ରାଞ୍ଚି ଦୂରଦର୍ଶନ କେନ୍ଦ୍ରରେ 'ବିକଶିତ ଭାରତ ୨୦୪୭ ’ ଉପରେ ଆଲୋଚନା
ରାଞ୍ଚି ଦୂରଦର୍ଶନ କେନ୍ଦ୍ରରେ 'ବିକଶିତ ଭାରତ ୨୦୪୭ ’ ଉପରେ ଆଲୋଚନା
ରାଞ୍ଚି, ୧୮/୦୨/୨୦୨୬ : ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ପ୍ରେସ୍ ଇନଫରମେସନ୍ ବ୍ୟୁରୋ ରାଞ୍ଚି ଓ ଭୁବନେଶ୍ବରର ଅତିରିକୁ ମହାନିର୍ଦ୍ଦେଶକ ଶ୍ରୀ ଅଖେଳ କୁମାର ମିଶ୍ର ରାଞ୍ଚିକୁ ତାଙ୍କର ତିନି ଦିନିଆ ଗସ୍ତରେ ଯାଇ ଆଜି ରାଞ୍ଚି ଦୂରଦର୍ଶନ କେନ୍ଦ୍ର ପରିଦର୍ଶନ କରିଛନ୍ତି ।
ଏହି ଅବସରରେ ସେ ୨୦୪୭ ମସିହା ସୁଦ୍ଧା ଏକ ବିକଶିତ ଭାରତର ଲକ୍ଷ୍ୟ ସମ୍ପର୍କରେ ଦୂରଦର୍ଶନ କେନ୍ଦ୍ରର ଅଧୂକାରୀ ଏବଂ କର୍ମଚାରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଏକ ବିକଶିତ ଭାରତର ସଂକଳ୍ପକୁ ସାକାର କରିବାରେ ଯୁବକମାନଙ୍କ ସକ୍ରିୟ ଅଂଶଗ୍ରହଣ ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ ଯେ ପରିବର୍ଷିତ ବିଶ୍ବ ପରିଦୃଶ୍ୟରେ ପ୍ରଯୁକ୍ତି ଏବଂ ଆର୍ଟିଫିସିଆଲ ଷ୍ଟେଲିଜେନ୍ସ (ଏଆଇ) ସହିତ ସମନ୍ବୟ ଅତ୍ୟନ୍ତ ଜରୁରୀ ।
ଆଲୋଚ ରାଚନା ସମୟରେ ଅଧୂକାରୀ ଏବଂ କର୍ମଚାରୀମାନେ ବିଭିନ୍ନ ବିଷୟ ଉପରେ ପ୍ରଶ୍ନୋତ୍ତର ମାଧ୍ୟମରେ ସେମାନଙ୍କ ସଂଶୟ ଦୂର କରିଥ୍ ରିଥିଲେ । ସେ ଗଣ ଯୋଗାଯୋଗରେ ଦୂରଦର୍ଶନ, ପ୍ରେସ୍ ଇନଫରମେସନ୍ ବ୍ୟୁରୋ ଏବଂ ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ କମ୍ୟୁନିକେସନ୍ କେସନ୍ ର କାର୍ଯ୍ୟକାରିତା, ଉଦ୍ଦେଶ୍ୟ ଏବଂ ଭୂମିକା ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ଭାରତ ରେ ସୂଚନା ପ୍ରସାରଣର ଐତିହାସିକ ବିବର୍ତ୍ତନ ଏବଂ ପରିବର୍ଷିତ ର୍ଶିତ ଦିଗ ଉ ଉପରେ ଆଲୋଚନା କରି ସେ ଦର୍ଶାଇଥିଲେ ଯେ ଟେକ୍ନୋଲୋଜିର ସଂଯୋଜନ ସୂଚନାର ପ୍ରସାରକୁ ଅଧୂକ ସଠିକ୍, ଦ୍ରୁତ ଏବଂ ପ୍ରଭାବଶାଳୀ କରିଛି।
ମିଥ୍ୟା ସୂଚନାର କ୍ରମବର୍ଦ୍ଧିଷ୍ଣୁ ଆହ୍ବାନ ବିଷୟରେ ଉଲ୍ଲେଖ କରି ସେ ବିଶ୍ବସନୀୟ ଏବଂ ପ୍ରାମାଣିକ ସୂଚନା ପ୍ରଦାନ କରିବାରେ ପ୍ରେସ୍ ଫରମେସନ୍ ବ୍ୟୁରୋରି ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ର ର୍ଯ୍ୟକ୍ରମ ସମୟରେ ଗଣମାଧ୍ୟମ ଏବଂ ଯାଗାଯୋଗ କ୍ଷେତ୍ରରେ ବୈଷୟିକ ପରିବର୍ତ୍ତନର ପ୍ରଭାବ, ସୂଚନା ବ୍ୟବସ୍ଥାର ବିଶ୍ବସନୀୟତା ଏବଂ ଗଣ ଯୋଗାଯୋଗର ପରିବର୍ଷିତ ଦିଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।
ଏହି ଆଲୋଚନା ଅଧୂକାରୀ ଏବଂ କର୍ମଚାରୀଙ୍କ ପାଇଁ ପ୍ରେରଣାଦାୟୀ ଥିଲା। ଏହି ଅବସରରେ ଦୂରଦର୍ଶନର ସମାଚାର ସମ୍ପାଦକ ଶ୍ରୀ ଗୌରବ ପୁଷ୍କର, ଝାଡ଼ଖଣ୍ଡର ଦୂରଦର୍ଶନ ସମ୍ବାଦ ବିଭାଗର ମୁଖ୍ୟ ତଥା ସହକାରୀ ନିର୍ଦ୍ଦେଶକ ଶ୍ରୀ ଦିବାକର କୁମାର, ପିଆଇବି ରାଞ୍ଚିର କାର୍ଯ୍ୟାଳୟ ମୁଖ୍ୟ ଶ୍ରୀ ରାଜେଶ ସିହ୍ନା, ସୂଚନା ସହାୟକ ଶ୍ରୀ ପ୍ରିନ୍ସ କୁମାରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।