ପଡ଼ାର କୁସୁନପୁରରେ ଉଦ୍ଘାଟିତ ହେଲା ସିଏସଆଇଆର ‘ସ୍ମାର୍ଟ ଭିଲେଜ’ କେନ୍ଦ୍ରାପଡ଼ାର

Mar 19, 2026 - 09:58
 6
ପଡ଼ାର କୁସୁନପୁରରେ ଉଦ୍ଘାଟିତ ହେଲା ସିଏସଆଇଆର ‘ସ୍ମାର୍ଟ ଭିଲେଜ’ କେନ୍ଦ୍ରାପଡ଼ାର

ପଡ଼ାର କୁସୁନପୁରରେ ଉଦ୍ଘାଟିତ ହେଲା ସିଏସଆଇଆର ‘ସ୍ମାର୍ଟ ଭିଲେଜ’ କେନ୍ଦ୍ରାପଡ଼ାର

ଏହି ପଦକ୍ଷେ କ୍ଷେପ ବୈଷୟିକ ଜ୍ଞାନକୌଶଳ-ଚାଳିତ ଏବଂ ସ୍ଥାୟୀ ଗ୍ରାମୀଣ ବିକାଶକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ

ପ୍ରଫେସର ପ୍ରଦୀପ କୁମାର ରାମନଚାର୍ଲାଙ୍କ ନେତୃତ୍ବରେ ସିଏସଆଇଆର-କେନ୍ଦ୍ରୀୟ ଭବନ ଅନୁସନ୍ଧାନ ପ୍ରତିଷ୍ଠାନ, ରୁର୍କୀ ଦ୍ବାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜନଗର ବ୍ଲକର କୁସୁନପୁର ଗ୍ରାମରେ ଆଜି 'ସିଏସଆଇଆର ସ୍ମାର୍ଟ ଭିଲେଜ' ଉଦଘାଟିତ ହୋଇଛି । ଏହା ଗ୍ରାମୀଣ ସମୁଦାୟ ନକଟରେ ବୈଜ୍ଞାନିକ ଉଦ୍ଭାବନ ଏବଂ ବ୍ୟବହାରିକ ସମାଧାନ ପହଂଚାଇବା ପାଇଁ ଏକ ଗୁରୁତ୍ତ୍ବପୂର୍ଣ୍ଣ ପଦକ୍ଷେପ.

ବୈଷୟିକ ଜ୍ଞାନକୌଶଳ-ଚାଳିତ ଏବଂ ସ୍ଥାୟୀ ଗ୍ରାମୀଣ ବିକାଶକୁ ପ୍ରୋତ୍ସାହିତ କରିବା ଦିଗରେ ଏହି ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଦୃଢ ମତ ପୋଷଣ କଟାଯାଇଛି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଅନୁସନ୍ଧାନ ପ୍ରତିଷ୍ଠାନ, ସ୍ଥାନୀୟ ପ୍ରଶାସନ ଏବଂ କାର୍ଯ୍ୟାନ୍ଵୟନ କରୁଥିବା ସ‌ହଯୋଗୀଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରି ଗ୍ରାମୀଣ ସମୁଦାୟ ନିକଟକୁ ବୈଜ୍ଞାନିକ ଉଦ୍ଭାବନ ଏବଂ ବ୍ୟାବହାରିକ ସମାଧାନ ପହଞ୍ଚାଇବା।

ଏହି କାର୍ଯ୍ୟକ୍ରମରେ ବୈଜ୍ଞାନିକ ଏବଂ ଶିଳ୍ପ ଅନୁସନ୍ଧାନ ବିଭାଗର ସଚିବ ତଥା ସିଏସଆଇଆରର ମହାନିର୍ଦ୍ଦେଶକ ଡକ୍ଟର ଏନ୍. କଲାଇସେଲଭି ମୁଖ୍ୟ ଅତିଥ୍‌ ଭାବେ ଭଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରଘୁରାମ ଆର, ଆୟର, ସହଭାଗୀ ସିଏସଆଇଆର ପ୍ରୟୋଗଶାଳାର ବରିଷ୍ଠ ବୈଜ୍ଞାନିକ ଏବଂ ପ୍ରାତିଷ୍ଠାନିକ ପ୍ରତିନିଧୂମାନଙ୍କ ସହ ଉପସ୍ଥିତ ଥିଲେ।

