ଅଜଣା ମହିଳାଙ୍କ ମୃତ ଦେହ ଉଦ୍ଧାର

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଧୁବଲାବେଡ଼ା ଗ୍ରାମ ନିକଟରେ ଥିବା ଏକ ଶୁଖିଲା ନାଳରୁ ମିଳିଛି ଜଣେ ମହିଳାଙ୍କ ରକ୍ତାକ୍ତ ମୃତଦେହ । ତାଙ୍କ ପରିଚୟ ମିଳି ନାହିଁ। ତାଙ୍କ ବେକ କଟାଯାଇଛି। ମୁହଁରେ ମଧ୍ୟ ଆଘାତ ଲାଗିଛି। କେହି ହତ୍ୟା କରି ଏଠାରେ ଆଣି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।ପୁଲିସ ଘଟଣାର ତଦନ୍ତ କରୁଛି। ଧୁବଲାବେଡ଼ା ଗ୍ରାମର କିଛି ଲୋକ ସକାଳେ ଉକ୍ତ ନାଳ ଦେଇ ଯିବା ବେଳେ ମହିଳାଙ୍କ ମୃତଦେହଟିଏ ପଡ଼ିଥିବା ଦେଖିଥିଲେ। ସଙ୍ଗେ ସଙ୍ଗେ ସେମାନେ କୋଇଡ଼ା ଥାନା ପୁଲିସକୁ ଖବର ଦେଇଥିଲେ।ଖବର ପାଇ କୋଇଡ଼ା ଥାନା ଅଧିକାରୀ ମନୋରଞ୍ଜନ କୁମ୍ଭାରଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀମାନେ ସେଠାରେ ପହଞ୍ଚିଥିଲେ। ପୁଲିସ ଘଟଣାସ୍ଥଳରେ ଆବଶ୍ୟକ ସମସ୍ତ ଯାଞ୍ଚ କରିବା ପରେ ଶବଟିକୁ ଜବତ କରିଥିଲା

Mar 21, 2024 - 15:52
 3
ଅଜଣା ମହିଳାଙ୍କ ମୃତ ଦେହ ଉଦ୍ଧାର