ଐତିହାସିକ ଭବ୍ୟ ପରେଡ୍ ବା କାର୍ଣ୍ଣିଭାଲ୍ ଆୟୋଜନ ସହ ଆଜି ଠାରୁ ଗୋଆରେ ଆରମ୍ଭ ହୋଇଛି 59ମ ଭାରତ ଅର୍ନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)।

Nov 21, 2025 - 15:28
 3
ଐତିହାସିକ ଭବ୍ୟ ପରେଡ୍ ବା କାର୍ଣ୍ଣିଭାଲ୍ ଆୟୋଜନ ସହ ଆଜି ଠାରୁ ଗୋଆରେ ଆରମ୍ଭ ହୋଇଛି 59ମ ଭାରତ ଅର୍ନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)।

ଐତିହାସିକ ଭବ୍ୟ ପରେଡ୍ ବା କାର୍ଣ୍ଣିଭାଲ୍ ଆୟୋଜନ ସହ ଆଜି ଠାରୁ ଗୋଆରେ ଆରମ୍ଭ ହୋଇଛି 59ମ ଭାରତ ଅର୍ନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)। ଗୋଆର ରାଜରାସ୍ତା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଏବଂ ଚଳଚ୍ଚିତ୍ରର କାହାଣୀ ଉନ୍ମୋଚନର ମଞ୍ଚ ପାଲଟିଛି। ପ୍ରଥମ ଥର ପାଇଁ ପାରମ୍ପରିକ ଶୁଭାରମ୍ଭ ପରିବର୍ତ୍ତେ ଆଇଏଫଏଫଆଇ ଗୋଆର ଜନତାଙ୍କ ଗହଣରେ ଏବଂ ଏହାର ରାଜରାସ୍ତାରେ ଚିତ୍ତାକର୍ଷକ ଢଙ୍ଗରେ ଆରମ୍ଭହୋଇଛି। ଏହି ଚଳଚ୍ଚିତ୍ର ମହୋତ୍ସବର ଉଦଘାଟନୀ କାର୍ଯ୍ୟକ୍ରମ ଗୋଆ ଜନଜୀବନକୁ ସମ୍ପୂର୍ଣ୍ଣ ଜୀବନ୍ଧ କରି ଦେଇଛି ।

ଆଜିର ଭବ୍ୟ ଉଦଘାଟନୀ ସମାରୋହରେ ଏକ ସାହସିକ ପରିକଳ୍ପନା ସହିତ ଆରମ୍ଭ ହୋଇଛି । ଆଇଏଫଏଫଆଇ 2025 ଗୋଆର ପାଣାଜୀ ସହରକୁ ଏକ ବଡ଼ ଏବଂ ଜୀବନ୍ଧ କାନଭାସରେ ପରିଣତ କରି ଦେଇଥିଲା। ସହରରେ ଚଳଚ୍ଚିତ୍ର ଚମକ, ସାଂସ୍କୃତିକ ଗୌରବ ଏବଂ ଶାଶ୍ବତ କାହାଣୀର କୁହୁକ ଦେଖୁବାକୁ ମିଳିଛି। ଏଥୁରେ କଳାକାର, ସୃଜନଶୀଳ ପ୍ରତିଭା, ସିନେମାପ୍ରେମୀଙ୍କ ଉତ୍ସାହ ଗୋଆର ସଡ଼କକୁ ମନୋରଞ୍ଜନର ଉତ୍ସାହରେ ଭରି ଦେଇଥିଲା। ଗୋଆ ସୃଜନଶୀଳତାର ଏକ କରିଡରରେ ପରିଣତ ହୋଇଛି। ମହୋତ୍ସବର ଇତିହାସରେ ଏହି ଉଦଘାଟନୀ ଉତ୍ସବ ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ କରିଛି । ଆଇଏଫଏଫଆଇର ଚଳିତ ସଂସ୍କରଣ ଆସନ୍ଧା 28 ତାରିଖ ପର୍ଯ୍ୟନ୍ତ ଚାଲିବ ।

