ଏମ୍‌ପିଇଡିଏର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ଶ୍ରୀ ପି. ଜବାହର (ଆଇଏଏସ୍)

May 27, 2026 - 22:22
 14
ଏମ୍‌ପିଇଡିଏର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ଶ୍ରୀ ପି. ଜବାହର (ଆଇଏଏସ୍)

ଏମ୍‌ପିଇଡିଏର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ଶ୍ରୀ ପି. ଜବାହର (ଆଇଏଏସ୍)

କୋଚି/କେରଳ,୨୭/୦୫/୨୦୨୬: ଶ୍ରୀ ପି. ଜବାହର, ଆଇଏଏସ୍ (ଏଜିଏମୟୁଟି କ୍ୟାଡର, ୨୦୦୭ ବ୍ୟାଚ୍) ସାମୁଦ୍ରିକ ଦ୍ରବ୍ୟ ରପ୍ତାନି

ଉନ୍ନୟନ କର୍ତ୍ତୃପକ୍ଷ (ଏମ୍‌ପିଇଡିଏ)ର ଅଧ୍ଯକ୍ଷ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏମ୍‌ପିଇଡିଏ ଭାରତ ସରକାରଙ୍କ ଅଧୀନରେ ଥ‌ିବା ଏକ ଶୀର୍ଷ ସଂସ୍ଥା, ଯାହା ଦେଶର ସାମୁଦ୍ରିକ ଉତ୍ପାଦ କ୍ଷେତ୍ରର ବିକାଶ ଏବଂ ସାମୁଦ୍ରିକ ଖାଦ୍ୟ ରପ୍ତାନି ପ୍ରୋତ୍ସାହନ ଦିଗରେ କାର୍ଯ୍ୟ କରୁଛି।

ଜଣେ ଅଭିଜ୍ଞ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧୂକାରୀ ଭାବେ ଶ୍ରୀ ଜବାହରଙ୍କର ଶିଳ୍ପ, ବାଣିଜ୍ୟ, ଶିକ୍ଷା, ନିର୍ବାଚନ ପ୍ରଶାସନ, ଦୀର୍ଘସ୍ଥାୟୀ ବିକାଶ ଏବଂ ସୁଶାସନ କ୍ଷେତ୍ରରେ ବ୍ୟାପକ ପ୍ରଶାସନିକ ଅଭିଜ୍ଞତା ରହିଛି।

ଏମ୍‌ପିଇଡିଏର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ ପୂର୍ବରୁ ସେ ପୁଡୁଚେରୀ ସରକାରର ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ କମିଶନର-ତଥା-ସଚିବ ଭାବେ କାର୍ଯ୍ୟରତ ଥିଲେ। ସେହି ସମୟରେ ସେ ଶିଳ୍ପ ଓ ବାଣିଜ୍ୟ, ଶିକ୍ଷା ଏବଂ ନିର୍ବାଚନ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗଗୁଡ଼ିକର ଦାୟିତ୍ବ ସଫଳତାର ସହ ପରିଚାଳନା କରିଥିଲେ।

ଶ୍ରୀ ପି. ଜବାହରଙ୍କର କୃଷି, ପରିବେଶ ବିଜ୍ଞାନ ଏବଂ ସହରୀ ବିକାଶ କ୍ଷେତ୍ରରେ ମଧ୍ୟ ବହୁମୁଖୀ ଶିକ୍ଷାଗତ ପୃଷ୍ଠଭୂମି ରହିଛି। ତାଙ୍କର ଶିକ୍ଷାଗତ ଯୋଗ୍ୟତା ଓଁ ପ୍ରଶାସନିକ ଅଭିଜ୍ଞତା ଭାରତର ସାମୁଦ୍ରିକ ଖାଦ୍ୟ କ୍ଷେତ୍ରର ସ୍ଥାୟୀ ଏବଂ ଦାୟିତ୍ବପୂର୍ଣ୍ଣ ବିକାଶ ଦିଗରେ ନୂତନ ଦିଶା ପ୍ରଦାନ କରିବ ବୋଲି ଆଶା କରାଯାଉଛି।

ତାଙ୍କ ନେତୃତ୍ୱରେ ଦୀର୍ଘସ୍ଥାୟୀ ମତ୍ସ୍ୟଚାଷ ଓ ଜଳକୃଷି ଭିତ୍ତିଭୂମିର ବିକାଶ, ମୂଲ୍ୟ ସଂଯୋଗ, ରପ୍ତାନି ପ୍ରତିଯୋଗିତା ବୃଦ୍ଧି, ପୁଞ୍ଜିନିବେଶ ଆକର୍ଷଣ ର୍ଷଣ ଏବଂ ଭାରତ ଭାରତୀୟ ସାମୁଦ୍ରିକ ଖାଦ୍ୟ ଉତ୍ପାଦ ପାଇଁ ବିଶ୍ବ ବଜାରର ସମ୍ପ୍ରସାରଣ ଦିଗରେ ପଦକ୍ଷେପଗୁଡ଼ିକ ଅଧୂକ ଗତିଶୀଳ ହେବ ବୋଲି ଆଶା କରାଯାଉ

ଏହା ସହି ସହିତ ମତ୍ସ୍ୟଚାଷ ଏବଂ ଜଳକୃଷି ମୂଲ୍ୟ ଲ୍ୟ ଶୃଙ୍ଖଳ ସହ ଜଡିତ ଅଂଶୀଦାରମାନଙ୍କ ପାଇଁ ସ୍ଥାୟୀତ୍ଵ, ଗୁଣବତ୍ତା ନିଶ୍ଚିତତା, ଟ୍ରେସେବିଲିଟି ଏବଂ ଜୀବିକା ସହାୟତାକୁ ସୁଦୃଢ଼ ଦୃଢ଼ କରିବା ସହ ବିଶ୍ବ ସାମୁଦ୍ରିକ ଖାଦ୍ୟ ବାଣିଜ୍ୟରେ ଭାରତର ସ୍ଥିତିକୁ ଆହୁରି ମଜବୁତ କରିବା ପାଇଁ ଏମ୍‌ମ୍ପିଇଡିଏ ନିଜ ପ୍ରୟାସକୁ ତ୍ବରାନ୍ବିତ କରିବ।