ଏଆଇ ଦାୟିତ୍ବବୋଧ ସଂକଳ୍ପରେ ଭାରତର ବିଶ୍ବରେକର୍ଡ.
ଏଆଇ ଦାୟିତ୍ବବୋଧ ସଂକଳ୍ପରେ ଭାରତର ବିଶ୍ବରେକର୍ଡ
୨୪ ଘଣ୍ଟାରେ ୨.୫ ଲକ୍ଷ ସଂକଳ୍ପ
ସାଧାରଣ ନୂଆଦିଲ୍ଲୀ: ଲ୍ଲୀ: ଦାୟିତ୍ଵପୂର୍ଣ୍ଣ ଭାବେ କୃତ୍ରିମ ବୁଦ୍ଧିମତ୍ତାକୁ ବ୍ୟବହାର କରିବା ପାଇଁ ଭାରତ ସଂକଳୁ ନେଇଛି। ଏହା କୌଣସି ଣ ଘଟଣା ନୁହେଁ ବରଂ ସାରା ବିଶ୍ବରେ ଏଥିଲାଗି ଭାରତ ଏକ କିର୍ଷିମାନ ସ୍ଥାପନ କରିଛି। ଏ ବିଷୟରେ ଘୋଷଣା କରିଛନ୍ତି । କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ। ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ ଠାରେ ଚାଲିଥିବା 'ଇ 'ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬'ରେ ଏହି ଘୋଷଣା କରିଛନ୍ତି ଶ୍ରୀ ବୈଷ୍ଣବ।
ସେ କହି ନହିଛନ୍ତି, “୨୪ ଘଣ୍ଟା ମଧ୍ୟରେ ଏକ ଏଆଇ ଦାୟିତ୍ୱବୋଧ ଅଭିଯାନ ପାଇଁ ସର୍ବାଧିକ ଶପଥ ଗ୍ରହଣ" କ୍ଷେତ୍ରରେ ଭାରତ ସଫଳତା ନତାର ସହ ଗିନିଜ୍ ୱାର୍ଲ୍ସ ରେକର୍ଡ ଟାଇଟଲ୍ ହାସଲ କରିଛି। ଫେବୃଆରୀ ୧୬-୧୭ ତାରିଖ ମଧ୍ୟରେ ଏହି ୨୪ ଘଣ୍ଟା ମଧ୍ୟରେ ମୋଟ ୨୫୦,୯୪୬ଟି ବୈଧ ଶପଥ ଗ୍ରହଣ କରାଯାଇଛି।
ଏହି ସମୟରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସଚିବ ଶ୍ରୀ ଏସ୍. କୃଷ୍ଣନ; ଅତିରିକ୍ତ ସଚିବ, ଇଣ୍ଡିଆ ଏଆଇ ମିଶନର ସିଇଓ ତଥା ଏନଆଇସିର ମହାନିର୍ଦ୍ଦେଶକ ଶ୍ରୀ ଅଭିଷେକ ସିଂ; ଇଣ୍ଡିଆ ଏଆଇ ର ସିଓଓ ସୁଶ୍ରୀ କବିତା ଭାଟିଆ; ଇଣ୍ଟେଲ୍ର ସେଣ୍ଟ୍ରାଲ୍ ଇଞ୍ଜିନିୟରିଂ ଗ୍ରୁପ୍ର ଏସଭିପି ତଥା ଜିଏମ୍ ଶ୍ରୀ ଶ୍ରୀନିବାସନ୍ ଆୟଙ୍ଗର ପ୍ରମୁଖ ଉପସ୍ଥିତ ଥୂଲେ। ଗିନିଜ୍ ୱାର୍ଲ୍ସ ରେକର୍ଡର ବିଚାରକ ଶ୍ରୀ ପ୍ରବୀଣ ପଟେଲ ପଟେଲ ଏହି ସଫଳତାର ଆଧ୍କାରିକ ଭାବେ ଯାଞ୍ଚ କରିଥିଲେ ।
ଫେବୃଆରୀ ୧୬ରେ ଇଣ୍ଟେଲ୍ ଇଣ୍ଡିଆ ସହଯୋଗରେ ଇଣ୍ଡିଆ ଏଆଇ ମିଶନ ଅଧୀନରେ ଏହି ଉଦ୍ୟମ ଆରମ୍ଭ ହୋଇଥିଲା । ଏହି ଦେଶବ୍ୟାପୀ ,ଆଇ ଦାୟିତ୍ବବୋଧ ଶପଥ ଅଭିଯାନ ପାଇଁ ଏକ ଉତ୍ସର୍ଗୀକୃତ ପୋର୍ଟାଲ aipledge.indiaai.gov.in ବ୍ୟବହାର କରାଯାଇଥିଲା। ଏହା ମାଧ୍ୟମରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ନୈତିକ, ଅନୁର୍ଭୁକ୍ତିକରଣ ଏବଂ ଦାୟିତ୍ବପୂର୍ଣ୍ଣ ବ୍ୟବହାର ପାଇଁ ପ୍ରତିବଦ୍ଧ ହେବାକୁ ଦେଶର ନାଗରିକମାନଙ୍କୁ ଏକତ୍ରିତ କରିବାକୁ ଉଦ୍ୟମ କରାଯାଇଥିଲା। ଏହି ପଦକ୍ଷେପ ସିଦ୍ଧାନ୍ତ ଆଧାରିତ ପ୍ରଶ୍ନ ମାଧ୍ଯମରେ ଡାଟା ଗୋପନୀୟତା, ଉତ୍ତରଦାୟିତ୍ବ, ସ୍ବଚ୍ଛତା ଏବଂ ଭୁଲ୍ ସୂଚନା ବିରୁଦ୍ଧରେ ଲଢ଼େଇ ଭଳି ପ୍ରମୁଖ ନୀତିଗୁଡିକ ଉପରେ ଚିନ୍ତା କରିବାକୁ ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିଥିଲା। ଏହି ସଂକଳ୍ପ ଦ୍ବାରା ଦ୍ବାରା ଏକ ବିଶ୍ବାସଯୋଗ୍ୟ ଏବଂ ମାନବ-କୈନ୍ଦ୍ରିକ ଏଆଇଁ ବାତାବରଣ ଗଠନ ପାଇଁ ଭାରତର ସଂକଳ୍ପ ସୁଦୃଢ଼ ହୋଇଛି। ଶପଥ ପୂ କରିଥିବା ଅଂଶଗ୍ରହଣକାରୀମାନଙ୍କୁ ଏକ ଡିଜିଟାଲ୍ ବ୍ୟାଜ୍ ଏବଂ ଏଆଇ ଶିକ୍ଷା ପାଇଁ ସୁବିଧା ପ୍ରଦାନ କରାଯାଇଛି। ପୂରଣ
ଗଣମାଧ୍ଯମକୁ ସମ୍ବୋଧୂତ କରି ଶ୍ରୀ ଶ୍ରୀ ବୈଷ୍ଣବ ଏଆଇର ଦାୟିତ୍ଵପୂର୍ଣ ଏବଂ ନୈତିକ ବ୍ୟବହାରରେ ଯୁବପିଢ଼ିଙ୍କୁ ସାମିଲ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଵ ମାଦୀଙ୍କ ଦୂରଦୃଷ୍ଟିର ପ୍ରଶଂସା କରିଛନ୍ତି। "ତାଙ୍କର ଦୂରଦୃଷ୍ଟି ହିଁ ଆମକୁ କଲେଜଗୁଡିକରେ ଝିବାକୁ, ଅଧ୍ୟାପକମାନଙ୍କ ନଙ୍କ ସହ ଆଲୋଚନା କରିବାକୁ ଏବଂ ଛାତ୍ରଛାତ୍ରୀମାନଙ୍କୁ ସମାଜର ମଙ୍ଗଳ ପାଇଁ ଏଆଇକୁ ଏକ ମାଧ୍ୟମ ଭାବରେ ବ୍ୟବହାର କରିବାକୁ ଶପଥ ନେବା ପାଇଁ ଉତ୍ସାହିତ କରିଛି।”
ଏହି ଶପଥ ନେଇଥିବା ୨୫୦,୦୦୦ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍ବତନ୍ତ୍ର କରତାଳି ପାଇଁ ସେ ଉପସ୍ଥିତ ଜନତାଙ୍କୁ ଅନୁରୋଧ କରିଥିଲେ। “ଦେଶ ପାଇଁ ଏହା ପ୍ରକୃତରେ ଏକ ଗର୍ବର ଦିନ। ରାଷ୍ଟ୍ର ଏହି ଦିଗରେ ଆଗକୁ ବଢ଼ିବା ଉଚିତ୍ - ଏପରି ଏକ ଭବିଷ୍ୟତ ଯେଉଁଠାରେ ଏଆଇକୁ ଦାୟିତ୍ବବୋଧର ସହିତ ଆପଣାଯିବ” ବୋଲି ସେ କହିଛନ୍ତି।
ମନ୍ତ୍ରୀ ଏହା ମଧ୍ୟ ସୂଚାଇଛନ୍ତି ଯେ, ଏହା ଏକ ରେକର୍ଡ ସୃଷ୍ଟିକାରୀ ଅଂଶଗ୍ରହଣ। ପ୍ରାରମ୍ଭିକ ଭାବେ ଏଥିଲାଗି ମାତ୍ର ୫,୦୦୦ ଶପଥ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏବେ ଦାୟିତ୍ଵପୂର୍ଣ୍ଣ ଭାବେ ଏଆଇ ଗ୍ରହଣ କରିବା ଦିଗରେ ଜନସାଧାରଣଙ୍କ ଦୃଢ଼ ଯୋଗଦାନ ଏବଂ ବଢ଼ୁଥିବା ସଚେତନତାକୁ ପ୍ରତିଫଳିତ କରୁଛି। ସେ କହିଛନ୍ତି ଯେ ଏହି ଅଭିଯାନ ନାଗରିକଙ୍କ ନେତୃତ୍ବରେ ଡିଜିଟାଲ୍ ଦାୟିତ୍ବବୋଧ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ଏବଂ ଅନୁର୍ଭୁକ୍ତିକରଣ, ନୈତିକତା ତଥା ଜନସାଧାରଣଙ୍କ ବିଶ୍ବାସ ଉପରେ ଧ୍ୟାନ ଦେଇ ବିଶ୍ବସ୍ତରୀୟ ଏଆଇ ଆଲୋଚନାକୁ ରୂପ ଦେବା ପାଇଁ ଭାରତର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରୁଛି।