କଟକ ବାଲିଯାତ୍ରା ପରିପ୍ରେକ୍ଷୀରେ...

Oct 17, 2025 - 20:44
 15
କଟକ ବାଲିଯାତ୍ରା ପରିପ୍ରେକ୍ଷୀରେ...

ଆଉ ଦିନ କେଇଟା ପରେ କଟକରେ ଆରମ୍ଭହେବାକୁ ଯାଉଛି ବିଶ୍ବପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା।

ଚଳିତବର୍ଷ କଟକ-ଇନ୍-କଟକର ଧୂମ୍ ରହିବ ଓଡିଆ ଭାଷା, ଓଡିଆ ସାହିତ୍ୟ । ବର୍ତ୍ତମାନ ସୁଦ୍ଧା ୪ ଜଣ ବଲିଉଡ୍ କଳାକାରଙ୍କ ସହ ଯୋଗାଯୋଗ ହୋଇସାରିଛି। ସେମାନେ ହେଉଛନ୍ତି ଶ୍ରେୟା ଘୋଷାଲ, ହର୍ଷଦୀପ୍ ସିଂ, ହମ୍ ସୁଫି ବ୍ୟାଣ୍ଡ୍, ରିଷି। ଓଲିଉଡ୍‌ର ୧୪ ଜଣ କଳାକାରଙ୍କ ସହ ଚୁକ୍ତିନାମା ସରିଛି। ଏଥର ବାଲିଯାତ୍ରାରେ ୪ଟି ପ୍ରବେଶ ପଥ ଥୂବାବେଳେ ପ୍ରସ୍ଥାନ ପାଇଁ ୯ଟି ସ୍ଥାନ ସ୍ଥିର କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ।

ଚଳିତବର୍ଷ ବାଲିଯାତ୍ରା ପଡିଆକୁ କଟକ ଜିଲ୍ଲା ପ୍ରଶାସନ ନୋ ଡ୍ରୋନ୍ ଜୋନ୍ ଘୋଷଣା କରିଛି। ଆସନ୍ତିର ନଭେମ୍ବର ୫ ତାରିଖଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଐତିହାସିକ ବାଲିଯାତ୍ରା କଟକ ୨୦୨୫ ଆୟୋଜନ କରାଯାଉଛି। ଏହି ସମୟ ମଧ୍ୟରେ କଟକରେ ପ୍ରତିବର୍ଷ ୫୦ ଲକ୍ଷରୁ ଅଧୂକ ଲୋକଙ୍କ ସମାଗମ ହୋଇଥାଏ। ତେଣୁ ସୁରକ୍ଷା ଏବଂ ନିରାପତ୍ତା ଦୃଷ୍ଟିରୁ ଜିଲ୍ଲାପାଳ ତଳ ଓ ଉପର ବାଲିଯାତ୍ରା ପଡିଆ ଏବଂ ଆଖପାଖ ଅଞ୍ଚଳ ଉପରେ ପାରା ଗ୍ଲା ଗ୍ଲାଇଡର୍, ପାରା ମୋଟର୍ସ, ପାଓ୍ବାର ହ୍ୟାଙ୍ଗ୍ ଗ୍ଲାଇଡର୍, ୟୁଏଭି କିମ୍ବା ଡ୍ରୋନ୍ ଉଡାଣକୁ ନିଶେଧ କରିଛନ୍ତି।