ଓଡ଼ିଶାରେ ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରୀକ ଅଧିକାରର ହେଲା ପୁନଃ ପ୍ରତିଷ୍ଠା: ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ...

Oct 5, 2026 - 18:40
 2
ଓଡ଼ିଶାରେ ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରୀକ ଅଧିକାରର ହେଲା  ପୁନଃ ପ୍ରତିଷ୍ଠା: ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ...

ଐତିହାସିକ ନିଷ୍ପତ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ ସମେତ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଲା ବିଜେପି

ରାଜ୍ୟର ଯୁବ ଓ ଛାତ୍ର ସମାଜ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ପ୍ରକାଶ ପାଇଛି

ବିଜେଡି ସରକାର ଅମଳରେ ନେତୃତ୍ୱ ବିକାଶର ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା

ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଛାତ୍ରସଂସଦ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । 

ଉଚ୍ଛ ଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ନୋଟିଫିକେସନ ଜାରି କରାଯିବା ପରେ ରାଜ୍ୟର ଯୁବ ଓ ଛାତ୍ର ସମାଜ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ପ୍ରକାଶ ପାଇଛି । 

ଏହି ଐତିହାସିକ ନିଷ୍ପତ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସମଗ୍ର ଓଡ଼ିଶାର ଯୁବ ଓ ଛାତ୍ର ସମାଜ ପକ୍ଷରୁ ହାର୍ଦ୍ଦିକ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରାଯାଇଛି ।

ଗତ ଆଠ ବର୍ଷ ଧରି ଛାତ୍ରସଂସଦ ନିର୍ବାଚନ ବନ୍ଦ ରହିବା ଦ୍ୱାରା କ୍ୟାମ୍ପସଗୁଡ଼ିକରେ ନେତୃତ୍ୱ ବିକାଶର ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା । 

ଚଳିତ ବର୍ଷର ନିର୍ବାଚନ ଦ୍ୱାରା ଛାତ୍ରମାନଙ୍କର ଗଣତାନ୍ତ୍ରିକ ଚେତନା ଜାଗ୍ରତ ହେବ, କ୍ୟାମ୍ପସଗୁଡ଼ିକରେ ପାଠପଢ଼ା ସହ ସୁସ୍ଥ ଗଣତାନ୍ତ୍ରିକ ପରିବେଶ ଏବଂ ଛାତ୍ର ନେତୃତ୍ୱର ସୃଷ୍ଟି ହୋଇପାରିବ । 

ଦୀର୍ଘ ୮ ବର୍ଷ ପରେ ଓଡିଶାର ଛାତ୍ରଛ୍ରାୀମାନଙ୍କୁ ତାଙ୍କର ଗଣତାନ୍ତ୍ରିକ ଅଧିକାର ମିଳିଛି । କଥା ଦେଇ କଥା ରଖିବାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । 

ବିଗତ ଦିନରେ ବିଭିନ୍ନ ସାର୍ବଜନୀନ କାର୍ଯ୍ୟକ୍ରମରେ ଛାତ୍ରସଂସଦ ନିର୍ବାଚନ ପୁନଃ ପ୍ରତିଷ୍ଠା କରିବା ପାଇଁ ସେ ଦେଇଥିବା କଥାକୁ ଆଜି ସାକାର କରିଛନ୍ତି । 

ଓଡ଼ିଶାରେ ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରୀକ ଅଧିକାରର ହେଲା ପୁନଃ ପ୍ରତିଷ୍ଠା ହେଲା ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।

ପୂର୍ବତନ ସରକାର ଛାତ୍ରମାନଙ୍କର ଗଣତାନ୍ତ୍ରିକ ଅଧିକାରକୁ ଛଡ଼ାଇ ନେଇଥିବା ବେଳେ ଏବେ ନିର୍ବାଚନ ଘୋଷଣା ହେବା ପରେ ବିରୋଧୀ ଦଳଗୁଡ଼ିକ ଭୟଭୀତ ହୋଇ ମିଥ୍ୟା ସ୍ପଷ୍ଟୀକରଣ ଦେଉଛନ୍ତି । 

ଲିଙ୍ଗଡୋ କମିଶନଙ୍କ ମାର୍ଗଦର୍ଶିକା ଏବଂ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ କ୍ୟାମ୍ପସର ଶୈକ୍ଷିକ ବାତାବରଣକୁ ବଜାୟ ରଖି ଅତ୍ୟନ୍ତ ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ଭାବେ ଏହି ନିର୍ବାଚନ ସମ୍ପନ୍ନ ହେବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।