ଓଡିଶା ରାଜ୍ୟପାଳ ଆପଣେଇଲେ ପ୍ରଧାନମନ୍ତ୍ରୀଙ୍କ ଅପିଲ...

May 14, 2026 - 10:04
 14
ଓଡିଶା ରାଜ୍ୟପାଳ ଆପଣେଇଲେ ପ୍ରଧାନମନ୍ତ୍ରୀଙ୍କ ଅପିଲ...

ଦେଶର ଅର୍ଥନୀତିକୁ ସୁଦୃଢ କରିବାକୁ ପେଟ୍ରୋଲ ବ୍ୟବହାର କମ୍ କରିବାକୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । 

ଅଶୋଧିତ ତୈଳ ଆମଦାନୀ ହ୍ରାସ କରିବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଯାନରୁ ଇଲେକ୍ଟ୍ରିକ୍ ଯାନକୁ ସ୍ଥାନାନ୍ତର ହେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ମୋଦି ।

ଏକ ମଡେଲ ଭାବେ ଓଡ଼ିଶା ଲୋକ ଭବନ ପଦକ୍ଷେପ ଗ୍ରହଣ କରିଛି ।

ଲୋକ ଭବନକୁ ସମ୍ପୂର୍ଣ୍ଣ ସୌର ପ୍ରଣାଳୀରେ ସ୍ଥାନାନ୍ତରିତ

ରାଜ୍ୟପାଳଙ୍କ କାରକେଡରେ କେବଳ ଇଲେକ୍ଟ୍ରିକ ଯାନ ବ୍ୟବହାର ହେବ । 

ଏଥିସହ ଲୋକ ଭବନକୁ ସମ୍ପୂର୍ଣ୍ଣ ସୌର ପ୍ରଣାଳୀରେ ସ୍ଥାନାନ୍ତରିତ ହୋଇଛି । ୫୦୦ କିଲୋୱାଟର ସୌର ଛାତ ପ୍ରଣାଳୀ ସ୍ଥାପନ କରାଯାଇଛି। 

ଯାହା କର୍ମଚାରୀମାନଙ୍କୁ ମାଗଣା ଚାର୍ଜିଂ ସହିତ ବୈଦ୍ୟୁତିକ ଯାନ ବ୍ୟବହାରକୁ ଉତ୍ସାହିତ କରିବ। ପେଟ୍ରୋଲିୟମ ବ୍ୟବହାର ହ୍ରାସ ଦ୍ବାରା ଅର୍ଥନୀତି ସୁଦୃଢ଼ ​​କରିବ ଏବଂ ବୈଦେଶିକ ମୁଦ୍ରା ସଞ୍ଚୟ ହେବ।