ଓଡ଼ିଶାରେ ନିର୍ମାଣ ହେବ ୯୨ ରେଳ ଓଭରବ୍ରିଜ୍, କେନ୍ଦ୍ର ସରକାର ବହନ କରିବେ ସମ୍ପୂର୍ଣ୍ଣ ଖର୍ଚ୍ଚ

Oct 31, 2025 - 15:54
 3
ଓଡ଼ିଶାରେ ନିର୍ମାଣ ହେବ ୯୨ ରେଳ ଓଭରବ୍ରିଜ୍, କେନ୍ଦ୍ର ସରକାର ବହନ କରିବେ ସମ୍ପୂର୍ଣ୍ଣ ଖର୍ଚ୍ଚ

ଓଡ଼ିଶାରେ ହେବ ୯୨ଟି ରେଳ ଓଭର୍‌ବ୍ରିଜ୍ । ଓଡ଼ିଶାରେ ୯୨ଟି ରେଳ ଓଭରବ୍ରିଜ୍‌ର ନିର୍ମାଣ ପାଇଁ ସମ୍ପୂର୍ଣ୍ଣ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ । ଏଥିପାଇଁ କେନ୍ଦ୍ର ରେଳ ମନ୍ତ୍ରାଳୟ ଆବଶ୍ୟକ ଅନୁମୋଦନ କରିଛନ୍ତି । ପୂର୍ବରୁ ଉଭୟ ରେଳ ମନ୍ତ୍ରାଳୟ ଓ ରାଜ୍ୟ ସରକାର ରେଳ ଓଭରବ୍ରିଜ୍‌ ଗୁଡ଼ିକ ପାଇଁ ୫୦-୫୦ ଅନୁପାତରେ ଖର୍ଚ୍ଚ କରିବେ ବୋଲି ସ୍ଥିର ହୋଇଥିଲା ।

ତେବେ ଏହି ଖର୍ଚ୍ଚ ସମ୍ପୂର୍ଣ୍ଣ ଭାବେ ରେଳ ମନ୍ତ୍ରାଳୟ ବହନ କରିବାକୁ ରାଜ୍ୟ ସରକାର ଅନୁରୋଧ କରିଥିଲେ । ଏହାକୁ ଧ୍ୟାନ ଦେଇ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବାକୁ ରେଳ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି । ଏନେଇ ପତ୍ର ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି। ଓଡ଼ିଶାର ଭିତ୍ତିଭୂମି ବିକାଶ ପ୍ରତି କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଧାନମନ୍ତ୍ରୀ ମୋଦୀ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଓଡ଼ିଶାବାସୀଙ୍କ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି ।