ୟୁନିୟନ୍ ବ୍ୟାଙ୍କ କଟକ କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ୟୁନିୟନ୍ ବ୍ୟାଙ୍କ କଟକ କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
କଟକ : ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, କ୍ଷେତ୍ରୀୟ କାର୍ଯ୍ୟାଳୟ, କଟକ ଏବଂ ଭାରତୀୟ ଯୋଗ ସଂସ୍ଥାନର ମିଳିତ ହଯୋଗରେ କଟକ ସିଡିଏ-୬ସ୍ଥିତ ଜୟ ପ୍ରକାଶ ନାରାୟଣ ପାର୍କଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶା ହାଇକୋର୍ଟର ଅବସରପ୍ରାପ୍ତ ଜଷ୍ଟିସ୍ ବିମଳ ପ୍ରସାଦ ଦାସ ମୁଖ୍ୟ ଅତିଥ୍ ରୂପେ ଯୋଗଦେଇଥିଲେ। ଏଥିରେ ଭାରତୀୟ ଯୋଗ ସଂସ୍ଥାନର ଜିଲ୍ଲା ପ୍ରମୁଖ କେଦାରନାଥ ଜଲି ଏବଂ ଶୈଳଜା ନନ୍ଦିନୀ ଜେନା ଉପସ୍ଥିତ ଥିଲେ। ଏହି ଅବସରରେ ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ କଟକ କ୍ଷେତ୍ରୀୟ କାର୍ଯ୍ୟାଳୟର ଉପ-କ୍ଷେତ୍ରୀୟ ମୁଖ୍ୟ ସିଦ୍ଧାର୍ଥ ଶଙ୍କର ଦାସଙ୍କ ସମେତ ସ୍ଥାନୀୟ ଶାଖାର ଶାଖା ମୁଖ୍ୟ ଓ ଜନସାଧାରଣ ଉପସ୍ଥିତ ଥିଲେ।