ଓଡ଼ିଶାରେ ବିଜେପି ସରକାର ମିଛ ସରକାର ଓ ସବୁ କ୍ଷେତ୍ରରେ ବିଫଳ ବୋଲି କଂଗ୍ରସର ସାମ୍ବାଦିକ ସମିଳନୀ...
ଓଡ଼ିଶାରେ ବିଜେପି ସରକାର ମିଛ ସରକାର ଓ ସବୁ କ୍ଷେତ୍ରରେ ବିଫଳ ବୋଲି କଂଗ୍ରସର ସାମ୍ବାଦିକ ସମିଳନୀ...
ଓଡ଼ିଶାର ଦାୟିତ୍ୱ ପ୍ରଧାନମନ୍ତ୍ରୀ ନିଜେ ନେବି ବୋଲି ଭରଷା ଦେଇଥିଲେ
ଓଡ଼ିଶାର ବିଜେପି ସରକାର ଜନତାଙ୍କ ବିଶ୍ୱାସ ହରାଇଛି
ରଙ୍ଗବୋଳା ଓ ମିଛ ଆତ୍ମପ୍ରଚାର ହିଁ କେବଳ ଓଡ଼ିଶା ସରକାରର ସଫଳତା -କଂଗ୍ରେସ
ଓଡ଼ିଶାର ଡବଲ ଇଞ୍ଜିନ ସରକାରକୁ ୨ ବର୍ଷ ପୁରିବାକୁ ମାତ୍ର ଗୋଟିଏ ଦିନ ବାକି ଅଛି ।
ଜୁନ୍ ମାସ ୧୨ ତାରିଖ ଏ ସରକାର ପରମାୟୁ ୨ବର୍ଷ ଶେଷ ହେବ । କିନ୍ତୁ ଏ ଦୁଇବର୍ଷ ଭିତରେ ଓଡ଼ିଶାର କୌଣସି ପ୍ରାନ୍ତରେ ବିକାଶର ଚିହ୍ନବର୍ଣ୍ଣ ଦେଖିବାକୁ ମିଳିଲା ନାହିଁଁ । ନିର୍ବାଚନ ପୂର୍ବରୁ ଯେଉଁ ସଂକଳ୍ପ ପତ୍ର ୨୧ଟି ବିନ୍ଦୁ ଉପରେ ବିଜେପି ଦଳ ରାଜ୍ୟବାସୀଙ୍କ ନିକଟରେ ସଂକଳ୍ପ କରିଥିଲେ ସେ ସବୁ ସଂକଳ୍ପ କେବଳ ମିଛି ସଂକଳ୍ପ ଥିଲା ବୋଲି ଜଣାପଡିଗଲାଣି ।
ପ୍ରଦେଶ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ଶ୍ରୀ ଦେବାଶିଷ ନାୟକ ଓଡ଼ିଶାର ବିଜେପି ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛି ବୋଲି ସାମ୍ବାଦିକମାନଙ୍କୁ କହିଛନ୍ତି ।
ଶ୍ରୀ ନାୟକ କହିଛନ୍ତି ରାଜ୍ୟରେ ଏବେ ଅରାଜକତା ବିଚରଣ କରୁଛି ।
ଘରୁ ବାହାରିବାକୁ ଭୟ ଲାଗୁଛି । ରାଜ୍ୟରେ ଭିଡ ହିଂସା ଓ ଘୃଣା ହିଂସା ବହୁ ପରିମାଣରେ ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି । ସରକାର କେବଳ ଆତ୍ମ ପ୍ରଚାରରେ ମାତିଛନ୍ତି ।
ପ୍ରଦେଶ କଂଗ୍ରେସର ବରିଷ୍ଠ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି କହିଛନ୍ତି ଯେ, ଆସନ୍ତା ୧୨ ତାରିଖ ଏ ଡବଲ ଇଞ୍ଜି ସରକାରକୁ ୨ବର୍ଷ ପୁରିବ । ଏ ସରକାର ପାଖରେ ଦୁଇବର୍ଷର ପୂର୍ତ୍ତି ପାଳନ କରିବା ପାଇଁ କୌଣସି ଉପଲବ୍ଧି ନାହିଁ । ସରକାର ସବୁ କ୍ଷେତ୍ରରେ ବିଫଳତା ଅର୍ଜନ କରିଛନ୍ତି ।
ନିର୍ବାଚନ ପୂର୍ବରୁ ଖୋଦ ପ୍ରଧାନମନ୍ତ୍ରୀ ଏ ରାଜ୍ୟର ଦାୟିତ୍ୱ ନିଜେ ନେବେ ଏବଂ ଓଡ଼ିଶାକୁ ଦେଶରେ ଏକ ନମ୍ବର ରାଜ୍ୟ କରିବେ ବୋଲି ଭରସା ଦେଇଥିଲେ ।
କିନ୍ତୁ ଦୁଇ ବର୍ଷ ଭିତରେ ଭାରତ ବର୍ଷରେ ଓଡ଼ିଶା ମହିଳା ମାନଙ୍କ ପ୍ରତି ହେଉଥିବା ସଂଗୀନ ଅତ୍ୟାଚାରରେ ପ୍ରଥମ ରାଜ୍ୟରେ ମାନ୍ୟତା ପାଇଛି ।
ଏ ଦୁଇ ବର୍ଷ ଭିତରେ ପ୍ରତିଦିନ ୧୫ ଜଣରୁ ଅଧିକ ମହିଳାମାନଙ୍କ ପ୍ରତି ସଂଗୀନ ଅପରାଧ ଘଟୁଛି ।
ଏପରିକି ଦୁଷ୍ପର୍ମ, ଗଣଦୁଷ୍କର୍ମ, ହତ୍ୟା ପ୍ରତିଦିନ କେଉଁଠି ନା କେଉଁଠି ଘଟିଚାଲିଛିି । ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତି ନିମ୍ନ ସ୍ତରକୁ ଚାଲିଯାଇଛି ।
ଓଡ଼ିଶା ଆଜି ସାରା ବିଶ୍ୱରେ ଏଥିପାଇଁ ଘୋର ଅପମାନିତ ଓ ନିନ୍ଦିତ ହୋଇଛି ଏହା କ’ଣ ଡବଲ ଇଞ୍ଜିନ ସରକାର ଉପଲବ୍ଧି କି ବୋଲି ସେ ପ୍ରଶ୍ନ କରିଛନ୍ତି?
ଖାଲି ସେତିକି ନୁହେଁ ଏହି ଦୁଇ ବର୍ଷର ଶାସନ ସମୟରେ ରାଜ୍ୟରେ ୨୦ ହାଜର ୬୩ ଜଣ ମହିଳା ନିଖୋଜ ଅଛନ୍ତି ଏବଂ ୬ ହଜାର ୨୨୩ ଜଣ ଅପ୍ରାପ୍ତ ବୟସ୍କ ପିଲାମାନେ ନିଖୋଜ ଅଛନ୍ତି, ତନମଧ୍ୟରୁ ୮୭ପ୍ରତିଶତ କେବଳ ଅପ୍ରାପ୍ତ ବୟସ୍କା ଝିଅମାନେ ଅଛନ୍ତି ।
ରାଜ୍ୟରେ ଆଦିବାସୀମାନଙ୍କ ଉପରେ ଅତ୍ୟାଚାର ବହୁ ପରିମାଣରେ ବୃଦ୍ଧ ପାଇଛି । ପୁଲିସ ରକ୍ଷକ ସାଜିବା ପରିବର୍ତ୍ତେ ଆଜି ଭକ୍ଷକ ସାଜିଛି ।
ପ୍ରତିଦିନ ରାଜ୍ୟରେ କୌଣସି ନା କୌଣସି ଥାନାରେ ଥାର୍ଡ ଡିଗ୍ରୀ ଯୋଗୁ ଅଭିଯୁକ୍ତମାନେ ମୃତ୍ୟୁବରଣ କରୁଛନ୍ତି ।
ରାଜ୍ୟରେ ବିନାକାରଣରେ ସରକାରୀ ଦଳର ପ୍ରାୟୋଜିତ ଭିଡ ଓ ଘୃଣା ହିଂସା ସୃଷ୍ଟି କରି ସମାଜକୁୂ ବାଣ୍ଟି ଦିଆଯାଉଛି ।
ମିଛ ଗୋଚାଲାଣ ମାମଲାରେ ନିର୍ଦ୍ଧିଷ୍ଟ ଏକ ଜାତିର ନିରୀହ ଲୋକମାନଙ୍କୁ ପିଟି ପିଟି ମାରିଦେବା କ’ଣ ଆଇନର ଶାସନ ଚାଲିଛି ବୋଲି କହିବା କି?
ବିଜେପି ଦଳ କ୍ଷମତାକୁ ଆସିବାର ୭ଦିନ ମଧ୍ୟରେ ଚିଟ୍ଫଣ୍ଡ ଦ୍ୱାରା କ୍ଷତିଗ୍ରସ୍ତ ଜମାକାରିଙ୍କୁ ଟଙ୍କା ଫେରାଯିବାର ବ୍ୟବସ୍ଥା କରାଯିବ ବୋଲି କୁହାଯାଇଥିଲା ।
୨୪ ମାସ ଭିତରେ ଚିଟ୍ ଫଣ୍ଡ ଜମାକାରୀଙ୍କୁ ତାଙ୍କ ଟଙ୍କା ଫେରସ୍ତ ମିଳୁନାହିଁ କାହିଁକି?
ରାଜ୍ୟର ଚାଷୀମାନଙ୍କର ସମସ୍ତ ଉତ୍ପାଦିତ ଧାନ କିଣାଯିବ ଓ କଟନୀ ଛଟନୀକୁ ସଂପୂର୍ଣ୍ଣ ବନ୍ଦ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା ।
କିନ୍ତୁ ୨ ବର୍ଷ ଭିତରେ କଟନୀ ଛଟନୀ ୬ କିଲୋରୁ ୧୦କିଲୋକୁ ବୃଦ୍ଧି ପାଇଛି ।
ଚାଷୀମାନଙ୍କ ଧାନ କିଣାଗଲା ନାହିଁ । ଧାନ ବିକ୍ରି କରିବାର ୧୫ ଦିନ ମଧ୍ୟରେ ମଧ୍ୟ ତାଙ୍କୁ ଟଙ୍କା ମିଳିଲା ନାହିଁ ।
କ୍ଷମତାକୁ ଆସିବାର ୨ ବର୍ଷ ଭିତରେ ୬୫ ହଜାର ଯୁବକ ଓ ଯୁବତୀଙ୍କୁ ସରକାରୀ ନିଯୁକ୍ତି ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
୨ବର୍ଷ ଶେଷ ହେଲା ।
୧୦ ହଜାର ଯୁବକ ଓ ଯୁବତୀଙ୍କୁ ଚାକିରୀ ମିଳିଛି କି ?
ଯଦି ହିଁ କେଉଁ କେଉଁ ବିଭାଗରେ ଏହାର ଏକ ଶ୍ୱେତପତ୍ର ସରକାର ପ୍ରକାଶ କରନ୍ତୁ ।
ରାଜ୍ୟ ଆଜି ଋଣ ଜନତାରେ ୨୦୨୫-୨୬ ଆର୍ଥିକ ବର୍ଷରେ ସରକାରଙ୍କ ସମୁଦାୟ ଋଣ ୧ ଲକ୍ଷ ୩୪ ହଜାର କୋଟି ଟଙ୍କା ପାର ହୋଇଗଲାଣି ।
ଏହି ଦୁଇ ବର୍ଷ ଭିତରେ ଏ ସରକାର ୪୦ ହଜାର କୋଟିରୁ ଅଧିକ ଋଣ କରିସାରିଲେଣି ।
ରାଜ୍ୟରେ ମୁଣ୍ଡପିଛା ଋଣ ଆଜି ୩୦ ହଜାର ଟଙ୍କାକୁ ପହଂଚିଗଲାଣି ।
ଆସନ୍ତା ଆର୍ଥିକ ବର୍ଷ ଶେଷ ସୁଧା ରାଜ୍ୟର ସମୁଦାୟ ଋଣ ୧ ଲକ୍ଷ ୬୦ ହଜାର କୋଟିକୁ ପହଂଚିବ ବୋଲି ଆକଳନ କରାଯାଉଛି ।
ରାଜ୍ୟରେ ଆୟ ଦୃତ ଗତିରେ ହ୍ରାସ ପାଉଛି । ୨୦୨୫-୨୬ ଆର୍ଥିକ ବର୍ଷରେ ରାଜ୍ୟର ଆୟ ଶତକଡା ୩.୫ ପ୍ରତିଶକୁ କମିଯାଇଛି ।
ଏ ହେଉଛି ଆର୍ଥିକ ପରିଚାଳନା କ୍ଷେତ୍ରରେ ଏକ ବଡ ବିଫଳତା । ଏ ସରକାର ସମୟରେ ବାଲି ଚୋରୀ, ଖଣି ଚୋରୀ, ଜମି ଚୋରୀ ବହୁ ଦୃତ ଗତିରେ ଚାଲିଛି ।
ସରକାରୀ ଦଳର ନେତା, ମନ୍ତ୍ରୀ ୧୮୦୦ କୋଟି ଟଙ୍କା ବାଲି ଚୋରି କରିସାରିଲାଣି । ତଥାପି ସରକାର କହୁଛନ୍ତି ବିକାଶର ଧାରା ଆଗେଇ ଚାଲିଛି ।
ଅନ୍ୟତମ ମୁଖପାତ୍ର ଶ୍ରୀମତୀ ଜୟଶ୍ରୀ ପାତ୍ର କହିଥିଲେ ଯେ ରତ୍ନଭଣ୍ଡଶର ଚାବି ହଜିବା ଠାରୁ ଆରମ୍ଭ କରି ଗଣତି ମଣତି ଏବଂ ମହାପ୍ରଭୁ ବଳଦେବ ଜିଉଙ୍କର ରଥାଯାତ୍ରା ସମୟରେ ପଡିଯିବା ଏପରିକି ରଥାଯାତ୍ରା ସମୟରେ ଯେଉଁ ନାହିଁ ନଥିବା ବିଭ୍ରାଟ ହେଲା ଏହା ଏ ସରକାରର ଏ ଅପାରଗତା ଯୋଗୁଁ ଘଟିଛି ।
ରାଜ୍ୟପାଳଙ୍କ ପୁଅ ଜଣେ ଓଡ଼ିଆ ଅଫିସରଙ୍କୁ ମାରିଲେ କିନ୍ତୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଶୁନ ।
ଆଜି ଡିଜି ପୁଲିସ, ଚିପ୍ ସେକ୍ରେଟାରୀ ଠାରୁ ଆରମ୍ଭ କରି ବଡ ବଡ ପଦବୀରେ ସମସ୍ତ ଅଣଓଡ଼ିଆ ରାଜ କରୁଛନ୍ତି ।
ଏହା କଣ ଓଡ଼ିଆ ଅସ୍ମିତା?