ମହୋତ୍ସବକୁ ଉଦଗାଟନ କରି ଗୋଆ ରାଜ୍ୟପାଳ ଶ୍ରୀ ପୁସାପତି ଅଶୋକ ଗଜପତି ରାଜୁ ଆଇଏଫଏଫଆଇର ବିଶ୍ୱସ୍ତରୀୟ ପ୍ରତିଷ୍ଠାକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଏହି ମହୋତ୍ସବ ସୃଜନଶୀଳ ଆଦାନପ୍ରଦାନ, ନୂତନ ସହଯୋଗ ଏବଂ ସିନେମା ଉତ୍କର୍ଷର ଉତ୍ସବ ପାଇଁ ଏକ ଅର୍ଥପୂର୍ଣ୍ଣ ମଞ୍ଚ ପାଲଟିଛି।

ଗୋଆର ଜାଗତିକ ଚରିତ୍ର, ସାଂସ୍କୃତିକ ସମୃଦ୍ଧି ଏବଂ ବିଶ୍ବସ୍ତରୀୟ ସମ୍ପର୍କ ସହିତ ଏଠାରେ ଚଳଚ୍ଚିତ୍ର ପ୍ରେମୀମାନେ ଏତେ ସଂଖ୍ୟାରେ ଏକତ୍ରିତ ହେବା ସ୍ବାଭାବିକ।

ସେ ଜୋର ଦେଇ କହିଛନ୍ତି, ଆଇଏଫଏଫଆଇ ସର୍ବଦା ଏକ ପାରମ୍ପରିକ ଚଳଚ୍ଚିତ୍ର ମହୋତ୍ସବର ସୀମା ଅତିକ୍ରମ କରିଆସିଛି । ସାରା ବିଶ୍ବର ଅଭିନବ ବିଚାର, କାହାଣୀ ଏବଂ ସୃଜନଶୀଳ ମସ୍ତିଷ୍କଙ୍କ ପାଇଁ ଏହା ଏକ ମିଳନ କ୍ଷେତ୍ର ଭାବରେ କାର୍ଯ୍ୟ କରିଥାଏ। ଏହି ମଞ୍ଚ ଯୁବ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ସମର୍ଥନ କରିବା ସ‌ହିତ ସିନେମା ପ୍ରତିଭାକୁ ସମ୍ମାନିତ କରେ ଏବଂ ଚଳଚ୍ଚିତ୍ର ଓ ସୃଜନଶୀଳ ଶିଳ୍ପର ଏକ ବିଶ୍ବ କେନ୍ଦ୍ର ଭାବରେ ଭାରତର ସ୍ଥିତିକୁ ସୁଦୃଢ଼ କରିଥାଏ।

ଗୋଆ ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ଧ ତାଙ୍କ ଭାଷଣରେ ଅନୁର୍ଜାତୀୟ ଚଳଚ୍ଚିତ୍ର ନିର୍ମାଣ ଗନ୍ଧବ୍ୟସୁଳ ଭାବରେ ଗୋଆର ପ୍ରଗତି ଉପରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି, ଗୋଆ ବିଶ୍ବସୁରୀୟ ଭିତ୍ତଭୂମି ସହିତ ପ୍ରସ୍ତୁତ ରହିଛି ରହିଛି ଏବଂ ଏବଂ ଏହି କାରଣରୁ ଏହା ଆଇଏଫଏଫଆଇରୁ । ସ୍ଥାୟୀ ସ୍ଥାୟୀ ଆୟୋଜନ ଆୟୋଜନ ଗ୍ରୁଳ ପାଲଟିଛି। ଆମର ପ୍ରାକୃତିକ ସୌନ୍ଦର୍ଯ୍ୟ ଚଳଚ୍ଚିତ୍ର ନିର୍ମାତାଙ୍କୁ ଆକର୍ଷିତ କରେ, କିନ୍ତୁ ଆମର ଦୃଢ଼ ନୀତିଗତ ସଂସ୍କାର ସେମାନଙ୍କୁ ପୁନର୍ବାର ଫେରି ଆସିବାକୁ ବାଧ୍ୟ କରିଥାଏ । ସେ ଆହୁରି କହିଛନ୍ତି, ଆଇଏଫଏଫଆଇ 2025 ସୃଜନଶୀଳତା ଏବଂ ପ୍ରଯୁକ୍ତିବିଦ୍ୟାର ସମନ୍ବୟ ବିଷୟବସ୍ତୁ ଉପରେ ଧ୍ୟାନ କେନ୍ଦ୍ରିତ କରିଛି । ଏହା ବିଶ୍ବ ସୃଜନଶୀଳ ବିପ୍ଳବରେ ଭାରତର ନେତୃତ୍ବକୁ ପ୍ରତିଫଳିତ କରୁଛି । ଆଇଏଫଏଫଆଇ ଭାରତୀୟ ପ୍ରତିଭାକୁ ବିଶ୍ବ ସମ୍ଭାବନା ସହିତ ଯୋଡ଼ିଛି । ଆମର ସ୍ବପ୍ନ ହେଉଛି ଗୋଆକୁ ଭାରତର ସୃଜନଶୀଳ କ୍ଷେତ୍ରର ରାଜଧାନୀ ରୂପେ ପ୍ରତିଷ୍ଠା କରିବା। ଗୋଆ ଆସି ନିଜର କାହାଣୀ କହିବା ଏବଂ ଚଳଚ୍ଚିତ୍ର ସୁଟିଂ କରିବାକୁ ସେ ସମସ୍ତଙ୍କୁ ଆମନ୍ତ୍ରଣ କରିଛନ୍ତି । ଗୋଆ ମୁଖ୍ୟମନ୍ତ୍ରୀ ଭାରତୀୟ ସିନେମାକୁ ଅଭୂତପୂର୍ବ ଅର୍ନ୍ତର୍ଜାତୀୟ ପ୍ରସିଦ୍ଧି ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିକୁ ଶ୍ରେୟ ଦେଇଥିଲେ । ସେ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଭାରତ ନିଜକୁ କାହାଣୀ ବର୍ଣ୍ଣନାର ଅଗ୍ରଣୀ ଶକ୍ତି ରୂପେ ପ୍ରତିଷ୍ଠିତ କରିପାରିଛି ।

