ସିଲିଣ୍ଡର ବ୍ଲାଷ୍ଟ : ୫ ମୃତ
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଅଭାବନୀୟ ଘଟଣା । ସିଲିଣ୍ଡର ବ୍ଲାଷ୍ଟରୁ ୫ ଜଣଙ୍କ ମୃତ୍ୟୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମଙ୍ଗଳବାର ରାତି ପ୍ରାୟ ୧୦ଟାରେ କାକୋରୀ ଅଞ୍ଚଳରେ ରହୁଥିବା ମୁଶୀର ନାମକ ବ୍ୟକ୍ତିଙ୍କ ଘରେ ହଠାତ୍ ସର୍ଟ ସର୍କିଟ ହୋଇଥିଲା । ଏହାପରେ ସେଥିରୁ ନିଆଁ ଘର ସାରା ବ୍ୟାପିଯାଇଥିଲା । ଯେଉଁଥିପାଇଁ ପରିବାରର ୯ ସଦସ୍ୟ ପ୍ରଭାବିତ ହୋଇଥିଲେ । ଏହା ପରେ ସମସ୍ତଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଚାରିଜଣଙ୍କ ଅବସ୍ଥା ଗୁରୁତର ରହିଛି ।
