ଓଡ଼ିଶା ଲଳିତ କଳା ଏକାଡ଼େମୀ ଦ୍ବାରା ଆୟୋଜିତ ଦୁଇ ଦିନିଆ ଜାତୀୟ କଳା ସମ୍ମିଳନୀ କଳିଙ୍ଗ ଆର୍ଟ ଗ୍ୟାଲେରୀ ଠାରେ ଉଦଘାଟିତ
ଓଡ଼ିଶା ଲଳିତ କଳା ଏକାଡ଼େମୀ ଦ୍ବାରା ଆୟୋଜିତ ଦୁଇ ଦିନିଆ ଜାତୀୟ କଳା ସମ୍ମିଳନୀ କଳିଙ୍ଗ ଆର୍ଟ ଗ୍ୟାଲେରୀ ଠାରେ ଉଦଘାଟିତ
ଭୁବନେଶ୍ବର-୦୬.୦୩.୨୦୨୬ – ଓଡ଼ିଶା ଲଳିତ କଳା ଏକାଡ଼େମୀ (ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ) ଦ୍ବାରା ରାଜ୍ୟ ସଂଗ୍ରହାଳୟ ପରିସରରେ ଥିବା କଳିଙ୍ଗ ଆର୍ଟ ଗ୍ୟାଲେରୀ ଠାରେ ୨ ଦିନିଆ “ ଜାତୀୟ କଳା ସମ୍ମିଳନୀ-କ୍ୟାନଭାସ ପରେ : କଳାର ନୁଆ ପରିଚୟ-୨୦୩୬ ପରମ୍ପରା, ପ୍ରାଦ୍ୟୋଗିକ, ପରିବର୍ତ୍ତନ” ଶୀର୍ଷକ କଳାଚର୍ଚ୍ଚା ସ୍ଥାନୀୟ କଳିଙ୍ଗ ଆର୍ଟ ଗ୍ୟାଲେରୀ, ରାଜ୍ୟ ସଂଗ୍ରହାଳୟ ଠାରେ ଉଦଘାଟିତ ହୋଇଯାଇଛି ।
ଏହି ସମ୍ମିଳନୀକୁ ମୁଖ୍ୟ ଅତିଥ୍ ରୁପେ ଡ଼. ବିଜୟ କେତନ ଉପାଧ୍ୟାୟ, ଭା. ପ୍ର.ସେ., ଶାସନ ସଚିବ ତଥା ନିର୍ଦ୍ଦେଶକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗଙ୍କ ଯୋଗଦାନ ସହିତ ଶ୍ରୀଯୁକ୍ତ ଦେବ ପ୍ରସାଦ ଦାସ, ଓ.ପ୍ର.ସେ., ସ୍ବତନ୍ତ୍ର ଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସମ୍ମାନିତ ଅତିଥ୍ ଭାବରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ଡ଼. ଚନ୍ଦ୍ରଶେଖର ହୋତା, ଓ ବିଭାଗର ଉପ-ନିର୍ଦ୍ଦେଶିକା ତଥା ଓଡ଼ିଶା ଲଳିତ କଳା ଏକାଡ଼େମୀର ସଚିବ ଡ଼. ଦେବଯାନୀ ଭୁୟାଁ, ଓ.ପ୍ର.ସେ. ଏବଂ ମଞ୍ଚାସିନ ଅତିଥ୍ ଭାବରେ ଶ୍ରୀଯୁକ୍ତ ଅଶ୍ଵେତ ଚରଣ ଗଡନାୟକ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପ୍ରଦୀପ ପ୍ରଜ୍ଜ୍ଵଳନ ମାଧ୍ଯମରେ ଉଦଘାଟନ କରିଥିଲେ ଓ ପରିଶେଷରେ ଶ୍ରୀ ସୁନୀଲ କୁମାର ଡାକୁଆ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ସମ୍ମିଳନୀରେ ଓଡ଼ିଶାର ବିଭିନ୍ନ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅନେକ ଛାତ୍ର ଛାତ୍ରୀ ମାନେ ଯୋଗଦାନ କରିଥିଲେ । ଏହି ସମ୍ମିଳନୀରେ ଓଡ଼ିଶାର ପରମ୍ପରାକୁ ପ୍ରଯୁକ୍ତି ବିଦ୍ୟା ମାଧ୍ଯମରେ କଳା କ୍ଷେତ୍ରରେ ପ୍ରୟୋଗ ୟୋଗ କରି କିପରି ଏହାକୁ ଅଧିକ ସରସ, ସୁନ୍ଦର, ଲୋକାଭିମୁଖ୍ କରିହେବ ତଥା ନୂଆପିଢିର କଳାକରା ଏହାକୁ ନେଇ ସେମାନେ କିପରି ତାଙ୍କର କାର୍ଯ୍ୟଦକ୍ଷତାରେ ପ୍ରତିପାଦିତ କରିବେ ସେ ବିଷୟରେ ଅତିଥ୍ ମାନେ ମତ ପ୍ରକାଶ କରିଥିଲେ I
ଏହି ସମ୍ମିଳନୀରେ ଶ୍ରୀ ଯତୀନ ଦାସ, ପଦ୍ମ ବିଭୁଷଣ ପ୍ରାପ୍ତ, ଶ୍ରୀ ଅଦ୍ଵୈତ ଚରଣ ଗଡନାୟକ, ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ , ଡ଼. ଅଲେଖ ଚରଣ ସାହୁ, ଶ୍ରୀ ଜଗନ୍ନାଥ ପଣ୍ଡା, ଡ଼. ପ୍ରଦୋଷ ମିଶ୍ର, ଶ୍ରୀ ନାନକ ଗାଙ୍ଗୁଲି, 1 ଗ୍ୟାନେଶ୍ ମିଶ୍ର, ଶ୍ରୀ ଆର୍. ମୋହନ ସୁନ୍ଦରମ୍, ଶ୍ରୀ ରମାକାନ୍ତ ସାମନ୍ତରାୟ, ଶ୍ରୀ ସୁବ୍ରତ କୁମାର ମଲ୍ଲିକ, ଶ୍ରୀ ଦର୍ଶନ ଶତପଥୀ, (Al Expert) ଏବଂ ଶ୍ରୀ ସତ୍ୟ ପ୍ରକାଶ ମିଶ୍ର (IRC) ପ୍ରମୁଖ ଅନେକ ମାନ୍ୟଗଣ ବ୍ୟକ୍ତିବିଶେଷ ବରିଷ୍ଠ ଚିତ୍ରଶିଳ୍ପୀ ମାନେ ଅଂଶଗ୍ରହଣ କରି ସେମାନଙ୍କର ମୁଲ୍ୟବାନ ବକ୍ତବ୍ୟ ପ୍ରତିପାଦନ କରିବେ । ଏହି କାର୍ଯ୍ୟକ୍ରମଟି ୨ ଦିନ ବ୍ୟାପୀ ଅର୍ଥାତ୍ ତା-୦୬.୦୩.୨୦୨୬ ରିଖରୁ ତା-୦୭.୦୩.୨୦୨୬ ରିଖ ପର୍ଯ୍ୟନ୍ତ ଚାଲୁରହିବ । ଏହି ସମ୍ମିଳନୀରେ କଳାପ୍ରେମୀ ବ୍ୟକ୍ତିବିଶେଷ ଓ ଛାତ୍ର ଛାତ୍ରୀ ମାନଙ୍କୁ ଯୋଗଦେବାକୁ ଅନୁରୋଧ ।