ଓଡ଼ିଶା ଅର୍ଥ ସେବା ଶିକ୍ଷା ନବିସଙ୍କ ରାଜ୍ୟ ସଂଗ୍ରହାଳୟ ପରିଦର୍ଶନ...

Mar 12, 2026 - 12:02
 12
ଓଡ଼ିଶା ଅର୍ଥ ସେବା ଶିକ୍ଷା ନବିସଙ୍କ ରାଜ୍ୟ ସଂଗ୍ରହାଳୟ ପରିଦର୍ଶନ...

ଓଡ଼ିଶା ଅର୍ଥ ସେବା ଶିକ୍ଷା ନବିସଙ୍କ ରାଜ୍ୟ ସଂଗ୍ରହାଳୟ ପରିଦର୍ଶନ...

ଓଡ଼ିଶା ଅର୍ଥ ସେବା ୨୦୨୩ ବ୍ୟାଚ୍‌ର ୫୪ଜଣ ଶିକ୍ଷା ନବିସ (Probationary Trainee Officers) ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିଦର୍ଶନରେ ଆସି ସଂଗ୍ରହାଳୟରେ ରହିଥିବା ବିଭିନ୍ନ ଗ୍ୟାଲେରୀ ବୁଲି ଦେଖିଛନ୍ତି।

ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ଼. ଭାରତୀ ପାଲ ସମସ୍ତ ଶିକ୍ଷା ନିବସମାନଙ୍କୁ ସ୍ୱାଗତ ଜଣାଇବା ସହ ସଂଗ୍ରହାଳୟରେ ଥିବା ପ୍ରତ୍ନତତ୍ତ୍ୱ, ତାଳପତ୍ର ପୋଥି, ଲିପିତତ୍ତ୍ୱ, ମୁଦ୍ରା, ଅସ୍ତ୍ରଶସ୍ତ୍ର, ଚାରୁ ଓ କାରୁକଳା, ଅନୁଭବ ଐତିହ୍ୟ ଗ୍ୟାଲେରୀ ଆଦିକୁ ବୁଲାଇ ଦେଖାଇଥିଲେ। 

ଏଥିସହ ଶିକ୍ଷା ନବିସମାନଙ୍କୁ ଓଡ଼ିଶାର ସମୃଦ୍ଧ ଇତିହାସ, ଐତିହ୍ୟ, ସାହିତ୍ୟ, କଳା ଓ ସଂସ୍କୃତି ସମ୍ବନ୍ଧରେ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଓଡ଼ିଶାର ପାଇକ ବିଦ୍ରୋହ ଏବଂ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରାପ୍ତ କରିବାର ଇତିହାସ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। 

ଓଡ଼ିଶା ଅର୍ଥ ସେବାର ଶିକ୍ଷା ନବିସମାନେ ରାଜ୍ୟ ସଂଗ୍ରହାଳୟରେ ଥିବା ସମସ୍ତ ଗ୍ୟାଲେରୀ ଗୁଡ଼ିକର ଭୂୟସୀ ପ୍ରଶଂସା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।