ପ୍ରଫେସର ପ୍ରଦୀପ କୁମାର ରାମନଚାର୍ଲାଙ୍କ ନେତୃତ୍ୱରେ ରୁର୍କି ସ୍ଥିତ ସିଏସଆଇଆର-କେନ୍ଦ୍ରୀୟ ଭବନ ଅନୁସନ୍ଧାନ ପ୍ରତିଷ୍ଠାନ ଦ୍ବାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଏଥିରେ ସିଏସଆଇଆର- ସିଆଇଏମଏପି, ସିଏସଆଇଆର -ଆଇଏଚବିଟି, ସିଏସଆଇଆର-ସିଇଇଆରଆଇ, ସିଏସଆଇଆର -ଆଇଆଇସିଟି, ସିଏସଆଇଆର-ସିଏମଇଆରଆଇ, ସିଏସଆଇଆର-ଏସଇଆରସି, ସିଏସଆଇଆର-ନିରି ସିଏସଆଇଆର-ଏଏମପିଆରଆଇ, ସିଏସଆଇଆର-ସିଏଲଆରଆଇ, ସିଏସଆଇଆର-ଏନଜିଆରଆଇ, ସିଏସଆଇଆର-ସିଏସଆଇଓ, ସିଏସଆଇଆର-ସିଆରଆରଆଇ, ସିଏସଆଇଆର-ସିଏଫଟିଆରଆଇ, ଏବଂ ସିଏସଆଇଆର-ଆଇଏମଏମଟି ଭଳି ଅଂଶଗ୍ରହଣକାରୀ ପ୍ରୟୋଗଶାଳାର ନିର୍ଦ୍ଦେଶକମାନେ ସାମିଲ ଥିଲେ।

ଓଡ଼ିଶା ସରକାରଙ୍କ ପ୍ରଶାସନିକ ଅଧିକାରୀ ଏବଂ ପ୍ରକଳ୍ପ କାର୍ଯ୍ୟାନ୍ଵୟନ ସହଯୋଗୀ 'ବାଲ ରକ୍ଷା ଭାରତ' (ସେଭ୍ ଦି ଚିଲ୍‌ଡ୍ରେନ୍ ଇଣ୍ଡିଆ) ର ସିଇଓ ଶ୍ରୀ ଶାନୁନୁ ଚକ୍ରବର୍ତ୍ତୀ ଏବଂ 'ନେଚର୍ସ କ୍ଲବ'ର ସଚିବ ଶ୍ରୀ ମଧୁସ୍ମିତ ପତିଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥ୍‌ ଭାବରେ ସିଏସଆଇଆର-ଆଇଏମଏମଟି, ଭୁବନେଶ୍ବରର ନିର୍ଦ୍ଦେଶକ ଡକ୍ଟର ରାମାନୁଜ ନାରାୟଣ ଉପସ୍ଥିତ ଥିଲେ। ଏଥିସହ ଅନେକ ସିଏସଆଇଆର ପ୍ରୟୋଗଶାଳାର ବୈଜ୍ଞାନିକ ଏବଂ ବୈଷୟିକ କର୍ମଚାରୀ, ଓଡ଼ିଶା ସରକାରଙ୍କ ଅଧିକାରୀ, ପ୍ରକଳ୍ପ କାର୍ଯ୍ୟାନ୍ଵୟନ ସହଯୋଗୀ ସଂସ୍ଥାର ପ୍ରତିନିଧ୍ବ କର୍ପୋରେଟ୍ ଏବଂ ଶିଳ୍ପ କ୍ଷେତ୍ରର ସଦସ୍ୟ ଏବଂ କୁସୁନପୁର ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହି ଉଦଘାଟନୀ ସମାରୋହ ଅବସରରେ, ବିଭିନ୍ନ ସିଏସଆଇଆର ପ୍ରୟୋଗଶାଳାରୁ ଗ୍ରାମରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରସ୍ତାବିତ ପ୍ରଯୁକ୍ତିବିଦ୍ୟାଗୁଡ଼ିକୁ ପ୍ରଦର୍ଶନ କରିବା ପାଇଁ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଏହା ସହିତ କୁସୁନପୁର ସ୍ମାର୍ଟ ଭିଲେଜ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଉନ୍ମୋଚିତ ହୋଇଥିଲା।

ଏହି ପଦକ୍ଷେପ ଗ୍ରାମୀଣ ଭିତ୍ତିଭୂମି, ଜୀବିକା, ପରିବେଶ ସ୍ଥାୟୀତ୍ବ ଏବଂ ଅତ୍ୟାବଶ୍ୟକ ସେବାର ସୁବିଧାକୁ ମଜବୁତ କରିବା ପାଇଁ ପ୍ରସ୍ତୁତ କରାଯାଇଥ‌ିବା ଅଭିନବ ପ୍ରଯୁକ୍ତିବିଦ୍ୟାଗୁଡ଼ିକୁ ପ୍ରଦର୍ଶିତ କରେ। ବିଜ୍ଞାନ, ଉଦ୍ଭାବନ ଏବଂ ଗୋଷ୍ଠୀଗତ ଅଂଶଗ୍ରହଣକୁ ଏକତ୍ରିତ କରି ସିଏସଆଇଆର ସ୍ମାର୍ଟ ଭିଲେଜ ପଦକ୍ଷେପ ଏକ ସ୍ଥିତିସ୍ଥାପକ ଏବଂ ଅନୁର୍ଭୁକ୍ତ ଗ୍ରାମୀଣ ବିକାଶ ପାଇଁ ଏକ ଅନୁକରଣୀୟ ମଡେଲ୍ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖୁଛି।