ଓଡ଼ିଶା ସୂଚନା କମିଶନର ରେକର୍ଡ ସଂଖ୍ୟକ ଫଇସଲା
ଓଡ଼ିଶା ସୂଚନା କମିଶନର ରେକର୍ଡ ସଂଖ୍ୟକ ଫଇସଲା
ଦଶ ମାସରେ ୧୨୦୦୦ ମାମଲାର ନିଷ୍ପତି
ଭୁବନେଶ୍ବର ୨୬.୨.୨୦୨୬
ବିଗତ ଦଶ ମାସରେ ୧୨୯୨୮ଟି ମାମଲା ଫଇସଲା କରି ଓଡ଼ିଶା ସୂଚନା କମିଶନ ଏକ ଐତିହାସିକ ରେକର୍ଡ ହାସଲ କରିଛି। ବିଚାରାଧୀନ ମାମଲା ସଂଖ୍ୟା ୨୨୬୧୧ ରୁ ୯୬୮୩ କୁ ହ୍ରାସ ପାଇଛି । ନୂତନ ସରକାରଙ୍କ ଦ୍ବାରା ରାଜ୍ୟ ମୁଖ୍ୟ ସୂଚନା ଅଧୂକାରୀ ଏବଂ ତିନି ଜଣ ନୂତନ ସୂଚନା କମିଶନରଙ୍କ ନିଯୁକ୍ତି ପରେ ସୂଚନା କମିଶନର ଫଇସଲାର ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ଯରେ ଆବଶ୍ୟକ ସୂଚନା ପ୍ରଦାନକୁ ସୁନିଶ୍ଚିତ କରିବା ପାଇଁ କମିଶନ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ମାମଲାଗୁଡିକର ଦ୍ରୁତ ନିଷ୍ପତି ତଥା ଅନାବଶ୍ୟକ ସୁଗିତତା ଏଡାଇବା ଉପରେ ମଧ୍ଯ କମିଶନ ଧ୍ୟାନ ଦେଉଛି।
୨୦୨୧ ଏବଂ ୨୦୨୨ ବର୍ଷର ସମସ୍ତ ବିଚାରାଧୀନ ମାମଲାର ଫଇସଲା ହୋଇଥିବାବେଳେ ୨୦୨୩ ଏବଂ ୨୦୨୪ ବର୍ଷର ଅଳ୍ପ କିଛି ମାମଲା ଫଇସଲା ହେବାକୁ ବାକି ଅଛି। କମିଶନ ଏବେ ୨୦୨୫ ଏବଂ ୨୦୨୬ ରେ ଦାଖଲ ହୋଇଥିବା ନୂତନ ମାମଲାଗୁଡ଼ିକର ଶୁଣାଣି ଆରମ୍ଭକରିଛି।
ଏକ ଗୁରୁତ୍ବପୂର୍ଣ୍ଣ ମାମଲାରେ କମିଶନ ପ୍ରତ୍ୟେକ ପ୍ରାର୍ଥୀଙ୍କ ସାକ୍ଷାତକାର ମାର୍କ ସାର୍ବଜନୀନ କରିବା ପାଇଁ ଓଡ଼ିଶା ଲୋକସେବା କମିଶନକୁ ନିର୍ଦ୍ଦେଶ ଦେଇଛନ୍ତି। ସଫଳ ଏବଂ ବିଫଳ ପ୍ରାର୍ଥୀମାନଙ୍କୁ ଦକ୍ଷତା ପରୀକ୍ଷା ଏବଂ କମ୍ପ୍ୟୁଟର ପରୀକ୍ଷା ମାର୍କ ପ୍ରଦାନ କରିବାକୁ ଓଡ଼ିଶା କର୍ମଚାରୀ ଚୟନ କମିଶନକୁ ନିର୍ଦ୍ଦେଶ ଦିଆଯାଇଛି। ଅନେକ କ୍ଷେତ୍ରରେ ଜନସୂଚନା ଅଧିକାରୀମାନେ ସୂଚନା ଉପଲବ୍ଧ ନ ଥିବା ଦର୍ଶାଇ ଆବେଦନକାରୀଙ୍କୁ ସୂଚନା ଦେବାରୁ ବଞ୍ଚିତ କରୁଥିଲେ । କମିଶନ ଏହାକୁ ଗମ୍ଭୀର ଭାବରେ ବିଚାର କରି ଉତ୍ତରଦାୟିତ୍ବ ନିର୍ଦ୍ଧାରଣ କରିଛନ୍ତି ଏବଂ ବରିଷ୍ଠ ଅଧୂକାରୀମାନଙ୍କ ଦ୍ବାରା ତଦନ୍ତ କରାଯାଇ ଦୋଷୀମାନଙ୍କୁ ଦଣ୍ଡ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
କିଛି ଅଭ୍ୟାସଗତ ଆବେଦନକାରୀ ନକଲି ବିପିଏଲ୍ କାର୍ଡ ବ୍ୟବହାର କରି ସରକାରଙ୍କଠାରୁ ମାଗଣାରେ ସୂଚନା ଦାବି କରୁଥିଲେ ତଥା ଶହ ଶହ ଏହ ଆବେଦନ ଦାଖଲ କରି ସରକାରଙ୍କୁ ହଇରାଣ କରୁଥିଲେ । କମିଶନ ଏପରି ମାମଲାଗୁଡ଼ିକୁ ଚିହ୍ନଟ କରିବା ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ମ୍ଭ କରିଛନ୍ତି । ଏକ ନିର୍ଦ୍ଦିଷ୍ଟ ମାମଲାରେ ଯେଉଁଠାରେ ବଲାଙ୍ଗୀରର ଜଣେ ବ୍ୟକ୍ତି ସୂଚନା ଅଧିକାର ଆବେଦନ ପ୍ରତ୍ୟାହାର କରିବା ପାଇଁ ପିଆଇ ଆଇଓଙ୍କଠାରୁ ଲାଞ୍ଚ ମାଗୁଥିବାର ଜଣାପଡ଼ିଥିଲା, ତାହାକୁ ତଦନ୍ତ ପାଇଁ ପୋଲିସକୁ ପଠାଯାଇଛି। ସୂଚନା ଯୋଗାଣରେ ଅହେତୁକ ବିଳମ୍ବ ପାଇଁ କମିଶନ ଦୋଷୀ ଅଧିକାରୀମାନଙ୍କ ଉପରେ 1,47,76,250/- ଟଙ୍କା ଜରିମାନା ଲଗାଇଛନ୍ତି। ଏକ ସାମ୍ପ୍ରତିକ ମାମଲାରେ ରାଜ୍ୟ ମୁଖ୍ୟ ସୂଚନା କମିଶନ ଶନର ମନୋଜ ପରିଡା ସୂଚନା ଅଧିକାର ଆଇନ ଉଲଂଘନ ପାଇଁ ଗଞ୍ଜାମ ଜିଲ୍ଲାର ପୋଲିସ ଅଧୂକାରୀଙ୍କ ଉପରେ 25,000/- ଟଙ୍କା ଜରିମାନା ଲଗାଇଛନ୍ତି ଛନ୍ତି। ସମାନ ବିଷୟ ଉପରେ ଏକାଧୂକ ଆବେଦନ ମାଧ୍ୟମରେ ଦାଖଲ ହେଉଥିବା ଆରଟିଆଇ ଆବେଦନଗୁଡ଼ିକୁ ତନଖ୍ କରିବା ପାଇଁ କମିଶନ ଆବେଦନଗୁଡ଼ିକର ଯାଞ୍ଚ ମଧ୍ଯ ଆରମ୍ଭ କରିଛନ୍ତି। ନିୟମିତ କର୍ମଚାରୀ ଅଭାବ ସତ୍ତ୍ବେ କମିଶନ ପ୍ରତି ମାସରେ 1500 ମାମଲା ସମାଧାନ କରୁଛନ୍ତି। ପ୍ରତି ମାସରେ ଆବେଦନକାରୀଙ୍କ ଦ୍ବାରା ହାରାହାରି 500 ମାମଲା ଦାଖଲ ହେଉଛି ।
କମିଶ ମିଶନଙ୍କ ନିଷ୍ପତିର କାର୍ଯ୍ୟାନ୍ଵୟନ ସଠବଧୂତ ଅଭିଯୋଗଗୁଡିକର ନିରୀକ୍ଷଣ ନିମନ୍ତେ କମିଶନରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏହା । ରାଜ୍ୟ ସରକାରଙ୍କୁ ଏ ସମ୍ବନ୍ଧରେ ବିହିତ କାର୍ୟନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଉଛି ।