ଓଡ଼ିଶାରୁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ତାଲିକା ଘୋଷଣା।

Mar 4, 2026 - 13:10
 18
ଓଡ଼ିଶାରୁ ବିଜେପିର ରାଜ୍ୟସଭା ପ୍ରାର୍ଥୀ  ତାଲିକା ଘୋଷଣା।

ଭୁବନେଶ୍ବର: ଓଡ଼ିଶାରୁ ବିଜେପିର ରାଜ୍ୟସଭା ପ୍ରାର୍ଥୀ

ତାଲିକା ଘୋଷଣା। ମନମୋହନ ସାମଲ ଓ ସୁଜିତ କୁମାରଙ୍କୁ ମିଳିଲା ସୁଯୋଗ। ଭାରତୀୟ ଜନତା ପାର୍ଟି ଓଡ଼ିଶାରୁ ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ନେତାଙ୍କ ନାମ ଚୂଡ଼ାନ୍ତ କରିଛି। ପାର୍ଟି ପକ୍ଷରୁ ଅଭିଜ୍ଞ ନେତା ମନମୋହନ ସାମଲ ଏବଂ ସୁଜିତ କୁମାରଙ୍କୁ ପ୍ରାର୍ଥୀ କରାଯାଇଛି। ଦଳର ସାଂଗଠନିକ ଶକ୍ତି ଏବଂ ଆଞ୍ଚଳିକ ପ୍ରତିନିଧୂତ୍ବକୁ ଦୃଷ୍ଟିରେ ରଖ୍ ଏହି ନିଷ୍ପତ୍ତ ନିଆଯାଇଛି। ନିଷ୍ପତ୍ତା ପଛରେ ରହିଛି ସାଂଗଠନିକ ଗୁରୁତ୍ବ ଓ ସଂସଦୀୟ ଦକ୍ଷତାକୁ ଗୁରୁତ୍ବ ଦିଆଯାଇଛି।

ମନମୋହନ ସାମଲ ଜଣେ ଟାଣୁଆ ସାଂଗଠନିକ ନେତା ଏବଂ ବର୍ତ୍ତମାନ ଓଡ଼ିଶା ବିଜେପିର ସଭାପତି ଅଛନ୍ତି। ତାଙ୍କର ଦୀର୍ଘ ବର୍ଷର ରାଜନୈତିକ ଅଭିଜ୍ଞତା ଏବଂ ତୃଣମୂଳ ସ୍ତରରେ କର୍ମକର୍ତ୍ତାଙ୍କ ସହ ଥ‌ିବା ଗଭୀର ସମ୍ପର୍କ ଦଳକୁ ଆଗାମୀ ଦିନରେ ଅଧୂକ ସୁଦୃଢ଼ କରିବ। ତାଙ୍କୁ ରାଜ୍ୟସଭାକୁ ପଠାଇ ଦଳ ଜଣେ ଅଭିଜ୍ଞ ସାରଥୀଙ୍କୁ ସମ୍ମାନ ଦେଇଛି।

ସୁଜିତ କୁମାର ନିଜର ସଂସଦୀୟ ଅଭିଜ୍ଞତା ଏବଂ ସଂସଦୀୟ ନିୟମାବଳୀ ଉପରେ ଗଭୀର ଜ୍ଞାନ ପାଇଁ ଜଣାଶୁଣା। ତାଙ୍କୁ ପୁଣିଥରେ ପ୍ରାର୍ଥୀ କରି ବିଜେପି ଉପର ସଦନରେ ନିଜର ପକ୍ଷକୁ ଯୁକ୍ତିଯୁକ୍ତ ଭାବେ ଉପସ୍ଥାପନ କରିବାକୁ ଚାହୁଁଛି। ସେ ପଶ୍ଚିମ ଓଡ଼ିଶାର କଳାହାଣ୍ଡିରୁ ଆସୁଥ‌ିବାରୁ ଦଳର ସେଠାରେ ଥ‌ିବା ପତିଆରା ମଧ୍ୟ ବଜାୟ ରହିବ।

ରାଜ୍ୟସଭା ପ୍ରାର୍ଥୀ ଭାବରେ ମନୋନୀତ ହୋଇ ଥୂବାରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