ସମାବେଶକୁ ସମ୍ବୋଧୂତ କରି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନ କହିଛନ୍ତି, ଆଇଏଫଏଫଆଇ ପ୍ରତ୍ୟେକ ସଂସ୍କରଣ ସହିତ ଉନ୍ନତ ହେବାରେ ଲାଗିଛି। ପାରମ୍ପରିକ ଭାବରେ, ଏହି ମହୋତ୍ସବ ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଆରମ୍ଭ ହେଉଥୁଲା। ଚଳିତ ବର୍ଷ, ଏହା ଏକ ମହାନ ସାଂସ୍କୃତିକ କାର୍ନିଭାଲ୍ ଆୟୋଜନ ସହିତ ଏହାର ଶୁଭାରମ୍ଭ ହେଉଛି । ଏହା ଆମ ରାଜ୍ୟଗୁଡ଼ିକର ବିବିଧ ପରମ୍ପରାକୁ ପ୍ରଦର୍ଶିତ କରିଛି । ସେ ବିଷୟବସ୍ତୁ ସୃଜନଶୀଳତା ଏବଂ ସଂସ୍କୃତି ଦ୍ବାରା ପରିଚାଳିତ ଭାରତର ବନ୍ଧିତ ଅରେଞ୍ଜ ଇକୋନୋମୀ ବା ମନୋରଞ୍ଜନ ଅର୍ଥବ୍ୟବସ୍ଥା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ସ୍ମରଣ କରିଥିଲେ। ମୁମ୍ବାଇରେ ଅନୁଷ୍ଠିତ ବିଶ୍ବ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ (ୱେଭୃ) ଭଳି ପଦକ୍ଷେପ ଦେଶବ୍ୟାପୀ ଉଦୀୟମାନ ସୃଜନଶୀଳ ପ୍ରତିଭାକୁ ସଶକୁ କରୁଛି ବୋଲି ସେ ଉଲ୍ଲେଖ କରିଥିଲେ। କେନ୍ଦ୍ର ମନ୍ତ୍ରୀ ଗୋଆକୁ ଆଇଏଫଏଫଆଇର ସ୍ଥାୟୀ ଆୟୋଜନ ସ୍ଥଳୀ ରୂପେ ପ୍ରତିଷ୍ଠା କରିବାରେ ସ୍ବର୍ଗତଃ ଶ୍ରୀ ମନୋହର ପାରିକରଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ପାଇଁ ତାଙ୍କର ସ୍ମୃତିଚାରଣ କରିଥିଲେ।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଚଳିତ ସଂସ୍କରଣର ଅନନ୍ୟ ବୈଶିଷ୍ଟ୍ୟଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ପ୍ରଥମ ଥର ପାଇଁ ଆଇଏଫଏଫଆଇ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା ଏକ ମହାନ କାର୍ନିଭାଲ ସହିତ ଆରମ୍ଭ ହେଉଛି। ଏହି ସଂସ୍କରଣରେ ପ୍ରାୟ 80 ଟି ଦେଶର ପ୍ରତିନିଧୂତ୍ବ କରୁଥିବା ଚଳଚ୍ଚିତ୍ରଗୁଡ଼ିକ ପ୍ରଦର୍ଶିତ ହେବ ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବବୃହତ ସଂଗ୍ରହ। ଏଥିରେ ଅନେକ ଅନୁର୍ଜାତୀୟ ଏବଂ ବିଶ୍ବସ୍ତରୀୟ ପ୍ରିମିୟର ପ୍ରଦର୍ଶନ କରାଯିବ । ସେ ଏଆଇ ଫିଲ୍ମ ହାକାଥନ୍ ଏବଂ ସର୍ବବୃହତ ୱେଲ୍ସ ଫିଲ୍ମ ବଜାର ଭଳି ନୂତନ କାର୍ଯ୍ୟକ୍ରମ ନୂତନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ। ଏସବୁ କାର୍ଯ୍ୟକ୍ରମ ଆଇଏଫଏଫଆଇକୁ ଫଏଫଆଇକୁ ସୃଜନଶୀଳତା, ପ୍ରଯୁକ୍ତିବିଦ୍ୟା ଏବଂ ଶିଳ୍ପ ନବସୃଜନର ମହୋତ୍ସବ

ରୂପେ ସ୍ଥାନିତ କରିବ ବୋଲି ସଚିବ କହିଥିଲେ । ବିଶିଷ୍ଟ ଅଭିନେତା ନନ୍ଦମୁରୀ ବାଲକ୍ରିଷ୍ଣଙ୍କୁ ଚଳଚ୍ଚିତ୍ର କ୍ଷେତ୍ରରେ ତାଙ୍କର 50ଟି ଗୌରବମୟ ବର୍ଷ ଏବଂ ତେଲୁଗୁ ସିନେମାକୁ ସମୃଦ୍ଧ କରିବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା ।

ପରେଡରେ ଆନ୍ଧ୍ରପ୍ରଦେଶ, ହରିୟାଣା ଏବଂ ଗୋଆ ଭଳି ରାଜ୍ୟର ଅଭିନବ ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇଛି। ଆନ୍ଧ୍ରପ୍ରଦେଶର ପ୍ରଜ୍ଞାପନ ମେଢ଼ାରେ ବିଶାଖାପାଟଣାର ସ୍ଵର୍ଣ୍ଣିଭ ବେଳାଭୂମି, ଆରାକୁ ଉପତ୍ୟାକା ଏବଂ ଟଲିଉଡ଼ର ଚଳଚ୍ଚିତ୍ର ଦୁନିଆ ପ୍ରଦର୍ଶିତ ହୋ ହୋଇଛି। ସେହିପରି ହରିୟାଣାର ପ୍ରଜ୍ଞାପନ ମେଢ଼ରେ ଲୋକକଳା, ମଞ୍ଚ, ସଂସ୍କୃତି ଏବ ଏବଂ ଚଳଚ୍ଚିତ୍ର ଗୌରବ ପ୍ରଦର୍ଶିତ ହୋଇଛି। ଗୋଆ ଛି। ଗୋଆ ମେଢ଼ରେ ମହୋତ୍ସବର ଦୀର୍ଘକାଳୀନ ଆୟୋଜନ, ଶୋଭାଯାତ୍ରା, ବିଶ୍ବ ଚଳଚ୍ଚିତ୍ର ଦୁନିଆ ସହ ଏହାର ର ଚିରନ୍ଧନ ସର୍ମ ସମ୍ପର୍କ ପ୍ରଦର୍ଶିତ ହୋଇଛି 1

ସହିପରି ପରେଡରେ ବିଡି ବିଭିନ୍ନ ପ୍ରଯୋଜନା ସଂସ୍ଥାର ପ୍ରଜ୍ଞାପନ ମେଢ଼ ମଧ୍ୟ ଅଂଶଗ୍ରହଣ କରିଛି। ଅଖଣ୍ଡ 2, ରାମଚରଣଙ୍କ ପିତୃ, ମୈତ୍ରୀ ମୁଭି ମେକର୍ସ, ଜି ଷ୍ଟୁଡିଓ, ହୋମ୍ବାଲ ଫିଲ୍ମସ, ଓଡ଼ିଆ ଐତିହ୍ୟ ଚଳଚ୍ଚିତ୍ର ବିନ୍ଦୁସାଗର ସ୍ଥାନିତ ହୋଇ ହୋଇଛି। ସେହି ସେହିପରି ଅଲଟ୍ରା ମିଡିଆ ଗୁରୁ ଦତ୍ତଙ୍କୁ ଜନ୍ମଶତବାର୍ଷିକୀର ଶ୍ରଦ୍ଧାଞ୍ଜଳି ଜଣାଇଛି ଏନଏଫଡିସିର 50 ବର୍ଷ ପୂର୍ତି ପ୍ରଜ୍ଞାପନ ମେଢ଼ ମଧ୍ୟ ସ୍ଥାନ ପାଇଛି । ଏହାବ୍ୟତୀତ କେନ୍ଦ୍ରୀୟ ସଞ୍ଚାର ବ୍ୟୁରେ ବ୍ୟୁରୋର ''ଭାରତ ଏକ ସୁର୍‌'' ମେଢ଼ ମଧ୍ୟ ସମସ୍ତଙ୍କ ମନ ମୋହି ନେଇଛି। ଏଥିରେ ଭାଙ୍ଗଡ଼ା ଠାରୁ ଆରମ୍ଭ ଗରବା, ଲାବଣୀଠୁ ଆରମ୍ଭ କରି ଘୁମର, ବିହୁ ଠାରୁ ଆରମ୍ଭ କରି ଛଉ ଏବଂ ନଟି ପର୍ଯ୍ୟନ୍ତ 16 16ଟି ରାଜ୍ୟର ଶତାଧୂକ ଲୋକସଙ୍ଗୀତ ସ୍ନାନ ପାଇଛି । É । ଶତାଧୂକ କ କଳାକାର ର ଏସବୁ ଲୋ ଲୋକଗୀତ ଓ ସଙ୍ଗୀତ ପ୍ରଦର୍ଶିତ କରିଛନ୍ତି । ଉପସ୍ଥାପନ କରିଛି। ଚିତ୍ତାକର୍ଷକ ତ୍ରିରଙ୍ଗା ଆଲୋକମାଳ 1ଳା ଭାରତର ସାଂସ୍କୃତିକ ଐକ୍ୟକୁ ଉ

ଉଦଘାଟନୀ ସମାରୋହରେ କେନ୍ଦ୍ର ନୂତନ ଏବଂ ଅକ୍ଷୟ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀପଦ ୟଶୋ ନାୟକ, ବିଶିଷ୍ଟ ଅଭିନେତା ଅନୁପମ ଖେର, ମହୋତ୍ସବ ନି ନିର୍ଦ୍ଦେଶକ ଶେ ଶେଖର କପୁରଙ୍କ ସମେତ ବହୁ ଚଳଚ୍ଚିତ୍ର ନିର୍ମାତା, ସ୍ରଷ୍ଟା, ବିଶ୍ବ ଶିଳ୍ପପତି ଏବଂ ସିନେମାପ୍ରେମୀ ଅଂଶଗ୍ରହଣ କରିଥିଲେ।

ସୂଚନାଯୋଗ୍ୟ 1952 ମସିହାରୁ ଆୟୋଜିତ ହୋ ହୋଇ ଆସୁଥିବ ସୁଥିବା ଆଇଏ ଇଏଫଏଫଆଇ ଦକ୍ଷିଣ ଏସିଆର ସବୁଠୁ ପୁରୁଣା ଏବଂ ବଡ଼ ଚଳଚ୍ଚିତ୍ର ମହୋତ୍ସବ। ଏହାକୁ ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ (ଏମ (ଏନଏଫଡିସି), ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳ ଳୟ ଏବଂ ଗୋଆ ସରକାରଙ୍କ ଗୋଆ ମନୋରଞ୍ଜନ ସୋସାଇଟି ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଇଥାଏ ଥାଏ। ଏହି ଅବସରରେ ବିଭିନ୍ନ ଅନୁର୍ଜାତୀୟ ପ୍ରତିଯୋଗିତା, ସାଂସ୍କୃତିକ ପ୍ରଦର୍ଶନୀ, ଆଲୋଚନାଚକ୍ର, ଶ୍ରଦ୍ଧାଞ୍ଜଳି, ୱେଭୃ ଚଳଚ୍ଚିତ୍ର ଚିତ୍ର ବଜାର, ଚଳଚ୍ଚିତ୍ର ପ୍ରିମିୟର ଆଦି ସିନେମା ସହଁ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ।