ଏକ ଆଇନ ସମଗ୍ର ଭାରତ ବର୍ଷ ପାଇଁ ଲାଗୁ ହେବା ଦରକାର
ମୁଖ୍ୟ ବିଚାରପତି ବି ଆର ଗଭାଇ କହିଛନ୍ତି ଯେ ଯଦି ଏନସିଆର ସହରଗୁଡ଼ିକର ବାୟୁ ସଫା କରିବାର ଅଧୂକାର ଅଛି, ତେବେ ଅନ୍ୟ ସହରର ଲୋକମାନଙ୍କୁ କାହିଁକି ନୁହେଁ ? ଯାହା ନୀତି ତିଆରି ହେବା ଉଚିତ, ତାହା ସମଗ୍ର ଭାରତ ସ୍ତରରେ ହେବା ଉଚିତ।
ଆମେ କେବଳ ଦିଲ୍ଲୀ ପାଇଁ ନୀତି ତିଆରି କରିପାରିବୁ ନାହିଁ । ମୁଁ ଗତ ଶୀତ ଋତୁରେ ଅମୃତସର ଯାଇଥିଲି ଏବଂ ସେଠାରେ ପ୍ରଦୂଷଣ ଦିଲ୍ଲୀ ଅପେକ୍ଷା ଖରାପ ଥିଲା । ଯଦି ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ, ତେବେ ଏହାକୁ ସମଗ୍ର ଦେଶରେ ନିଷେଧ କରାଯିବା ଉଚିତ ।
ଦିଲ୍ଲୀ-ଏନସିଆର ଅଞ୍ଚଳରେ ବାଣ ବିକ୍ରୟ, ସଂରକ୍ଷଣ, ପରିବହନ ଏବଂ ଉତ୍ପାଦନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏପ୍ରିଲ ୩ ତାରିଖରେ ଦେଇଥିବା ଆଦେଶ ବିରୋଧରେ ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ମନ୍ଧବ୍ୟ ଦେଇଛନ୍ତି ।ଦିଲ୍ଲା