁ ପଠାଯାଇଥିବା ଏହି ଜୀବନ ରକ୍ଷକ ଔଷଧ ଓ ଚିକିତ୍ସା ଉପକରଣକୁ ଔପଚାରିକ ଭାବରେ 'ଇରାନ ରେଡ୍ କ୍ରିସେଣ୍ଟ ସୋସାଇଟି'କୁ ଦିଆଇଛି।ଭାରତରେ ଅବସ୍ଥାପିତ ଇରାନ ରାଷ୍ଟ୍ରଦୂତ ଫତହଲି ଏହି ସଙ୍କଟ ସମୟରେ ମିଳିଥିବା ସହାୟତା ପାଇଁ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଦିଲ୍ଲୀ ଓ ତେହରାନ ସମ୍ପର୍କକୁ ଖୁବ୍ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି। ସେ କହିଛନ୍ତି, ଇରାନ ଭାରତକୁ ଏକ ‘ବନ୍ଧୁ ଦେଶ’ ଭାବରେ ମାନିଥାଏ । ଫତହଲି ଅନୁସାରେ, ଦୁଇ ଦେଶର ହିତ ସମାନ ରହିଛି ଓ ଏଭଳି କଠିନ ସମୟରେ ପରସ୍ପରକୁ ସହଯୋଗ କରିବା ପାରସ୍ପରିକ ବିଶ୍ବାସକୁ ଆହୁରି ମଜବୁତ କରିଥାଏ।
ରାଷ୍ଟ୍ରଦୂତ ଏହି ସୂଚନା ସେୟାର କରି କହିଛନ୍ତି, ନା କେବଳ ଭାରତ ସରକାର,ବଂର ଏଠାର ସାଧାରଣ ନାଗରିକ ମଧ୍ଯ ଇରାନରେ ପ୍ରଭାବିତ ଲୋକଙ୍କ ସାହାଯ୍ୟ କରିବାକୁ ଆଗକୁ ଆସିଛନ୍ତି। ଦୂତାବାସ ଅନୁସାରେ, ବହୁ ଭାରତୀୟ
ମାନବୀୟ ସହାୟତା ପଠାଇବା ପାଇଁ ବାରମ୍ବାର ଅନୁରୋଧ କରିଛନ୍ତି। ଏହାର ଜବାବରେ ଦୂତାବାସ ଏକ ବ୍ୟାଙ୍କ ଆକାଉଣ୍ଡ ଜାରି କରିଥ୍ଲା,କିନ୍ତୁ ଯାନ୍ତ୍ରିକ ତ୍ରୁଟି କାରଣରୁ ବର୍ତ୍ତମାନ ଅନଲାଇନ୍ ଟ୍ରାନ୍ସଫର ଓ ଗୁଗୁଲ ପେ ମାଧ୍ଯମରେ ମଧ୍ୟ ସମସ୍ୟା ହେଉଛି।
ଅନଲାଇନ୍ ପେମେଣ୍ଟଣ୍ଡରେ ଆସୁଥିବା ବାଧାକୁ ଦେଖ୍ ଇରାନ ଦୂତାବାସ ଲୋକଙ୍କୁ ବର୍ତ୍ତମାନ ଡିଜିଟାଲ ପେମେଣ୍ଟ ନକରିବାର ଅପିଲ କରିଛନ୍ତି। ଦୂତାବାସ କହିଛି ଯେଉଁ ଲୋକ ଏହି ସଙ୍କଟ ସମୟରେ ଇରାନର ସହାୟତା କରିବାକୁ ଚାହୁଁଛନ୍ତି। ସେମାନେ ନୂଆଦିଲ୍ଲୀ ସ୍ଥିତ ଦୂତାବାସ ଆସି ନଗଦ ଟଙ୍କାରେ ନିଜର ସହଯୋଗ ଜମା କରିପାରନ୍ତି।
ଏହି ସାହାଯ୍ୟ ଏଭଳି ସମୟରେ ପଠାଯାଇଛି ଯେତେବେଳେ ଇରାନ-ଇସ୍ରାଏଲ ଭିତରେ ବିବାଦ ଚରମ ସୀମାରେ ଥାଏ। ନିକଟରେ ଇସ୍ରାଏଲ ଆକ୍ରମଣରେ ଅଲ୍ଲି ଲାରିଜାନି ଓ ତାଙ୍କ ପୁଅର ମୃତ୍ୟୁ ପରେ ଏହି କ୍ଷେତ୍ରରେ ସ୍ଥିତି ଆହୁରି ବିସ୍ଫୋରକ ହୋଇଯାଇଛି। ଏଭଳି ଚ୍ୟାଲେଞ୍ଜି ସମୟରେ ଏହି ମେଡିକାଲ ସହଯୋଗ ନା କେବଳ କୁଟନୈତିକ ବଂର ମାନବୀୟ ଦୃଷ୍ଟିକୋଣରୁ ମଧ୍ୟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ବୋଲି ମନେକରାଯାଉଛି।