ଓଡିଶାରେ ଆଇନର ଶାସନ ନାହିଁ, ଜଙ୍ଗଲରାଜ ଚାଲିଛି...

May 12, 2026 - 16:17
 5
ଓଡିଶାରେ ଆଇନର ଶାସନ ନାହିଁ, ଜଙ୍ଗଲରାଜ ଚାଲିଛି...

ଓଡିଶାରେ ଆଇନର ଶାସନ ନାହିଁ, ଜଙ୍ଗଲରାଜ ଚାଲିଛି...

ପୋଲିସ ବିଭାଗକୁ ଅପରାଧିଙ୍କ ଭୟ ନାହିଁ

ରାୟଗଡା, ମହାକାଳପଡା, ଓଡଗାଁ, ଭୁବନେଶ୍ୱର, ସୋର, ସବୁଠି ହିଂସା

ରାଜ୍ୟରେ ବ୍ୟାପିବାରେ ଲାଗିଛି ଅରାଜକତା

ରାଜ୍ୟରେ ଦିନକୁ ଦିନ ହିଂସାକାଣ୍ଡ ବୃଦ୍ଧି ପାଇବାରେ ଲାଗିଛି । 

ଗତ ୨୪ ଘଣ୍ଟାର ଘଟଣାକୁ ଅନୁଧ୍ୟାନ କଲେ, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଓ ଗୃହ ବିଭାଗର ବିଫଳତା ସମ୍ପୂର୍ଣ୍ଣ ପଦାରେ ପଡିଛି କହି ବିଜେପି ସରକାରକୁ କଡା ସମାଲୋଚନା କରିଛି ବିଜେଡି ।

ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ ରାଜ୍ୟରେ ଆଇନର ଶାସନ ପ୍ରତିଷ୍ଠା କରିବାରେ ସରକାର ବିଫଳ ହୋଇଛନ୍ତି ବୋଲି କହିଛନ୍ତି ।

ଡ. ମହାନ୍ତି କହିଛନ୍ତି ଯେ, ଆଜିର ଦିନରେ ଓଡିଶାରେ ଆଇନଶୃଙ୍ଖଳା ପରିସ୍ଥିତି ଧ୍ୱଂସ ହୋଇଯାଇଛି । 

ଡବଲ ଇଞ୍ଜିନ ସରକାରର ଅପାରଗତା ଓ ଉଦାସୀନତା ଯୋଗୁଁ ଗତ ୧ ସପ୍ତାହ ମଧ୍ୟରେ ଢେଙ୍କାନାଳ, ହିଞ୍ଜିଳି, କଣାସ, ବାଲିଅନ୍ତା, ବାଲିପାଟଣାରେ ଜଘନ୍ୟ ଘଟଣା ଘଟିଛି । 

ସରକାରୀ ସ୍ତରରେ ନିଷ୍କି୍ରୟତା ଯୋଗୁଁ ରାଜ୍ୟରେ ପୋଲିସ ବ୍ୟବସ୍ଥା ଦୁର୍ବଳ ହୋଇପଡିଛି । ପୋଲିସ ଷ୍ଟେସନ ଗୁଡିକ ବିଜେପିର କାର୍ଯ୍ୟାଳୟ ପାଲଟିଛି । 

ଇପ୍ସିତା ସାହୁ କହିଛନ୍ତି ଯେ, ବିଜେପି ନେତାମାନେ ବିଧାନସଭା ଭିତରେ ୨୪ ବର୍ଷର ୫-ଟି ନାଁ ଧରିକି ଘୋଷି ହେଉଛନ୍ତି । 

ବର୍ତ୍ତମାନ ବିଜେପି ସରକାରରେ ୨୪ ଘଣ୍ଟାରେ ୫ଟି ଛାତି ଥରାଇ ଦେଲା ଭଳି ଘଟଣା ଘଟିଛି । ଭାରତ ଇତିହାସରେ ସ୍ୱାଧୀନତା ପରେ ଏଭଳି ଘଟଣା କେଉଁଠି ଘଟିନଥିବ । 

ପୋଲିସ ଡିଜି ସ୍ୱୀକାର କରିଛନ୍ତି, ସାଧାରଣ ଜନତା ଅସୁରକ୍ଷିତ ଅନୁଭବ କରୁଛନ୍ତି ।ଡିଜିଙ୍କ କଥାରେ ଗୁରୁତ୍ୱ ଅଛି, କାରଣ ଓଡିଶା ଇତିହାସରେ ଏହା ପ୍ରଥମ । 

ଆମେରିକା ଭଳି ରାଷ୍ଟ୍ର ନିଜ ନାଗରିକଙ୍କୁ ଓଡିଶା ନଯିବା ପାଇଁ ଆଡ଼ଭାଇଜରି ଜାରି କରିଥିଲା । 

ଏଥିରେ ଦର୍ଶାଇଥିଲା ଓଡିଶାରେ ନାରୀ ଅସୁରକ୍ଷିତ । 

ଇପ୍ସୀତା ସାହୁ ଆହୁରି କହିଥିଲେ, ଗତକାଲି ରାୟଗଡା ସହରରେ ଜଣେ ଦଳିତ ଯୁବକଙ୍କୁ ଅପହରଣ ପରେ ଗୁଳି କରି ହତ୍ୟା କଲା ପରେ ନାଗାବଳୀ ନଦୀ କୂଳରେ ଫିଙ୍ଗି ଦେଇଥିଲେ ଦୁର୍ବୁତ୍ତ । 

ନୟାଗଡ଼ ଜିଲ୍ଲା ଓଡଗାଁ ଠାରେ ପଥର ମାଫିଆଙ୍କ ବିରୋଧରେ ପୋଲିସକୁ ସୂଚନା ଦେବାରୁ ଜଣେ ଯୁବକଙ୍କୁ ଖଣ୍ଡ ଖଣ୍ଡ କରି ହାଣି ମାରି ଦେଲେ ମାଫିଆ । 

ସେହିପରି ମହାକାଳପଡା ଜମ୍ବୁରେ ୨ଟି ବାଇକରେ ଆସି ଖରିନାସୀରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କଲେ । ଅନ୍ୟପଟେ ସୋରରେ ମହିଳାଙ୍କୁ କଟୁରୀରେ ହାଣି ହତ୍ୟା କରାଯାଇଥିଲା । 

ଶ୍ରୀମନ୍ଦିର ପ୍ରଶାସନ ବୈଠକ ଚାଲିଥିବା ବେଳେ ମହିଳା କନେଷ୍ଟବଳକୁ ଅଟୋ ଡ୍ରାଇଭର ଅପହରଣ କରିବାକୁ ଚେଷ୍ଟା କରିଥିଲେ । ଏହି ରାଜ୍ୟରେ ଆଇନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାରେ ଏ ସରକାର ସମ୍ପୂର୍ଣ୍ଣ ବିଫଳ । 

ସାଧାରଣ ଜନତାଙ୍କୁ ନ୍ୟାୟ ଦେବା ପାଇଁ ବିଜୁ ଛାତ୍ର ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ।