କସ୍ମେଟିକ୍ କାରଖାନାରେ ଅଗ୍ନିକାଣ୍ଡ

ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶର ସୋଲାନ ଜିଲ୍ଲାରେ ଥିବା କସ୍ମେଟିକ୍ କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଏଠାରେ କାରଖାନାରେ ୧୫ରୁ ୨୦ ଜଣ ଶ୍ରମିକ ଫସି ରହିଛନ୍ତି। ଅଗ୍ନିକାଣ୍ଡ ପରେ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ମହିଳା ଛାତ ଉପରେ ଫସି ରହିଥିବା ଦେଖିବାକୁ ମିଳିଛି । ସେହିପରି ୨ ଜଣ ଶ୍ରମିକ ପ୍ରାଣ ବିକଳରେ ଛାତ ଉପରୁ ଡେଇଁପଡ଼ିଥିବା ଜଣାପଡ଼ିଛି ।ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ଟି ରାଜ୍ୟର ଶିଳ୍ପ ନଗରୀ ବଡ୍ଡିର ବୁଦାରୁ ଆସିଛି। ଏଠାରେ କସ୍ମେଟିକ୍ ସାମଗ୍ରୀ ତିଆରି କରୁଥିବା ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବହୁ ସଂଖ୍ୟକ ଶ୍ରମିକ ଫସି ରହିଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଅଗ୍ନିଶମ ବାହିନୀ ବଡ୍ଡି ଓ ନାଲାଗଡ଼ର ପ୍ରାୟ ଅଧ ଡଜନ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

Feb 2, 2024 - 21:17
 4
କସ୍ମେଟିକ୍ କାରଖାନାରେ ଅଗ୍ନିକାଣ୍ଡ